ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ ସ୍ତରର କ୍ରେଜ ଅଛି । ବୟସର ଏହି ପର୍ଯ୍ୟାୟରେ ମଧ୍ୟ ସେ ଆକ୍ସନ୍ ସିନକୁ ଶକ୍ତିଶାଳୀ ଢଙ୍ଗରେ ପ୍ରଦର୍ଶନ କରନ୍ତି ଯାହା ନୂତନ ପିଢିର ଅଭିନେତାମାନେ କରିପାରନ୍ତି ନାହିଁ । ଜେଲର ପରେ ବର୍ତ୍ତମାନ ତାଙ୍କୁ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲାଲ ସଲାମ'ରେ ଦେଖିବାକୁ ମିଳିବ । ଫିଲ୍ମକୁ ନେଇ ଫ୍ୟାନ୍ସ ବେଶ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ରଜନୀକାନ୍ତ କ୍ୟାମିଓ ରୋଲ ମୋଇଦ୍ଦିନ ଭୋଇ ଭୂମିକାରେ ଅଭିନୟ କରିଛନ୍ତି ।
ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ?
ଫିଲ୍ମ 'ଲାଲ୍ ସଲାମ୍' ଗତ ମାସ ୯ ତାରିଖରେ ଘୋଷଣା ହେବାକୁ ଘୋଷଣା ହୋଇଥିଲା । ହେଲେ ବର୍ତ୍ତମାନ ଫିଲ୍ମଟି ଆସନ୍ତା ୯ ତାରିଖରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ନୂଆ ପୋଷ୍ଟର ରିଲିଜ ହେବା ସହିତ ତାରିଖ ଘୋଷଣା କରାଯାଇଛି । ଗତ ବର୍ଷ ମେ ୮ ତାରିଖରେ ଫିଲ୍ମ 'ଲାଲ ସଲାମ୍'ରୁ ରଜନୀକାନ୍ତଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଥିଲା । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ସେବେଠାରୁ ରଜନୀକାନ୍ତଙ୍କ ପ୍ରଶଂସକମାନେ ଏହି ଫିଲ୍ମ ରିଲିଜକୁ ଅପେକ୍ଷା କରିରହିଛନ୍ତି ।