ହାଇଦ୍ରାବାଦ:ଓଡ଼ିଆ ଲୋକପ୍ରିୟ ତାରକା ବାବୁସାନ ମହାନ୍ତି କେବଳ ନିଜ ଅଭିନୟରେ ନୁହଁ ବରଂ ନିଜ ଷ୍ଟାଇଲିସ ଲୁକ ଏବଂ ଗୀତରେ ଲୋକଙ୍କୁ ଦିୱାନା କରିଛନ୍ତି । ବାବୁସାନ ଜଣେ ଅଭିନେତା ସହ ଜଣେ ଗାୟକ ମଧ୍ୟ । ଅଭିନୟ ପରି ଗୀତରେ ମଧ୍ୟ ଦର୍ଶକଙ୍କ ମନ ଜିତିଛନ୍ତି ବାବୁସାନ । ତେବେ ଆଜି ଅର୍ଥାତ୍ ଜୁଲାଇ ୩୦ରେ ୩୫ବର୍ଷରେ ପଦାର୍ପଣ କରିଛନ୍ତି ବାବୁସାନ ମହାନ୍ତି । ବର୍ତ୍ତମାନ ତାଙ୍କ ପାଇଁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କ ଜନ୍ମଦିନର ଖାସ୍ ଅବସରରେ ବାବୁସାନଙ୍କ ବିଷୟରେ କିଛି ରୋଚକ କଥା,
ତନ୍ମୟ ମହାନ୍ତି ନାଁରେ ଜଣାଶୁଣା ବାବୁସାନ
ବାବୁସାନ ମହାନ୍ତି ଜୁଲାଇ ୩୦, ୧୯୮୯ରେ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ସେ ଓଲିଉଡର ଲୋକପ୍ରିୟ ଷ୍ଟାର ଯୋଡି ଅପରାଜିତା ମହାନ୍ତି ଏବଂ ଉତ୍ତମ ମହାନ୍ତିଙ୍କ ପୁଅ ଅଟନ୍ତି । ପୂର୍ବରୁ ବାବୁସାନଙ୍କ ନାଁ ଥିଲା ତନ୍ମୟ ମହାନ୍ତି । ସେ ପରବର୍ତ୍ତୀ ସମୟରେ ବାବୁସାନ ଭାବେ ଘରେ ପରିଚିତ ହୋଇଥିଲେ । ଅପରାଜିତା ମହାନ୍ତି ଏବଂ ଉତ୍ତମ ମହାନ୍ତି ପ୍ରାୟ ୭୦ରୁ ଅଧିକ ଓଡ଼ିଆ ଫିଲ୍ମରେ କାମ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସେହିପରି ବାବାସାନ ମଧ୍ୟ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ଆକୃଷ୍ଟ କରିଛନ୍ତି ।
ବାବୁସାନ ମହାନ୍ତିଙ୍କ ଫିଲ୍ମି କ୍ୟାରିଅର:-
୨୦ ବର୍ଷରେ ଅଭିନୟ ସହ ଗାୟକ ଭାବେ ଓଲିଉଡରେ ଡେବ୍ୟୁ
ବାବୁସାନ ମହାନ୍ତି ଓଡ଼ିଆ ଫିଲ୍ମ 'ରୋମିଓ- ଦ ଲଭ ବୟ' ଫିଲ୍ମ ସହ ୨୦ ବର୍ଷ ବୟସରେ ଓଲିଉଡରେ ପାଦ ଦେଇଥିଲେ । ଏହି ଫିଲ୍ମରେ ସେ ନିଜ ବାପାମାଆ ଅପରାଜିତା ମହାନ୍ତି ଏବଂ ଉତ୍ତମ ମହାନ୍ତିଙ୍କ ସହ ନଜର ଆସିଥିଲେ । ଯାହା ୨୦୦୯ରେ ରିଲିଜ ହୋଇଥିବା ବେଳେ ଏହି ଫିଲ୍ମକୁ ସ୍ୱର୍ଗତ ନିର୍ଦ୍ଦେଶକ ହର ପଟ୍ଟନାୟକ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ଅଭିନେତ୍ରୀ ଲଭଲି ରହିଥିବା ବେଳେ ଏହି ଫିଲ୍ମ ତାଙ୍କୁ ଅପାର ସଫଳତା ଦେଇଥିଲା । ଏହି ଫିଲ୍ମରେ ସେ ଗାୟକ ଭାବେ ମଧ୍ୟ ଡେବ୍ୟୁ କରିଥିଲେ । ସେ ଫିଲ୍ମର ଟାଇଟଲ ଗୀତ 'ରୋମିଓ- ଦ ଲଭ ବୟ' ମଧ୍ୟରେ ନିଜ କଣ୍ଠର ଯାଦୁ ଦେଖାଇଥିଲେ । ତେବେ ଏହି ମଲ୍ଟି ଟ୍ୟାଲେଣ୍ଟ ଥିବା ତାରକାଙ୍କୁ ଦର୍ଶକ ବେଶ ପସନ୍ଦ କରିବା ସହ ଫ୍ୟାନ୍ ହୋଇଥିଲେ ।
ରୋମିଓରୁ ଚକୋଲେଟ୍ ବୟ
ଏହା ପରେ ୨୦୧୦ ମସିହାରେ ବାବୁସାନଙ୍କ ଅଭିନୀତ 'ପ୍ରେମ ଅଢେଇ ଅକ୍ଷର', 'ଲଫର' ରିଲିଜ ହୋଇଥିଲା । ୨୦୧୧ରେ '143 ଆଇ ଲଭ ୟୁ', 'ଚକୋଲେଟ', ଭଳି ଫିଲ୍ମରେ ଅଭିନୟ କରିଥିଲେ । 'ଚକୋଲେଟ' ଫିଲ୍ମରେ ବାବୁସାନ କଣ୍ଠଦାନ କରିଥିବା ଇମୋସନାଲ ଗୀତ 'ତୁ ଧୀରେ ଧୀରେ ଚାଲରେ ସମୟ' ଆଜି ବି ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ନେଇଛି । ଏହାପରେ ସେ ଆଉ ପଛକୁ ଚାହିଁନଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଓଡ଼ିଆ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ଏହା ପରେ ସେ ଓଲିଉଡ ତାରକା ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଭବ ମହାନ୍ତି ଭଳି ତାରକାଙ୍କୁ ମଧ୍ୟ ପଛରେ ପକାଇ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ବାବସାନ ରୋମିଓରୁ ସାଜିଗଲେ ଚକୋଲେଟ୍ ବୟ ।
ଏହି ସମସ୍ତ ଫିଲ୍ମ ମଧ୍ୟ ରହିଥିଲା ହିଟ୍