ETV Bharat / entertainment

ସ୍ମୃତିରେ ଅକ୍ଷୟ ମହାନ୍ତି, ଆସୁଛି ଓଡ଼ିଆ ଫିଲ୍ମ 'ଖୋକଭାଇ ତମ ପାଇଁ' - Interview With Actor Swaraj

author img

By ETV Bharat Odisha Team

Published : 12 hours ago

Swaraj On Khoka Bhai Tama Pain: ଅକ୍ଷୟ ମହାନ୍ତିଙ୍କ ସ୍ମୃତିଭରା ଗୀତକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଖୋକଭାଇ ତମ ପାଇଁ' । ଏହି ଫିଲ୍ମରେ ସ୍ୱରାଜ ବାରିକ ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ଫିଲ୍ମରେ ତାଙ୍କ ଚରିତ୍ର, କାହାଣୀ କ'ଣ ଏବଂ ଅକ୍ଷୟ ମହାନ୍ତିଙ୍କ କେଉଁ ଗୀତରେ ଏହି ଫିଲ୍ମ ନିର୍ମିତ ସେନେଇ ଇଟିଭି ଭାରତରେ ସ୍ୱତନ୍ତ୍ର ସାକ୍ଷାତକାରରେ ତାହାର ଖୁଲାସା କରିଛନ୍ତି । ଶୁଣନ୍ତୁ ସେ କ'ଣ କହୁଛନ୍ତି ?

ଆସୁଛି ଓଡ଼ିଆ ଫିଲ୍ମ 'ଖୋକଭାଇ ତମ ପାଇଁ'; ଅକ୍ଷୟ ମହାନ୍ତିଙ୍କୁ ମନେ ପକାଇବେ ଦର୍ଶକ
ଆସୁଛି ଓଡ଼ିଆ ଫିଲ୍ମ 'ଖୋକଭାଇ ତମ ପାଇଁ'; ଅକ୍ଷୟ ମହାନ୍ତିଙ୍କୁ ମନେ ପକାଇବେ ଦର୍ଶକ (ETV Bharat Odisha)

ଭୁବନେଶ୍ୱର: ଦଶହରାରେ ଆସୁଛି ଆଉ ଏକ ନୂଆ ଓଡ଼ିଆ ଫିଲ୍ମ "ଖୋକା ଭାଇ ତମ ପାଇଁ" । ଏହି ଫିଲ୍ମ 12 ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ଅକ୍ଷୟ ମହାନ୍ତିଙ୍କ ଜୀବନୀ ଗୀତକୁ ଆଧାର କରି ଏକ ସଂଗୀତ ଭିତ୍ତିକ ଫିଲ୍ମ ନିର୍ମିତ ହୋଇଛି । ଯେଉଁଥିରେ ଓଲିଉଡ଼ ଅଭିନେତା ସ୍ୱରାଜ ବାରିକ ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ଦଶହରାରେ ରିଲିଜ ପାଇଁ ପ୍ରସ୍ତୁତ ଏହି ଫିଲ୍ମ । ଏପରି ସମୟରେ ସ୍ୱରାଜ ଫିଲ୍ମରେ ତାଙ୍କ ଚରିତ୍ର, କାହାଣୀ କ'ଣ ଏବଂ ଅକ୍ଷୟ ମହାନ୍ତିଙ୍କ ଗୀତକୁ ନେଇ କିପରି ଏହି ଫିଲ୍ମ ନିର୍ମିତ ହୋଇଛି । ତାହାର ଖୁଲାସା କରିଛନ୍ତି ।

ଅକ୍ଷୟ ମହାନ୍ତିଙ୍କ ଜୀବନୀ ଗୀତକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଖୋକଭାଇ ତମ ପାଇଁ' (ETV Bharat Odisha)

ଫିଲ୍ମର କାହାଣୀ କ'ଣ ?

ଫିଲ୍ମର କାହାଣୀ ନେଇ ସ୍ୱରାଜ କହିଛନ୍ତି, ''ଖୋକାଭାଇ ତମ ପାଇଁ' ସ୍ୱର୍ଗତ ଅକ୍ଷୟ ମହାନ୍ତି ଯିଏ ସଙ୍ଗୀତ ସମ୍ରାଟ ଭାବେ ପରିଚିତ । ତାଙ୍କର 10ଟି ଗୀତକୁ ନେଇ ଆମ ଫିଲ୍ମ ନିର୍ମିତ । ଆମ ଫିଲ୍ମର ମେରୁଦଣ୍ଡ ଅକ୍ଷୟ ମହାନ୍ତି । ତାଙ୍କର 10ଟି ଗୀତକୁ ନେଇ ଏହି ଫିଲ୍ମ ନିର୍ମିତ ହୋଇଥିବା ବେଳେ ନୂଆ ଢାଞ୍ଚାରେ ତାଙ୍କ ଗୀତକୁ ରୂପ ଦିଆଯାଇଛି ଏବଂ ତାଙ୍କର କିପରି ସମ୍ମାନ ହାନି ନ ହୁଏ ଏବଂ ତାଙ୍କ ଫ୍ୟାନ୍ସଙ୍କୁ ଯେପରି ଆଘାତ ନ ଲାଗେ ତାକୁ ଧ୍ୟାନରେ ରଖି ଫିଲ୍ମଟି ନିର୍ମିତ କରାଯାଇଛି । ଯଦି ଫିଲ୍ମର ମେରୁଦଣ୍ଡ ନିର୍ଦ୍ଦେଶକ ଥାଆନ୍ତି । ତେବେ ଆମ ଫିଲ୍ମର ମେରୁଦଣ୍ଡ ଅକ୍ଷୟ ମହାନ୍ତି । କାହାଣୀ ବହୁତ ଭିନ୍ନ ଧରଣର ହୋଇଥିବା ବେଳେ ଲୋକେ ଫିଲ୍ମ ଦେଖିଲେ ଜାଣିପାରିବେ । ଆମେ ଆଶା କରୁଛି ଲୋକେ ଫିଲ୍ମକୁ ବେଶ ପସନ୍ଦ କରିବେ ।''

ଫିଲ୍ମର କେଉଁ ଚରିତ୍ରରେ ନଜର ଆସିବେ ସ୍ୱରାଜ ?

ଚରିତ୍ରକୁ ନେଇ ସ୍ୱରାଜ କହିଛନ୍ତି, ''ମୁଁ ଏହି ଫିଲ୍ମରେ ଅକ୍ଷୟ ମହାନ୍ତିଙ୍କ ବଡ଼ ଫ୍ୟାନ୍ ଭାବେ ଏହି ଫିଲ୍ମରେ ଅଭିନୟ କରିଛି। ଅକ୍ଷୟ ମହାନ୍ତିଙ୍କ ଗୀତକୁ ନେଇ ସିନେମା ଗୀତକୁ ନେଇ ପ୍ରେମ ଓ ଗୀତକୁ ନେଇ ସିନେମାରେ ଅନେକ କ୍ଳାଇମାକ୍ସ ଦେଖୁବାକୁ ମିଳିବ। ଭରପୁର ରୋମାନ୍ସ ଓ ପାରିବାରିକ ତାସହ ଥ୍ରୀଲରକୁ ନେଇ ଚଳଚିତ୍ର ଟି ପ୍ରସ୍ତୁତ ହୋଇଥିବା ବେଳେ ନବାଗତ ଅଭିନେତ୍ରୀ ଲକି ମନୀଷାଙ୍କ ସହ ସ୍ୱରାଜଙ୍କ କେମେଷ୍ଟ୍ରି ବେଶ ପସନ୍ଦ କରିଛନ୍ତି ଦର୍ଶକ । କହିରଖୁଛୁ କି, ଏହି ଫିଲ୍ମ ସହ ଓଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଲକି ମନୀଷା । ''

ଏହା ମଧ୍ୟ ପଢନ୍ତୁ: ଓଡିଆ ଚଳଚ୍ଚିତ୍ର ‘ଖୋକା ଭାଇ ତମ ପାଇଁ’ର ଶୁଭ ମୁହୁରତ

'ଖୋକାଭାଇ ତମ ପାଇଁ' ଫିଲ୍ମରେ ଅକ୍ଷୟ ମହାନ୍ତିଙ୍କ କେଉଁ କେଉଁ ଗୀତ ରହିଛି ?

'ଖୋକାଭାଇ ତମ ପାଇଁ' ଫିଲ୍ମରେ ଅକ୍ଷୟ ମହାନ୍ତିଙ୍କ 10ଟି ଗୀତକୁ ନେଇ କହିଛନ୍ତି, ''ଆମେ ପ୍ରାୟ 200ରୁ ଅଧିକ ଗୀତ ଶୁଣିଛୁ । ଫିଲ୍ମର ନିର୍ମାତା ସବୁ ଶୁଣିବା ପରେ ସେଥିରୁ ଛାଣି 10ଟି ଗୀତ ବାଛିଥିଲେ ଏବଂ ସେଥିରୁ କିଛି ହିଟ୍ ଗୀତ, ବିବାଦୀୟ ଗୀତ, କିଛି ଯାହା ଦିଟ୍ ହୋଇ ବି ନଥିଲା । ସେହିଭଳି ଗୀତକୁ ନେଇ ଫିଲ୍ମ ନିର୍ମିତ ହୋଇଛି । 'ଗୋରି ଗୋରି', 'ପ୍ରେମିକାର ବାଡିଆରେ', 'ଅବୁଝା ପ୍ରିୟତମା' ଭଳି ଗୀତ ଏବଂ 'ମାଟିଆରେ ଗୋଟେ କଣା' ଭଳି ତାଙ୍କ ବିବାଦୀୟ ଗୀତ ମଧ୍ୟ ଏହି ଫିଲ୍ମରେ ରହିଛି । ଅକ୍ଷୟ ମହାନ୍ତିଙ୍କ ଏହି ଲୋକପ୍ରିୟ ଗୀତକୁ ନେଇ ନିର୍ମିତ ଏହି ଫିଲ୍ମ ନିଶ୍ଚୟ ଦର୍ଶକଙ୍କ ମନକୁ ଛୁଇଁବ ।''

ଏହା ମଧ୍ୟ ପଢନ୍ତୁ: 'ଭିଲେନ' ହୋଇ ଭିଲେନକୁ ମାତ୍ ! ସ୍ୱତନ୍ତ୍ର ସାକ୍ଷାତକାରରେ ଖୁଲାସା କଲେ ଷ୍ଟାରକାଷ୍ଟ

'ମୋ ପାଇଁ ଉପଯୁକ୍ତ ନାହିଁ ଅଲଗା ଜର୍ଣ୍ଣରର ଫିଲ୍ମ'

ସ୍ୱରାଜ ଅନେକ ଲଭଷ୍ଟୋରୀ ଫିଲ୍ମ ଭେଟିଦେଇଥିବା ବେଳେ ଯେତେବେଳେ ତାଙ୍କୁ ଏହା ଠାରୁ ଭିନ୍ନ କିଛି ଜେନେରେସନର ଫିଲ୍ମ ବା ଅଲଗା ଫିଲ୍ମ କରୁନାହାନ୍ତି ପଚାରିବାକୁ ସେ କହିଛନ୍ତି, ମୁଁ ଯେବେ ବି ଅନ୍ୟ ଜର୍ଣ୍ଣରର ଫିଲ୍ମ ଚେଷ୍ଟା କରିଛି ମୋତେ ଲାଗେ ଯେ ମୋର ଉପଯୁକ୍ତ ବୟସ ହୋଇନାହିଁ ସେହିଭଳି ଫିଲ୍ମ କରିବାକୁ । ତେଣୁ ଯଦି ମୁଁ ଯୁବା ବୟସର ଉପରେ ନିର୍ମିତ ଫିଲ୍ମ ବା ଲଭଷ୍ଟୋରୀ ଫିଲ୍ମ ହେଉ ବା କମିକ ଫିଲ୍ମ ହେଉ। ଏହା ଛାଡ଼ି ଯଦି ମୁଁ ଅନ୍ୟ ବୟସର ଫିଲ୍ମ କରିବି ତେବେ ଏସବୁ କରିବ କିଏ । ତେଣୁ ମୁଁ ଚାହିଁଲି ଯେ, ଏ ଜର୍ଣ୍ଣରର ଫିଲ୍ମ କରିବି । ଏହା ଏକ ନୂଆ ଧରଣର ଫିଲ୍ମ ପ୍ରେମ ସହ ପୁରା ମନୋରଞ୍ଜନପର ପ୍ୟାକେଜ ରହିଛି । ମୁଁ ଆଶା କରୁଛି ଦର୍ଶକଙ୍କୁ ଏହା ବେଶ ଭଲ ଲାଗିବ ।''

ଏହା ମଧ୍ୟ ପଢନ୍ତୁ: ସଙ୍ଗୀତର କିମ୍ବଦନ୍ତୀ ଅକ୍ଷୟ ମହାନ୍ତି, ଆଜିବି ଅପୂରଣୀୟ ଅନୁପସ୍ଥିତି

କହିରଖୁଛୁ କି, ଆକାଶବାଣୀର ସୁଗମ ସଙ୍ଗୀତ ଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଯାଏଁ ସବୁଠି ଖୋକା ଭାଇ ରାଜ କରିଥିଲେ । ତାଙ୍କ ଶବ୍ଦରେ ଓ ସୁରରେ ଥିଲା ଖାଣ୍ଟି ଓଡ଼ିଆମୀ । ଏହି ଫିଲ୍ମଟି ଅକ୍ଷୟ ମହାନ୍ତିଙ୍କ ଜୀବନୀ ନୁହେଁ ବରଂ ତାଙ୍କ ସଙ୍ଗୀତରୁ ତିଆରି ଏକ ଆଧୁନିକ କାହାଣୀ ଯାହା ବର୍ତ୍ତମାନର ଯୁବପିଢୀକୁ ଅକ୍ଷୟ ସଙ୍ଗୀତର ଏକ ଅପ୍ରତ୍ୟାଶିତ ଛୁଆଁ ଦେବା ସହ ପୁରୁଣା ପିଢୀର ମନରେ ଥିବା ଅକ୍ଷୟ ସଙ୍ଗୀତକୁ କାଳଜୟୀ କରିବ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵରେ ଗିରିଶ ମହାନ୍ତି ଓ ତାଙ୍କ ଟିମ୍ ରହିଥିବା ବେଳେ କାହାଣୀ ଲେଖିଛନ୍ତି ଭରଦ୍ଵାଜ ପଣ୍ଡା ଓ ଅକ୍ଷୟ ମହାନ୍ତିଙ୍କ ପୁତ୍ର ମିତ୍ରଭାନୁ ମହାନ୍ତି। ଏହି ଚଳଚିତ୍ରରେ ସ୍ବରାଜ, ଲକି ମନୀଷାଙ୍କ ବ୍ୟତୀତ ଅଭିନେତ୍ରୀ ଉପାସନା ମହାନ୍ତି, ଶ୍ଵେତା ଆଚାର୍ଯ୍ୟଙ୍କ ଭଳି ବହୁତ ପ୍ରତିକ୍ଷୀତ କଳକାର ଅଭିନୟରେ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.