ଓଡିଶା

odisha

କେବିସିରେ ପ୍ୟାରିସ ଅଲମ୍ପିକ୍ସ ବିଜେତା ମନୁ ଭାକର-ଅମନ ସେରାୱତ, ଏହି ଦିନ ଦେଖିପାରିବେ ଲାଇଭ୍ - Manu Bhaker In KBC 16

By ETV Bharat Sports Team

Published : Aug 30, 2024, 2:42 PM IST

Manu Bhaker In KBC 16: ପ୍ୟାରିସ୍ ଅଲିମ୍ପିକ୍ସ 2024 ରେ ଦୁଇଟି ପଦକ ଜିତିଥିବା ସୁଟର ମନୁ ଭାକର ଏବଂ ରେସଲର ଅମନ ସେରାୱତ କୌନ ବନେଗା କରୋଡପତି ସିଜନ 16 ରେ ନଜର ଆସିବାକୁ ଯାଉଛନ୍ତି । ନିକଟରେ ଏହାର ଲାଟେଷ୍ଟ ପ୍ରମୋ ସେୟାର ହୋଇଥିବା ବେଳେ କେବିସି 16 ର ସେଟରୁ ଉଭୟଙ୍କ ଝଲକ ଦେଖିବାକୁ ମିଳିଛି । ତେବେ କେବେ ଲାଇଭ୍ ଦେଖିପାରିବେ ?ଜାଣନ୍ତୁ,

କେବିସିରେ ପ୍ୟାରିସ ଅଲମ୍ପିକ୍ସ ବିଜେତା ମନୁ ଭାକର-ଅମନ ସେରାୱତ, ଏହି ଦିନ ଦେଖିପାରିବେ ଲାଇଭ୍
କେବିସିରେ ପ୍ୟାରିସ ଅଲମ୍ପିକ୍ସ ବିଜେତା ମନୁ ଭାକର-ଅମନ ସେରାୱତ, ଏହି ଦିନ ଦେଖିପାରିବେ ଲାଇଭ୍ (Etv Bharat)

ହାଇଦ୍ରାବାଦ:ବର୍ତ୍ତମାନ କୌନ ବନେଗା କରୋଡପତି ସିଜନ 16 ସୋନି ଟିଭିରେ ଆରମ୍ଭ ହୋଇଯାଇଛି । ଏଥର ନୂଆ ଶୈଳୀରେ ଅମିତାଭ ବଚ୍ଚନ ଫେରିଥିବା ବେଳେ ଏହି ଶୋ'କୁ ଲୋକେ ବେଶ ପସନ୍ଦ କରୁଛନ୍ତି । ବର୍ତ୍ତମାନ ଶୋ'ର ଲାଟେଷ୍ଟ ପ୍ରମୋ ରିଲିଜ ହୋଇଛି । ଯେଉଁଥିରେ ପ୍ୟାରିସ ଅଲିମ୍ପିକ୍ସ 2024 ରେ ଭାରତ ପାଇଁ ଦୁଇଟି ପଦକ ଆଣିଥିବା ମହିଳା ସୁଟର ମନୁ ଭାକର ଏବଂ ରେସଲର ଅମାନ ସେରାୱତଙ୍କୁ ଦେଖିବାକୁ ମିଳିଛି । ଉଭୟ କେବସି ହଟସିଟରେ ଅମିତାଭ ବଚ୍ଚନଙ୍କ ସହ ବସିଥିବାର ନଜର ଆସିଛନ୍ତି । ଖୁବଶୀଘ୍ର ଏହି ଶୋ' ଏହି ଏପିସୋଡ ଲାଇଭ ପ୍ରସାରିତ ହେବ ।

କେବିସି 16 ର ସେଟରେ ମନୁ ଭାକର ଏବଂ ଅମନ ସେରାୱତଙ୍କୁ ଦେଖିବାକୁ ମିଳିଛି। ଅମାନ ଏକ ବ୍ଲାକ ସୁଟରେ ନଜର ଆସିଥିବା ବେଳେ ମନୁ ଭାକର ଶାଢୀ ସହ ଦେଶୀ ଲୁକରେ ନଜର ଆସିଛନ୍ତି । ମନୁ ଭାକର ବ୍ରୋଞ୍ଜ ପଦକ ସହ କେବିସି 16 ରେ ପହଞ୍ଚିଛନ୍ତି। ଏହା ସହ ଏହି ଏପିସୋଡ କେବେ ପ୍ରସାରିତ ହେବ ତାହା ମଧ୍ୟ ପ୍ରକାଶ କରାଯାଇଛି । ମନୁ ଭାକର ଏବଂ ଅମନ ସେରାୱତଙ୍କ ସହ ଏପିସୋଡ୍ 5 ସେପ୍ଟେମ୍ବର, ଗୁରୁ ଦିବସ ଅବସରରେ ପ୍ରସାରିତ ହେବାକୁ ଯାଉଛି ।

ଅଲିମ୍ପିକ୍ସ 2024ରେ ଇତିହାସ ରଚିଥିଲେ ମନୁ

ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ 2024ରେ ଇତିହାସ ରଚିଥିଲେ । ସେ ମହିଳା 10 ମିଟର ଏୟାର ପିସ୍ତଲ ଏକକ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଦେଶକୁ ପ୍ୟାରିସରୁ ପ୍ରଥମ ମେଡାଲ ଦେଇଥିଲେ । ଏହାପରେ ସରବଜୋତ ସିଂହଙ୍କ ସହ ମିଶି ସେ 10 ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ ଦ୍ବିତୀୟ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ । ଏହା ସହିତ ଗୋଟିଏ ଅଲିମ୍ପିକ୍ସ ସଂସ୍କରଣରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ ମନୁ ଭାକର । ଏହାପରେ ପ୍ୟାରିସ ଅଲିମ୍ପିକ୍ସ 2024 ଉଦ୍‌ଯାପନୀ ସମାରୋହରେ ମନୁଙ୍କୁ ଭାରତୀୟ ଦଳର ଧ୍ବଜାବାହକ ଘୋଷଣା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:ମନୁଙ୍କ ଉପରେ ବର୍ଷିଲା ଟଙ୍କା; କେନ୍ଦ୍ରମନ୍ତ୍ରୀ ଦେଇଦେଲେ ଏତେ ଟଙ୍କାର ଚେକ୍‌

କୁସ୍ତିରେ ବ୍ରୋଞ୍ଜ ଜିତିଲେ ଅମନ

ଦେଶର ସର୍ବକନିଷ୍ଠ ଖେଳାଳି ଭାବେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିଲେ ଅମନ । ମାତ୍ର 21 ବର୍ଷ ବୟସରେ ସେ ବ୍ରୋଞ୍ଜ ପଦକ ହାସଲ କରି ଦେଶକୁ ଗର୍ବିତ କରାଇଛନ୍ତି । 2016 ରିଓ ଅଲିମ୍ପିକ୍ସରେ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ସର୍ବକନିଷ୍ଠ ଭାବେ ପଦକ ଜିତିଥିଲେ । ସେତେବେଳେ ତାଙ୍କୁ 21 ବର୍ଷ 4 ମାସ ହୋଇଥିଲା । ଅମନଙ୍କୁ 21 ବର୍ଷ 24 ଦିନ ହୋଇଥିବା ବେଳେ ମେଡାଲ ଜିତିଥିଲେ ।

ଏହା ମଧ୍ୟ ପଢନ୍ତୁ:ଅବିବାହିତା ଝିଅଙ୍କୁ ବୋଝ କହିଲେ କେବିସିର ଏହି ପ୍ରତିଯୋଗୀ, ବର୍ଷିଲେ ବିଗ ବି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details