ETV Bharat / technology

ଘରକୁ ଫେରିବେ ମହାକାଶଚାରୀ ସୁନୀତା; ଲଞ୍ଚ ହେଲା Crew-9 ମିଶନ - NASA launches Crew 9 mission

author img

By ETV Bharat Tech Team

Published : 2 hours ago

Sunita Rescue Mission Begins: ଖୁବଶୀଘ୍ର ଘରକୁ ଫେରିବେ ନାସା ମହାକାଶଚାରୀ ତଥା ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ । ଶନିବାର ସୁନୀତାଙ୍କ ରେସ୍କ୍ୟୁ ମିଶନ (Crew-9) ସଫଳତାର ସହିତ ଲଞ୍ଚ ହୋଇଛି । ଅଧିକ ପଢନ୍ତୁ

Sunita Rescue Mission Begins
Sunita Rescue Mission Begins (Photo- NASA)

ହାଇଦ୍ରାବାଦ: ନାନା ବାଧାବିଘ୍ନ ପରେ ଶେଷରେ ଲଞ୍ଚ ହୋଇଛି ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ରେସ୍କ୍ୟୁ ମିଶନ । ଯାହାର ନାମ ରଖାଯାଇଛି କ୍ରୁ-9 ମିଶନ (Crew-9) । ଫ୍ଲୋରିଡାର କାପେ କାନଭେରାଲ ସ୍ପେଶ ଫୋର୍ସ ଷ୍ଟେସନରୁ ଶନିବାର ଭାରତୀୟ ସମୟ ରାତି ପ୍ରାୟ 10ଟା 47 ମିନିଟରେ ଏହି ରେସ୍କ୍ୟୁ ମିଶନ ଲଞ୍ଚ ହୋଇଛି । ଗତ ସେପ୍ଟେମ୍ବର 26 ତାରିଖରେ ଏହି ମିଶନ ଲଞ୍ଚ ହେବାର ଥିଲା । ମାତ୍ର ବାତ୍ୟା ହେଲିନ ଯୋଗୁଁ ଏହାକୁ ସେପ୍ଟେମ୍ବର 28କୁ ଘୁଞ୍ଚାଯାଇଥିଲା ।

ଘରକୁ ଫେରିବେ ସୁନୀତା:-

ବୋଇଙ୍ଗ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ମହାକାଶକୁ ଚଳିତ ବର୍ଷ ଜୁନ 6 ତାରିଖରେ ସୁନୀତା ୱିଲିୟମ୍ସ ଓ ସାଥୀ ମହାକାଶଚାରୀ ବ୍ୟାରି ୱିଲମୋର ଗସ୍ତ କରିଥିଲେ । 8ଦିନ ପାଇଁ ଉଭୟ ଯାଇଥିଲେ । ମାତ୍ର ବୋଇଙ୍ଗ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଭୟ ସୁରକ୍ଷା ଦୃଷ୍ଟିରୁ ମହାକାଶରେ ସ୍ଥାପିତ ହୋଇଥିବା ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ଅଛନ୍ତି । ସେମାନେ ଆସନ୍ତା ବର୍ଷ 2025 ଫେବୃଆରୀରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିବେ ।

Also Read: ବାତ୍ୟା ସାଜିଲା ବାଧକ; ଘୁଞ୍ଚିଲା ମହାକାଶଚାରୀ ସୁନୀତାଙ୍କ ରେସ୍କ୍ୟୁ ମିଶନ - Sunita rescue mission launch delay

ସ୍ପେଶକ୍ରାଫ୍ଟରେ ସୁନୀତା ଓ ୱିଲମୋରଙ୍କ ପାଇଁ ଖାଲି ପଡ଼ିଛି 2ଟି ସିଟ୍‌:-

ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ବିଶିଷ୍ଟ ଶିଳ୍ପପତି ଏଲନ ମସ୍କଙ୍କ ରକେଟ ନିର୍ମାତା କମ୍ପାନୀ SpaceXର ସହାୟତାରେ କ୍ରୁ-9 ମିଶନକୁ ଲଞ୍ଚ କରାଯାଇଛି । ନାସାର ଅନ୍ୟ 2 ମହାକାଶଚାରୀ ନିକ ହଗ୍‌ ଓ ଋଷୀୟ କସମୋନଟ୍‌ ଆଲେକଜାଣ୍ଡର ଏହି ମିଶନର ନେତୃତ୍ବ ନେଉଛନ୍ତି । ସ୍ପେଶକ୍ରାଫ୍ଟର 4ଟି ସିଟ୍‌ ମଧ୍ୟରୁ 2ଟି ସିଟ୍‌ ସୁନୀତା ଓ ତାଙ୍କ ସହଯୋଗୀ ୱିଲମୋରଙ୍କ ଲାଗି ସଂରକ୍ଷିତ ରହିଛି । ଅର୍ଥାତ ଏହି ସ୍ପେଶକ୍ରାଫ୍ଟରେ ନିକ୍‌ ଓ ଆଲେକଜାଣ୍ଡର 2ଟି ସିଟ୍‌ରେ ବସି ଯାଇଥିବା ବେଳେ ଆଉ ଦୁଇଟି ସିଟ୍‌ ଖାଲି ଯାଇଛି । ମହାକାଶରୁ ଫେରିବା ବେଳକୁ କ୍ରୁ ଡ୍ରାଗନ ସ୍ପେଶକ୍ରାଫ୍ଟରେ ଖାଲି ଥିବା 2ଟି ସିଟ୍‌ରେ ସୁନୀତା ଓ ୱିଲମୋର ପୃଥିବୀକୁ ଫେରିବେ ।

ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ପରେ କଣ ହେଲା ?

ଗତ ଜୁନ 6 ତାରିଖରେ ସୁନୀତା ୱିଲିୟମ୍ସ ଓ ସହଯୋଗୀ ୱିଲମୋର ମହାକାଶ ଯାଇଥିଲେ । ମାତ୍ର ସେଠାରେ ସଫଳତାର ସହ ପହଞ୍ଚିବା ପରେ ସ୍ପେଶକ୍ରାଫ୍ଟ 'ଷ୍ଟାରଲାଇନର'ରୁ ହିଲିୟମ ଗ୍ୟାସ ଲିକ୍‌ ହୋଇଥିଲା । ଏହାସହ ଅନ୍ୟ କିଛି ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଏଥିଯୋଗୁଁ ଏହି 2 ମହାକାଶଚାରୀ ପୃଥିବୀ ଫେରିବା ପରିବର୍ତ୍ତେ ମହାକାଶରେ ଅଧିକ ଦିନ ରହିବାକୁ ସ୍ଥିର କରିଥିଲେ । ଅନ୍ୟପଟେ ଗତ ସେପ୍ଟେମ୍ବର 6 ତାରିଖରେ ମହାକାଶରୁ ଖାଲି ଫେରିଥିଲା ଷ୍ଟାରଲାଇନର । ସେପଟେ ନାସା ନିଜର ଦୁଇ କୁଶଳୀ ମହାକାଶଚାରୀଙ୍କୁ ସୁରକ୍ଷିତ ଭାବେ ପୃଥିବୀ ଫେରାଇ ଆଣିବା ଲାଗି ଏହି କ୍ରୁ-9 ମିଶନ ସମ୍ପର୍କରେ ଯୋଜନା କରିଥିଲା । ଏହି ସ୍ପେଶକ୍ରାଫ୍ଟ ଲଞ୍ଚ କରାଯିବା ଲାଗି ଏଲନ ମସ୍କଙ୍କ ରକେଟ ନିର୍ମାତା କମ୍ପାନୀ SpaceXର ସହଯୋଗ ନିଆଯାଇଛି । ସ୍ପେଶ ଏକ୍ସରେ ନିର୍ମିତ ହୋଇଥିବା ସ୍ପେଶକ୍ରାଫ୍ଟ ସୁନୀତାଙ୍କୁ ପୃଥିବୀ ଫେରାଇ ଆଣିବ ।

Also Read: Boeing Starliner Return: ମହାକାଶରୁ ଖାଲି ସିଟ୍‌ ଫେରିଲା ଷ୍ଟାରଲାଇନର; ସୁନୀତା କେଉଁଠି ରହିବେ କଣ କରିବେ ?

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.