ETV Bharat / entertainment

କଙ୍ଗନାଙ୍କ ପାଇଁ ବଢିଲା ଅଡୁଆ; ଏମରଜେନ୍ସି ରିଲିଜ ନେଇ ସେନ୍ସର ବୋର୍ଡଙ୍କ ଆପତ୍ତି, କହିଲେ 'କିଛି ସିନ କାଟିଲେ ହିଁ ମିଳିବ ସାର୍ଟିଫିକେଟ୍' - Censor Board On Emergency - CENSOR BOARD ON EMERGENCY

Censor Board On Emergency: କଙ୍ଗନା ରାଣାୱତଙ୍କ ପାଇଁ ପୁଣି ବଢିଆ ଅଡୁଆ । 'ଏମରଜେନ୍ସି' ରିଲିଜ ପାଇଁ ସେନ୍ସର ବୋର୍ଡ ଏଯାଏଁ ଦେଇନି ସାର୍ଟିଫିକେଟ୍ । ଯାହାକୁ ନେଇ କଙ୍ଗନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସେନ୍ସର ବୋର୍ଡ ନିଜର ଜବାବ ଦେଇଛନ୍ତି । କେବେ ମିଳିବ ଫିଲ୍ମକୁ ସାର୍ଟିଫେକଟ ଜାଣନ୍ତୁ...

କଙ୍ଗନାଙ୍କ ପାଇଁ ବଢିଲା ଅଡୁଆ; ଏମରଜେନ୍ସି ରିଲିଜ ନେଇ ସେନ୍ସର ବୋର୍ଡଙ୍କ ଆପତ୍ତି, କହିଲେ 'କିଛି ସିନ କାଟିଲେ ହିଁ ମିଳିବ ସାର୍ଟିଫିକେଟ୍'
କଙ୍ଗନାଙ୍କ ପାଇଁ ବଢିଲା ଅଡୁଆ; ଏମରଜେନ୍ସି ରିଲିଜ ନେଇ ସେନ୍ସର ବୋର୍ଡଙ୍କ ଆପତ୍ତି, କହିଲେ 'କିଛି ସିନ କାଟିଲେ ହିଁ ମିଳିବ ସାର୍ଟିଫିକେଟ୍' (film poster)
author img

By ETV Bharat Entertainment Team

Published : Sep 26, 2024, 2:26 PM IST

ହାଇଦ୍ରାବାଦ: କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି' ରିଲିଜ ବିବାଦ ଥମିବାର ନା ନେଉନି । ଏହି ଫିଲ୍ମ ପ୍ରଥମେ ସେପ୍ଟେମ୍ବର 6 ରେ ରିଲିଜ୍ ହେବାର ଥିଲା, କିନ୍ତୁ ସେନ୍ସର ବୋର୍ଡର ଅନୁମୋଦନ ନ ଦେଇଥିବାରୁ ଏହାର ରିଲିଜ୍ ଅଟକି ଯାଇଛି । କଙ୍ଗନା ରାଣାୱତ ଅଭିଯୋଗ କରିଛନ୍ତି ଯେ ସେନ୍ସର ବୋର୍ଡ ଏହି ଫିଲ୍ମକୁ ସାର୍ଟିଫିକେଟ୍ ଦେଉନାହିଁ । ଯାହାକୁ ନେଇ ସେ ବମ୍ୱେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସେନ୍ସର ବୋର୍ଡ କୋର୍ଟଙ୍କୁ ନିଜର ଜବାବ ଦେଇଛନ୍ତି । ସେ ଆଜି(ଗୁରୁବାର) ବମ୍ବେ ହାଇକୋର୍ଟଙ୍କୁ କହିଛି ଯେ କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି'ରୁ କିଛି ସିନ୍ କାଟିବା ପରେ ହିଁ ରିଲିଜ୍ ପାଇଁ ଅନୁମୋଦନ ହୋଇପାରିବ ।

'କିଛି ସିନ କାଟିଲେ ହିଁ ମିଳିବ ସାର୍ଟିଫିକେଟ୍'

ସିବିଏଫସି ଓକିଲ ଅଭିନାଭ ଚନ୍ଦ୍ରଚୁଡ଼ କୋର୍ଟଙ୍କୁ କହିଛନ୍ତି ଯେ, ବୋର୍ଡର ସମୀକ୍ଷା କମିଟି ଏହି ଫିଲ୍ମ ସମ୍ପର୍କରେ ନିଷ୍ପତ୍ତି ନେଇଛି । କିଛି ସିନ୍ କାଟିବା ପରେ ଫିଲ୍ମକୁ ସାର୍ଟିପିକେଟ ଦିଆଯିବା ସହ ରିଲିଜ ହୋଇପାରିବ ବୋଲି କମିଟି ପରାମର୍ଶ ଦେଇଛି । ଏହା ଉପରେ ଫିଲ୍ମ ନିର୍ମାତା ଜି ଏଣ୍ଟରଟେନମେଣ୍ଟ ତରଫରୁ ହାଜର ହୋଇଥିବା ଓକିଲ କୋର୍ଟଙ୍କୁ କିଛି ସମୟ ମାଗିଛନ୍ତି ଯାହା ଦ୍ୱାରା ନିର୍ମାତା ଫିଲ୍ମରୁ ସିନ୍ କଟାଯିବା ଦରକାର କି ନାହିଁ ତାହା ଯାଞ୍ଚ କରିବେ । ଏହା ପରେ ବେଞ୍ଚ ମାମଲାର ଶୁଣାଣି ଆସନ୍ତା ସେପ୍ଟେମ୍ବର 30ରେ କରାଯିବ ବୋଲି କହିଛନ୍ତି ।

ହାଇକୋର୍ଟ ସିବିଏଫସିକୁ ତାଗିଦ କରିଥିଲେ

'ଏମରଜେନ୍ସି' ରିଲିଜ ଉପରେ କଟକଣା ଲାଗିବା ନେଇ ହୋଇଥିବା ଆବେଦନ ଉପରେ ବମ୍ବେ ହାଇକୋର୍ଟ ସିବିଏଫସି (ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ୍) ରୁ ଉତ୍ତର ମାଗିଥିଲେ। ବେଞ୍ଚ ଗତ ସପ୍ତାହରେ ସିବିଏଫସିକୁ ତାଗିଦ କରିଥିଲେ ଏବଂ ନିଷ୍ପତ୍ତି ନ ନେବା ନେଇ ବୋର୍ଡକୁ ସମାଲୋଚନା କରିଥିଲେ । ଏହାର ଉତ୍ତର ଦେବାକୁ ହାଇକୋର୍ଟ ସେପ୍ଟେମ୍ବର 25 ପର୍ଯ୍ୟନ୍ତ CBFC ସମୟ ଦେଇଥିଲେ। ବର୍ତ୍ତମାନ ସିବିଏଫସି ଏହାର ଉତ୍ତରରେ ସ୍ପଷ୍ଟ କରିଛି ଯେ କିଛି ସିନ୍ ହଟିବା ପରେ ହିଁ ଫିଲ୍ମ ରିଲିଜ୍ ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ: 'ଏମରଜେନ୍ସି' ବିବାଦ ମାମଲା; ବମ୍ୱେ ହାଇକୋର୍ଟରୁ କଙ୍ଗନାଙ୍କୁ ମିଳିଲାନି ଆଶ୍ୱସ୍ତି, ଦୁଇ ସପ୍ତାହ ଘୁଞ୍ଚିଲା ଫିଲ୍ମ ରିଲିଜ

କାହିଁକି ବିବାଦରେ 'ଏମରଜେନ୍ସି'

ସୂଚନା ଅନୁସାରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ 'ଜରୁରୀକାଳୀନ' ଏକ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହେବା ପରଠାରୁ ଶିଖ ସଂଗଠନମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଶିରୋମଣି ଅକାଲୀ ଦଳର କିଛି ଶିଖ ସଂଗଠନ ଅଭିଯୋଗ କରିଥିଲେ ଯେ ଏହି ସମାଜର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ଉଦ୍ଦେଶ୍ୟରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଫିଲ୍ମରେ ଐତିହାସିକ ଘଟଣାଗୁଡ଼ିକୁ ଭୁଲ ଉପସ୍ଥାପନ କରୁଥିବା ଅଭିଯୋଗ କରିଥିଲେ । ଯାହାକୁ ନେଇ ଫିଲ୍ମ ବ୍ୟାନ କରିବାକୁ ଦାବି କରିଥିଲେ । ଯାହା ପରେ ସେନ୍ସର ବୋର୍ଡ ଫିଲ୍ମ ରିଲିଜକୁ ସାର୍ଟିଫିକେଟ୍ ପ୍ରଦାନ କରିନଥିଲା ।

ଏହା ମଧ୍ୟ ପଢନ୍ତୁ: ସେପ୍ଚେମ୍ୱର 6ରେ ରିଲିଜ ହେବନି 'ଏମରଜେନ୍ସି'; ସାର୍ଟିଫିକେଟ ଦେବା ପୂର୍ବରୁ ଆପତ୍ତି ଉପରେ ବିଚାର କରିବାକୁ ସିବିଏଫସିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.