ମୁମ୍ବାଇ:କରିନା କପୁର ଖାନ, କ୍ରିତି ସାନନ ଏବଂ ତବୁ ଷ୍ଟାରର୍ ଫିଲ୍ମ 'ଦ କ୍ରୁ'ର ପ୍ରଥମ ଗୀତ 'ନେନା' ରିଲିଜ ହୋଇଛି । ଏୟାର ହଷ୍ଟେସଙ୍କ ଉପରେ ଆଧାରିତ ଫିଲ୍ମ 'ଦ କ୍ରୁ'ର ବହୁତ ସମୟରୁ ଚର୍ଚ୍ଚାରେ ରହିଛି । ତେବେ ନିକଟରେ ଦମଦାର ଟିଜର ରିଲିଜି ହୋଇଥିଲା ଯେଉଁଥିରେ କପିଲ ଶର୍ମାଙ୍କ ଝଲକ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଫିଲ୍ମ ରିଲିଜର କିଛିଦିନ ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ନେନା ରିଲିଜ ହୋଇଛି ।
ନେନା ଗୀତକୁ ଲୋକପ୍ରିୟ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ ଓ ରାପର ବାଦଶାହ ଏକାଠି ଗାଉଥିବାର ନଜର ଆସିଛନ୍ତି । ଏହି ଗୀତରେ କ୍ରୁ ଗାର୍ଲ କରୀନା, ତବୁ ଏବଂ କ୍ରିତିଙ୍କୁ ବୋଲ୍ଡ ଗ୍ଲାମରସ ଲୁକରେ ଦେଖଇବାକୁ ମିଳିବ । 'ନେନା' ଗୀତର ଟିଜର ମାର୍ଚ୍ଚ ୪ ତାରିଖରେ ରିଲିଜ ହୋଇଥିଲା । ଏନେଇ କରୀନାଙ୍କ ଭୁଣୀ କରିସ୍ମା କପୁର କମେଣ୍ଟରେ ଲେଖିଥିଲେ ଯେ, 'ଅପେକ୍ଷା କରିଛି' । ସେହିପରି ଜଣେ ଫ୍ୟାନ ଲେଖିଥିଲେ ଯେ, 'ଆଉ ଅପେକ୍ଷା କରି ହେବନାହିଁ ।' ହିଟ୍ ଗୀତର ପାଓ୍ବାର ହାଉସ ଦିଲଜିତ୍ ଦୋସାଞ୍ଜ ଏବଂ ରାପର ବାଦଶାହଙ୍କ ମଧ୍ୟରେ ପ୍ରଥମଥର କୋଲାବ ହୋଇଛି । ଏହି ଗୀତରେ ଉଭୟଙ୍କ କେମେଷ୍ଟ୍ରି ଜବରଦସ୍ତ ଦେଖିବାକୁ ମିଳିଛି ।