ଓଡିଶା

odisha

ETV Bharat / entertainment

ଲସ୍ ଆଞ୍ଜେଲସରେ ଜଳୁଛି ଜଙ୍ଗଲ, ଘୁଞ୍ଚିଲା ଓସ୍କାର ନୋମିନେସନ ଘୋଷଣା ତାରିଖ - OSCAR NOMINATIONS POSTPONED

ଲସ୍ ଆଞ୍ଜେଲସ୍ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁଁ, ଓସ୍କାର ନୋମିନେସନ ଘୋଷଣାକୁ ଦୁଇ ଦିନ ଘୁଞ୍ଚାଇ ଦିଆଯାଇଛି । କେବେ ନୋମିନେସନ ଘୋଷଣା କରାଯିବ ? ଜାଣନ୍ତୁ,

OSCAR NOMINATIONS POSTPONED
OSCAR NOMINATIONS POSTPONED (AP/ETV Bharat)

By ETV Bharat Entertainment Team

Published : Jan 9, 2025, 3:44 PM IST

ହାଇଦ୍ରାବାଦ:ସାଉଥ କାଲିଫର୍ଣ୍ଣିଆ ଜଙ୍ଗଲରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡର ପ୍ରଭାବ ମନୋରଞ୍ଜନ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ଦେଖିବାକୁ ମିଳୁଛି । ଅଗ୍ନିକାଣ୍ଡ ଯୋଗୁଁ, ଅନେକ ତାରକା ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି । ଏହି ଘଟଣା ଯୋଗୁଁ ଅଞ୍ଚଳରେ ଅନେକଙ୍କ ଘରପୋଡ଼ି ପାଉଁସ ହେବା ସହ କୋଟି କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଏପରି ସମୟରେ ଓସ୍କାର ନୋମିନେସନ ତାରିଖକୁ ମଧ୍ୟ ଦୁଇ ଦିନ ବୃଦ୍ଧି କରାଯାଇଛି।

ମିଡିଆ ରିପୋର୍ଟ ଅନୁସାରେ, ପ୍ରାୟ ୧୦,୦୦୦ ଏକାଡେମୀ ସଦସ୍ୟଙ୍କ ପାଇଁ ମତଦାନ ଜାନୁଆରୀ ୮ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଜାନୁଆରୀ ୧୨ ତାରିଖରେ ଶେଷ ହେବାର ଥିଲା। ବର୍ତ୍ତମାନ ଶେଷ ତାରିଖ ଜାନୁଆରୀ 14 । ନାମାଙ୍କନ ଘୋଷଣା ଜାନୁଆରୀ ୧୭ ତାରିଖରେ ହେବାର ଥିଲା, ଯାହା ଏବେ ଜାନୁଆରୀ ୧୯ ତାରିଖରେ କରାଯିବ ।

ଏହି ଦିନ ଓସ୍କାର ପୁରସ୍କାର ଅନୁଷ୍ଠିତ ହେବ

ସୂଚନା ଅନୁଯାୟୀ, ଓସ୍କାର ସମାରୋହ ୨ ମାର୍ଚ୍ଚ, ୨୦୨୫ରେ ଅନୁଷ୍ଠିତ ହେବ। କୋନାନ ଓ'ବ୍ରାଏନ୍ ଏହି ସମାରୋହର ଆୟୋଜନ କରିବେ। ବୁଧବାର ଅପରାହ୍ନରେ ଏକାଡେମୀ ସଦସ୍ୟମାନଙ୍କୁ ସିଇଓ ବିଲ୍ କ୍ରାମରଙ୍କ ଠାରୁ ତାରିଖ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇ ଏକ ଇମେଲ୍ ପଠାଇଥିଲା। ଯେଉଁଥିରେ ଲେଖାଥିଲା, “ସାଉଥ କାଲିଫର୍ଣ୍ଣିଆରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକଙ୍କ ପ୍ରତି ଆମେ ଆମର ଗଭୀର ସମବେଦନା ଜଣାଉଛୁ। ଆମର ଅନେକ ସଦସ୍ୟ ଏବଂ ଶିଳ୍ପ ସହକର୍ମୀ ଲସ୍ ଆଞ୍ଜେଲସ୍ ଅଞ୍ଚଳରେ ରୁହନ୍ତି ଏବଂ କାମ କରନ୍ତି। ଆମେ ଆପଣଙ୍କ କଥା ବାବି ଏହି ନିଷ୍ପତି ନେଉଛୁ । ଲସ୍ ଆଞ୍ଜେଲସ୍‌ରେ ବୁଧବାର ରାତିରେ ହେବାକୁ ଥିବା ଅନ୍ତର୍ଜାତୀୟ ଫିଚର ସର୍ଟଲିଷ୍ଟ ସ୍କ୍ରିନିଂକୁ ସପ୍ତାହର ଶେଷ ଭାଗ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।''

ଏହି 7ଟି ଭାରତୀୟ ଫିଲ୍ମ ଓସ୍କାର ପାଇଁ ମନୋନୀତ

ଭାରତ ପକ୍ଷରୁ ୭ଟି ଫିଲ୍ମ ଓସ୍କାର ଦୌଡ଼ରେ ସାମିଲ ହୋଇଛି । ଏହି ଚଳଚ୍ଚିତ୍ରଗୁଡ଼ିକର ନାମ ମଧ୍ୟରେ 'କଙ୍ଗୁୱା' (ତାମିଲ), 'ଦ ଗୋଟ୍ ଲାଇଫ୍' (ହିନ୍ଦୀ), 'ସନ୍ତୋଷ' (ହିନ୍ଦୀ), 'ସ୍ୱତନ୍ତ୍ର ବୀର ସାବରକର' (ହିନ୍ଦୀ), 'ଅଲ୍ ଉଇ ଇମାଜିନ ଇଜ ଲାଇଟ' (ମାଲାୟଲମ୍-ହିନ୍ଦୀ), 'ଗାର୍ଲ୍ସ ୱିଲ୍ ବି ଗାର୍ଲ୍ସ' (ହିନ୍ଦୀ-ଇଂରାଜୀ), ଏବଂ 'ପୁତୁଲ୍' (ବଙ୍ଗାଳୀ) ଇତ୍ୟାଦି ଓସ୍କାର ପାଇଁ ମନୋନୀତ ହୋଇଛି ।

ଏହା ମଧ୍ୟ ପଢନ୍ତୁ:

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details