ବାଲେଶ୍ବର : କଥାରେ ଅଛି ସଂଘର୍ଷ କରିଲେ ସଫଳତା ନିଶ୍ଚୟ ମୁଣ୍ଡ ନୁଆଇଁ ଥାଏ । ସେମିତି ସଫଳତା ପାଇବାକୁ ହେଲେ ସଂଘର୍ଷ ଜାରି ରଖିବା ଜରୁରୀ ବୋଲି ମଧ୍ୟ କୁହାଯାଇଥାଏ । ଅନେକ ସମୟରେ ସଂଘର୍ଷ କରୁଥିବା ମଣିଷଟିଏ ଅଧାରୁ ପୁଣି ନିଜର ଲକ୍ଷ୍ୟ ବଦଳାଇ ଦେଇଥିବା ବେଳେ ଅନେକ ସଂଘର୍ଷ ଜାରି ରଖି ସଫଳତାର ସ୍ବାଦ ଚାଖିଥାନ୍ତି । ସେହିପରି ଜଣେ ଯୁବକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ବଡ଼ପାଳ ଅଞ୍ଚଳର ଅଜୟ ଦାସ ।
ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାର ଆତିଥ୍ୟତାକୁ ପ୍ରଶଂସା କଲେ ଜରିନ ଖାନ, କାହିଁକି ଫିଲ୍ମଠୁ ଦୂରେଇଛନ୍ତି ଖୋଲିଲେ ରାଜ୍
ଅଜୟ ୨୦୧୩ ମସିହାରେ ମାଟ୍ରିକ ପାସ କରିବା ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢିଥିଲେ । ସେଠାରୁ ପାସ କରିବା ପରେ ଅଜୟ ବିଭିନ୍ନ ଅନୁଷ୍ଠାନ ଦ୍ବାରା ଆୟୋଜିତ ପ୍ରାୟ ୨୫ରୁ ଊର୍ଦ୍ଧ୍ଵ ନାଟକରେ ଅଭିନୟ କରିଛନ୍ତି । ଏପରିକି ଗୋଟିଏ ନାଟକରେ ସେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହା ସହିତ ଅଜୟ ବହୁତ ଗୁଡିଏ କ୍ଷୁଦ୍ର ଚଳଚିତ୍ରରେ ନିର୍ଦ୍ଦେଶନା ସାଙ୍ଗକୁ ଅଭିନୟ ମଧ୍ୟ କରି ସାରିଛନ୍ତି । ନିକଟ ଅତୀତରେ ସେ ବାବୁସାନଙ୍କ ପ୍ରଥମ 'ପାନ ଇଣ୍ଡିଆ' ଫିଲ୍ମ 'ଅର୍ନ୍ତଯ୍ୟାମୀ'ରେ ସହନିର୍ଦ୍ଦେଶକ ଏବଂ ସେଥିରେ ସେ ଅଭିନୟ କରିଥିବା ନଜର ଆସିବେ । ଏହି ଫିଲ୍ମର ପ୍ରାୟ ୮୦ ଭାଗ ସୁଟିଂ ସରିଥିବା ବେଳେ ଆଉ ୨୦ ପ୍ରତିଶତ ସୁଟିଂ ବାକି ରହିଛି, ଯାହା ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ଅଜୟ କହିଛନ୍ତି ।