ETV Bharat / entertainment

ଚୋରି ହୋଇଗଲା ପମିଙ୍କ 'ବୋଉଲୋ ବୋଉ..' ଗୀତ, ସାଇବର ଥାନାର ହେଲେ ଦ୍ବାରସ୍ଥ - Pami Mishra Files Fir - PAMI MISHRA FILES FIR

Pami Mishra On Boulo Bou Song Plagiarism Row: ଗୀତ ଚୋରି ଅଭିଯୋଗରେ ସାଇବର ଥାନାର ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ପମି ମିଶ୍ର । "ବୋଉଲୋ ବୋଉ.." ଗୀତ ଅଭିଯୋଗରେ ଏକ ପ୍ରଯୋଜନ ସଂସ୍ଥା ଏବଂ ଗାୟକଙ୍କ ନାଁରେ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ଚ୍ୟାନେଲକୁ ବ୍ୟାନ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପମି । ଅଧିକ ପଢନ୍ତୁ

ସାଇବର ଥାନାର ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ପମି ମିଶ୍ର
ସାଇବର ଥାନାର ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ପମି ମିଶ୍ର (ETV Bharat Odisha)
author img

By ETV Bharat Odisha Team

Published : Sep 26, 2024, 6:23 PM IST

ଭୁବନେଶ୍ୱର: ଗୀତ ଚୋରି ଅଭିଯୋଗରେ ଥାନାର ଦ୍ୱାରସ୍ଥ ହେଲେ ଓଡ଼ିଆ ଲୋକପ୍ରିୟ କଣ୍ଠଶିଳ୍ପୀ ପମି ମିଶ୍ର । 14 ବର୍ଷ ତଳେ ସେ ଗାଇଥିବା "ବୋଉଲୋ ବୋଉ" ଗୀତକୁ ଚୋରି ଅଭିଯୋଗରେ ସେ ପ୍ରଯୋଜନ ସଂସ୍ଥା ଏବଂ ଗାୟକଙ୍କ ନାଁରେ ଭୁବନେଶ୍ୱର ସାଇବର ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି । ଘଟଣାରେ ସମ୍ପୃକ୍ତ ମ୍ୟୁଜିକ କମ୍ପାନୀ ସହ ଜଡିତ ସ୍ୱାମୀ ସ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିବା ସହ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପମି ମିଶ୍ର । ଏପରିକି ସମ୍ପୃକ୍ତ ୟୁଟ୍ୟବ ଚ୍ୟାନେଲକୁ ବ୍ୟାନ କରିବାକୁ ପୋଲିସକୁ ଅପିଲ କରିଛନ୍ତି । କେବଳ ସେ ନୁହନ୍ତି ନମିତା ଅଗ୍ରୱାଲ ଓ ସ୍ୱର୍ଗତ ତପି ମିଶ୍ରଙ୍କ ଗୀତକୁ ବି ଚୋରି କରି ଗାଉଥିବା ଅଭିଯୋଗ ଆଣିଛନ୍ତି ପମି ମିଶ୍ର । ତେଣୁ ଏଭଳି ଡୁପ୍ଲିକେଟ ବା ଅନ୍ୟର ଗୀତକୁ ପାଟି ଚୋରି କରି ଗାଉଥିବା ନକଲି କଣ୍ଠଶିଳ୍ପୀଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ।

ଗୀତ ଚୋରି ଅଭିଯୋଗରେ ମାମଲା ରୁଜୁ କଲେ ପମି

ସାଇବର ଥାନାର ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ପମି ମିଶ୍ର (ETV Bharat Odisha)

ପମି ମିଶ୍ରଙ୍କ ଅଭିଯୋଗ ମୁତାବକ, 14 ବର୍ଷ ତଳର ପୁରୁଣା ଗୀତକୁ ଚୋରି କରିବା ସହ ନିଜର ଦର୍ଶାଇ ବାଃ ବାଃ ନେଉଛନ୍ତି ପ୍ରଯୋଜକ ଓ କଣ୍ଠଶିଳ୍ପୀ । ତେଣୁ ଘଟଣାରେ ସମ୍ପୃକ୍ତ ସ୍ୱାମୀ, ସ୍ତ୍ରୀ ଓ ତାଙ୍କ ଚ୍ୟାନେଲ ନାମରେ ମାମଲା ରୁଜୁ କରିଛନ୍ତି ସେ ଓ ତାଙ୍କ ପ୍ରଯୋଜକ କୃଷ୍ଣ ଚନ୍ଦ୍ର ବେହେରା । ଏଭଳି ସଂଗୀତ ଠକଙ୍କୁ ଉଚିତ ଦଣ୍ଡ ସହ ପୁରା ସୋସିଆଲ ମିଡ଼ିଆରୁ ବ୍ୟାନ କରାଯାଉ ବୋଲି ଦାବି କରିଛନ୍ତି । ପମି ଆହୁରି କହିଛନ୍ତି, ''ଗୀତ କୁ ନେଇ ମୋର ପରିଚୟ । ମୁଁ ଗୋଟିଏ କି ଦୁଇଟି ନୁହେଁ ହଜାର ହଜାର ଗୀତ ଓଡ଼ିଆ ଆଲବମ ଓ ଫିଲ୍ମ ଜଗତ ପାଇଁ ଗାଇଛି । ଆଉ ଏହି ଗୀତ ମାଧ୍ୟମରେ ହିଁ ମୁଁ ଆଜିବି ଲୋକ ପାଖରେ ବଞ୍ଚି ରହିଛି । ସବୁ ଗୀତର ଇତିହାସ ମାନେ ନ ରହିପାରେ କିନ୍ତୁ ମୋ ଗୀତ ସ୍ଵରର ଶୈଳୀ ବା ମୋ ଅସ୍ତିତ୍ଵକୁ କିଏ ଚୋରି କରିବା ତାହା ମୁଁ ନିଶ୍ଚୟ ଜାଣିପାରିବି ।''

ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ପମି

ପମି କହିଛନ୍ତି, ''ମୋର ଅରିଜିନାଲ ଭଏସ ସହ ଠକେଇ କରି ଖାଲି ଲିପ୍ସିଙ୍ଗ କରି ମୋ ଗୀତକୁ ଚୋରି କରିଛନ୍ତି । ଯେଉଁ ଗୀତରେ ଓଡ଼ିଶାର ପାଣିପବନର ସମ୍ପୂର୍ଣ୍ଣ ସ୍ୱାଦ ଅଛି ତାକୁ ଚେନ୍ନାଇରେ ପ୍ରସ୍ତୁତ କରିଥିବା ମିଛ ନାଟକ କରୁଛନ୍ତି, ଏପରିକି ସେ ଷ୍ଟୁଡିଓର ଠିକଣା ବି କହିପାରୁନାହାନ୍ତି । ଅଭିଯୋଗ AI ସିଙ୍ଗର ବୋଲି କହୁଛନ୍ତି । ଯାହା ମୋତେ ଆଶ୍ଚର୍ଯ୍ୟ ଓ ବ୍ୟଥିତ କରିଛି କାରଣ AI ସିଙ୍ଗର ତା କିଛି ନାହିଁ । ଖାଲି ସେତିକି ନୁହେ ଯେଉଁ ଗୀତିକାର ଗଗନ ରାଉତଙ୍କ ନାଁ ଲେଖିଛନ୍ତି ସେ ୨୦୧୯ ରୁ ଦୁର୍ଘଟଣାର ଶିକାର ହୋଇ ଆଉ ଲେଖୁନାହାନ୍ତି । ଏପରି ସ୍ଥିତିରେ ସେ ଗୀତ ଲେଖିଲେ କିପରି ।

ଏହା ମଧ୍ୟ ପଢନ୍ତୁ: ହାତ ଧରିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ପମି ମିଶ୍ର

ସାଇବର ଥାନାରେ ମାମଲା ରୁଜୁ

ସେ ସମ୍ପୂର୍ଣ୍ଣ ମିଛ କହୁଛନ୍ତି ବୋଲି ପମି ଅଭିଯୋଗ ଆଣି ମୋ କପି ରାଇଟ୍ସକୁ ଚୋରାଇ ଗୀତ କରୁଥିବା ଲୋକଙ୍କ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି କରିଛନ୍ତି । ତାଙ୍କ ସହ କଥା ହୋଇଥିବା ରେକର୍ଡ଼ିଂ ସହ ନିଜ ଗୀତର ଅରିଜିନାଲ କପି ପୋଲିସକୁ ଦେଇଥିବା ବେଳେ ଏହାର ସଠିକ ଯାଞ୍ଚ ସହ ସମ୍ପୃକ୍ତ ଠକ ସ୍ୱାମୀ ସ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ କହିଛନ୍ତି । ଏଭଳି ଘଟଣା ଆମ ଓଡ଼ିଆ ସଂଗୀତ ଶିଳ୍ପରେ ବିଭିନ୍ନ ଲୋକ କରୁଥିବା ଏହାଦ୍ୱାରା ଅନେକ କଣ୍ଠଶିଳ୍ପୀ ନିଜର ନ୍ୟାୟ ପାଇପାରିବେ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସ୍ମୃତିରେ ଅକ୍ଷୟ ମହାନ୍ତି, ଆସୁଛି ଓଡ଼ିଆ ଫିଲ୍ମ 'ଖୋକଭାଇ ତମ ପାଇଁ'

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.