ETV Bharat / state

କଟକର ଭିନ୍ନ ଏକ ମଣ୍ଡପ; ଏଠାରୁ ଆରମ୍ଭ ହୋଇଥିଲା ଦୁର୍ଗାପୂଜାର ପରମ୍ପରା, ମଣ୍ଡପରେ ଶୁଣାଯାଏ ମା’ଙ୍କ ଘୁଙ୍ଗୁର ଶବ୍ଦ ! - Binod Bihari Puja Mandap

author img

By ETV Bharat Odisha Team

Published : 2 hours ago

Durga Puja: କଟକର ସର୍ବପୁରାତନ ପୂଜା ମଣ୍ଡପ । 5ଶହ ବର୍ଷ ପୂର୍ବେ ଶ୍ରୀ ଚୈତନ୍ୟ ଆରମ୍ଭ କରିଥିଲେ ଦୁର୍ଗାପୂଜା । ମଣ୍ଡପରେ ଅନୁଭୂତ ହୁଏ ମା’ଙ୍କ ଦୈବୀଶକ୍ତିର ଅଲୌକିକତା । ଅଧିକ ପଢନ୍ତୁ

CUTTACK DURGA PUJA
CUTTACK DURGA PUJA (ETV BHARAT ODISHA)

କଟକ: ଶରତର ଆଗମରେ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଜଗତ ଜନନୀ ମା’ ଦୁର୍ଗା । ମା'ଙ୍କୁ ସ୍ବାଗତ କରିବାକୁ ସତେ ଯେପରି ନଦୀପଠାରେ ଖିଲି ଖିଲି ହୋଇ ହସୁଛି କାଶତଣ୍ଡି । ସେପଟେ ଏବେଠାରୁ ଉତ୍ସବମୁଖର ହୋଇ ଉଠିଲାଣି ଦଶହରା ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ହଜାର ବର୍ଷର ସହର ସିଲଭରସିଟି କଟକ । ହାତରେ ମାତ୍ର ଆଉ ଗୋଟିଏ ସପ୍ତାହ ଥିବାରୁ, କେଉଁଠି ପୂଜା ମଣ୍ଡପରେ ମା’ଙ୍କ ମୂର୍ତ୍ତି ନିର୍ମାଣ ଚାଲିଛି ତ ପୁଣି କେଉଁଠି ଚାଲିଛି ଭବ୍ୟ ଓ ବିଶାଳ ତୋରଣ ନିର୍ମାଣ । କଟକରେ ପ୍ରସିଦ୍ଧ ଚାନ୍ଦିମେଢ ଦେଖିବାକୁ ସହରକୁ ଛୁଟିବ ଲକ୍ଷ ଲକ୍ଷ ଲୋକଙ୍କ ସୁଅ । ସେଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ହେଲେ କଟକରେ ଏମିତି ଏକ ପୁରାତନ ପୂଜା ମଣ୍ଡପ ରହିଛି, ଯେଉଁଠାରୁ ସହରରେ ଆରମ୍ଭ ହୋଇଥିଲା ଶାରଦୀୟ ପୂଜାର ଇତିହାସ । ଆଜି ମଧ୍ୟ ଏହି ମଣ୍ଡପରେ ମା’ଙ୍କ ପୂଜା ବଡ ଧୂମଧାମରେ କରାଯାଉଛି । ଏହା ସହ ରହିଛି ଭିନ୍ନ ଅଲୌକିକ ଘଟଣାର ବିଶ୍ବାସ । ତେବେ ଚାଲନ୍ତୁ ଜାଣିବା କଟକ ସହରର ଏହି ପୁରାତନ ଓ ଭିନ୍ନ ପୂଜାମଣ୍ଡପ ସମ୍ପର୍କରେ ।

ମଣ୍ଡପରେ ଘଟେ ଅଲୌକିକ ଘଟଣା:

କଟକର ବାଲୁବଜାରରେ ରହିଛି ବିନୋଦ-ବିହାରୀ ପୂଜା ମଣ୍ଡପ । ଏଠାରେ ପ୍ରଥମେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଇଥିଲା ବୋଲି କୁହାଯାଏ । ଏହା ଏପରି ଏକ ପୂଜା ମଣ୍ଡପ ଯେଉଁଠାରେ ମୂର୍ତ୍ତି ତଆରି ଠାରୁ ଆରମ୍ଭ କରି ପୂଜା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ, ଗୋଟିଏ ପରିବାରର ସଦସ୍ୟଙ୍କ ଦ୍ବାରା ହିଁ ସମ୍ପନ୍ନ କରାଯାଇଥାଏ । ଏହି ମଣ୍ଡପ ସହିତ ଜଡିତ ରହିଛି ଏକ ଅଲୌକିକ ଘଟଣା । ନିଶାର୍ଦ୍ଧରେ କେବଳ ଜଣେ ମାତ୍ର ପୂଜକ ମା'ଙ୍କ ଚକ୍ଷୁଦାନ ନୀତି ସମ୍ପନ୍ନ କରିଥାନ୍ତି, ସେହି ସମୟରେ ମଣ୍ଡପ ଏବଂ ଏହାର ଚର୍ତୁପାର୍ଶ୍ବରେ ସୃଷ୍ଟି ହୁଏ ଏକ ଅଲୌକିକ ବାତାବରଣ । ମଣ୍ଡପରେ ଦୃଶ୍ୟମାନ ହୁଏ ରହସ୍ୟମୟ ଛାଇ ଏବଂ ଶୁଭେ ପାଉଁଜିର ରୁଣୁଝୁଣ ଶବ୍ଦ । କେବଳ ସେତିକି ନୁହେଁ ମା’ଙ୍କୁ ଘଟ ମଧ୍ୟରେ ସ୍ଥାପିତ ହେବା ଲାଗି ମନ୍ତ୍ର ଉଚ୍ଚାରଣ କରି ଆବାହନ କରୁଥିବା ସମୟରେ ନିଜେ ପୂଜକ ମଧ୍ୟ ଶିହରୀ ଉଠିଥାନ୍ତି । ପ୍ରତ୍ୟକ ବର୍ଷ ପୂଜା ସମୟରେ ଏହି ଭଳି ଅଲୌକିତାକୁ ଅନୁଭବ କରି ଆସୁଥିବା ମା’ଙ୍କ ପୂଜକ ଲୋକନାଥ ବାନାର୍ଜୀ କୁହନ୍ତି ।

CUTTACK DURGA PUJA (ETV BHARAT ODISHA)
  • ପୂଜା ଆରମ୍ଭ କରିଥିଲେ ଶ୍ରୀ ଚୌତନ୍ୟ !

୧୫୦୮ ମସିହାରେ ନିଜ ଶ୍ରୀକ୍ଷେତ୍ର ଆଗମନ ସମୟରେ ଚୈତନ୍ୟ ମହାପ୍ରଭୁ କଟକ ବାଲୁବଜାରରେ କିଛି ଦିନ ବିତାଇଥିଲେ । କୁହାଯାଏ ସେହି ସମୟରେ ଶରତ ଋତୁର ଆଗମନ ହୋଇସାରିଥିଲା । ଏହି ସମୟରେ ଚୈତନ୍ୟ ମହାପ୍ରଭୁ ନିଜେ ଏହି ବିନୋଦ-ବିହାରୀ ବାଲୁବଜାରରେ ମା’ ମୃଣ୍ମୟୀ ଘଟ ସ୍ଥାପନ କରି ଦୁର୍ଗାପୂଜା ଆରମ୍ଭ କରିଥିଲେ । ଏହା ପରେ ଚୈତନ୍ୟ ପୁରୀ ଚାଲିଯାଇଥିବା ବେଳେ ତାଙ୍କ ସହିତ ଆସିଥିବା ବଙ୍ଗର ବାନାର୍ଜୀ ପରିବାରକୁ ଏହିଠାରେ ପ୍ରତିବର୍ଷ ଶରତ ଋତୁରେ ମା’ଙ୍କ ପୂଜା କରିବା ପାଇଁ କହିଥିଲେ । ସେବେ ଠାରୁ ବିନୋଦ ବିହାରୀ ମଠ ମନ୍ଦିର ପରିସରରେ ଥିବା ପୂଜା ମଣ୍ଡପରେ ଘଟ ପୂଜା ଆରମ୍ଭ ହୋଇ ପରେ ପରେ ଏଠାରେ ମା'ଙ୍କ ଦଶଭୂଜା ମୂର୍ତ୍ତିକୁ ଏହି ମଣ୍ଡପରେ ପୂଜା କରାଯିବା ଆରମ୍ଭ ହୋଇଥିଲା ।

CUTTACK DURGA PUJA
CUTTACK DURGA PUJA (ETV BHARAT ODISHA)
  • 5ଶହ ବର୍ଷ ଧରି ପୂଜା କରୁଛି ଗୋଟିଏ ପରିବାର

ଏହି ମଣ୍ଡପରେ ସମସ୍ତ ନୀତିକାନ୍ତ ଗୋଟିଏ ପରିବାର ଦ୍ବାରା ହୋଇସାୁଛି । ମା'ଙ୍କ ମୂର୍ତ୍ତି ନିର୍ମାଣଠାରୁ ଆରମ୍ଭ କରି ପୂଜା ସମ୍ପନ୍ନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପିଢି ପରେ ପିଢି ଶ୍ରୀ ଚୈତନ୍ୟଙ୍କ ସମୟରେ ପୂଜା ଆରମ୍ଭ କରିଥିବା ବାନାର୍ଜୀ ପରିବାରର ସଦସ୍ୟମାନେ ହିଁ କରିଆସୁଛନ୍ତି । ୫୧୬ ବର୍ଷ ବିତି ଗଲାଣି, କିନ୍ତୁ ବିନୋଦ ବିହାରୀ ମଣ୍ଡପରେ ପୂଜାବିଧି ଯେତେ ବେଳେ ଯାହା ଥିଲା, ଆଜି ବି ତାହା ହିଁ ରହିଛି ବୋଲି ପୂଜା କମିଟି କର୍ମକର୍ତ୍ତା କହିଛନ୍ତି ।

CUTTACK DURGA PUJA
CUTTACK DURGA PUJA (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଆସୁଛନ୍ତି ମା' ଜଗତ ଜନନୀ; ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ଅନୁକୂଳ, କୁଆଖାଇ ନଦୀରେ ପୂଜାର୍ଚ୍ଚନା - Devotees Collect Holy Soil

ଏହା ମଧ୍ୟ ପଢନ୍ତୁ-'ବାଡ଼ି ଖେଳ' ବଖାଣୁଛି ବୀରତ୍ବର ଗାଥା, ଦୁର୍ଗାପୂଜା ପୂର୍ବରୁ ଜୋରଦାର ଅଭ୍ୟାସ - Stick Play

  • ମୂର୍ତ୍ତିରେ ବ୍ୟବହାର ହୁଏନି କୃତ୍ତିମ ରଙ୍ଗ:

ଦଶହରାରେ କଟକ ବାଲୁବଜାରର ବିନୋଦ ବିହାରୀ ପୀଠରେ ଦେଖିବାକୁ ମିଳେ କିଛି ଭିନ୍ନ ପରମ୍ପରା । ଏହି ମଣ୍ଡପର ବିଶେଷତ୍ବ ହେଉଛି ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣରେ କୌଣସି ପ୍ରକାରର କୃତ୍ତିମ ରଙ୍ଗ ବ୍ୟବହାର କରାଯାଏ ନାହିଁ । ପ୍ରାକୃତିକ ଭାବରେ ରଙ୍ଗ ପ୍ରସ୍ତୁତ କରି ମା'ଙ୍କ ମୂର୍ତ୍ତିର ରଙ୍ଗ କାର୍ଯ୍ୟ ହୋଇଥାଏ । ବାହ୍ୟ ଚାକଚକ୍ୟ ନୁହେଁ ବରଂ ଏଠାରେ କେବଳ ନିଷ୍ଠାର ସହ ପୂଜାର୍ଚ୍ଚନାକୁ ହିଁ ପ୍ରାଧାନ୍ୟ ଦିଆଯାଇଥାଏ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.