ହାଇଦ୍ରାବାଦ:97 ତମ ଏକାଡେମୀ ପୁରସ୍କାର ଓସ୍କାର 2025 ପାଇଁ ଭାରତ ଦ୍ୱାରା ମନୋନୀତ ହୋଇଥିବା ଫିଲ୍ମ 'ଲାପାଟା ଲେଡିଜ୍' ବର୍ତ୍ତମାନ ରେସରୁ ବିଦା ପଡିଛି । ଏହି ଚଳଚ୍ଚିତ୍ରଟି ଓସ୍କାର ସର୍ଟଲିଷ୍ଟରେ ସ୍ଥାନ ହରାଇଛି । ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ 15 ଟି ସର୍ଟଲିଷ୍ଟ ଫିଲ୍ମର ତାଲିକା ଘୋଷଣା କରିଛି, ଯେଉଁଥିରେ କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ହୋଇପାରିନାହିଁ । କିନ୍ତୁ ଏବେ ବି ଭାରତର ଆଶା ଶେଷ ହୋଇନାହିଁ । ଓସ୍କାର ରେସରେ ସ୍ଥାନ ପକ୍କା କରିଛି ଏହି ଭାରତୀୟ ଫିଲ୍ମ । ଜାଣନ୍ତୁ କେଉଁ ଫିଲ୍ମ ?
ଓସ୍କାର 2025 ରେସରୁ ବାଦ ପଡିଲା 'ଲାପତା ଲେଡିଜ'
ସେପ୍ଟେମ୍ବରରେ ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ (FFI) ଦ୍ୱାରା ଓସ୍କାର ଏଣ୍ଟ୍ରି ଭାବରେ 'ଲାପତା ଲେଡିଜ୍' ଚୟନ କରାଯାଇଥିଲା । ସେହି ସମୟରେ 28ଟି ଚଳଚ୍ଚିତ୍ରକୁ ଚୟନ କରାଯାଇଥିଲା ଯେଉଁଥିରେ ବଲିଉଡର ବ୍ଲକବଷ୍ଟର 'ଆନିମଲ', କଲ୍କି 2898 AD, ଶ୍ରୀକାନ୍ତ, ଚନ୍ଦୁ ଚାମ୍ପିଅନ୍, ଜୋରାମ, ମୈଦାନ, ସାମ ବାହାଦୂର, ଆର୍ଟିକିଲ 370, ମାଲାୟାଲମ୍ ଚଳଚ୍ଚିତ୍ର ଅଟାମ, ବାଜହଇ ସମେତ 28 ଟି ଚଳଚ୍ଚିତ୍ର ବିରୋଧରେ ପ୍ରତିଯୋଗୀତା କରିଥିଲା । ସମସ୍ତଙ୍କୁ ପଛରେ ପକାଇ ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ବର୍ଗରେ କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ' ଏଣ୍ଟ୍ରି କରିଥିଲା । ହେଲେ ବର୍ତ୍ତମାନ ଓସ୍କାର 2025 ରେସରୁ ବାହାରି ଯାଇଛି 'ଲାପତା ଲେଡିଜ' । ତେବେ ବିଦେଶୀ ଚଳଚ୍ଚିତ୍ର ବର୍ଗର ଶ୍ରେଷ୍ଠ 15 ସର୍ଟଲିଷ୍ଟ ଚଳଚ୍ଚିତ୍ରରେ ଫ୍ରାନ୍ସର 'ଏମିଲିଆ ପ୍ରେଜ୍', ଡେନମାର୍କର 'ଦ ଗର୍ଲ ୱିଥ ଦ ନିଡଲ' ଏବଂ ସନ୍ଧ୍ୟା ସୁରୀଙ୍କ 'ସନ୍ତୋଷ' ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ।
ସ୍ଥାନ ପକ୍କା କଲା ଏହି ଭାରତୀୟ ଫିଲ୍ମ
କିନ୍ତୁ ବର୍ତ୍ତମାନ ଭାରତର ଆଶା ମଉଳିନାହିଁ । ଆନ୍ତର୍ଜାତୀୟ ବର୍ଗରେ ବ୍ରିଟେନରୁ ସଂକ୍ଷିପ୍ତ ତାଲିକାଭୁକ୍ତ 'ସନ୍ତୋଷ' ହେଉଛି ଭାରତର କାହାଣୀ । କିନ୍ତୁ ବ୍ରିଟିଶ-ଭାରତୀୟ ଚଳଚ୍ଚିତ୍ର ନିର୍ମାତା ସନ୍ଧ୍ୟା ସୁରିଙ୍କ ଏହି ଚଳଚ୍ଚିତ୍ର ଓସ୍କାରରେ ଭାରତ ନୁହେଁ ବ୍ରିଟେନକୁ ପ୍ରତିନିଧିତ୍ୱ କରିବାକୁ ଯାଉଛି । 'ସନ୍ତୋଷ' ବ୍ୟତୀତ 'ଅନୁଜା' ନାମକ ଜଣେ ଭାରତୀୟ ଝିଅ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ମଧ୍ୟ ଓସ୍କାର 2025 ର ସର୍ଟ ଫିଲ୍ମ ବର୍ଗରେ ତାଲିକାଭୁକ୍ତ ହୋଇଛି ।
ଖୁସିବ୍ୟକ୍ତ କଲେ ନିର୍ମାତା
ଗୁନିତ ମୋଙ୍ଗା କପୁରଙ୍କ ଦ୍ୱାରା ନିର୍ମିତ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ 'ଅନୁଜା' ଓସ୍କାର ପାଇଁ ମନୋନୀତ ହୋଇଛି । ଏହି ଚଳଚ୍ଚିତ୍ରରେ ବୟନ ଶିଳ୍ପରେ ଶିଶୁ ଶ୍ରମର ସମସ୍ୟା ବିଷୟରେ ଆଲୋଚନା କରାଯାଇଛି । ଏଥିରେ ଅଭିନେତା ନାଗେଶ ଭୋସଲେଙ୍କ ପରି କଳାକାରମାନେ ଅଭିନୟ କରିଛନ୍ତି । ଏନେଇ ନିର୍ମାତା ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କହିଛନ୍ତି,''ଏହା ଆମ ପାଇଁ ଗର୍ବର ବିଷୟ । ଆମ ଚଳଚ୍ଚିତ୍ରର ଦୁଇ ତାରକା ସଜଦା ପଠାନ୍ ଏବଂ ଅନନ୍ୟା ଶାନବାଗଙ୍କ ପାଇଁ ଆମେ ଗର୍ବିତ। ଭାରତୀୟ ବଂଶର ପ୍ରସିଦ୍ଧ ହଲିଉଡ ଅଭିନେତ୍ରୀ ମିଣ୍ଡି କଲିଙ୍ଗ 'ଅନୁଜା'କୁ ବହୁତ ପ୍ରଶଂସା କରିଥିଲେ। ‘ଅନୁଜା’ ହୁଏତ ଭାରତରେ ସୁଟିଂ ହୋଇଥିବା ଏକ କାହାଣୀ ହୋଇପାରେ, କିନ୍ତୁ ଏହା ଏକ ଇଣ୍ଡୋ-ଆମେରିକୀୟ ଉତ୍ପାଦନ ଦ୍ୱାରା ମଧ୍ୟ ପ୍ରସ୍ତୁତ କରାଯାଇଛି ।
ଶାହାନା ଗୋସ୍ୱାମୀଙ୍କ ଫିଲ୍ମ ହେଉଛି 'ସନ୍ତୋଷ'
ଫିଲ୍ମ 'ସନ୍ତୋଷ'ରେ ଶାହାନା ଗୋସ୍ବାମୀ ଜଣେ ପୋଲିସ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ନଜର ଆସିଛନ୍ତି । ଓସ୍କାର 2025 ପାଇଁ ସର୍ଟଲିଷ୍ଟ ହେବା ପରେ ଶାହାନା ଗୋସ୍ୱାମୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ଏବଂ ଲେଖିଛନ୍ତି, ''ମୋର ପୁରା ଟିମ୍ ତଥା ବିଶେଷ କରି ଆମ ଚଳଚ୍ଚିତ୍ର ଲେଖକ-ନିର୍ଦ୍ଦେଶକ ସନ୍ଧ୍ୟା ସୁରିଙ୍କ ପାଇଁ ମୁଁ ବହୁତ ଖୁସି ଅଟେ । 85 ଟି ଚଳଚ୍ଚିତ୍ର ମଧ୍ୟରୁ ଓସ୍କାର ପାଇଁ ସର୍ଟଲିଷ୍ଟ ହେବା ଗର୍ବର ବିଷୟ । ଏହି ଚଳଚ୍ଚିତ୍ରକୁ ପସନ୍ଦ କରୁଥିବା, ସମର୍ଥନ କରିଥିବା ଏବଂ ଭୋଟ୍ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ।''
ଓସ୍କାର 2025 ସର୍ଟଲିଷ୍ଟ ତାଲିକା:-
ଡକ୍ୟୁମେଣ୍ଟାରୀ ଫିଚର୍ ଫିଲ୍ମ:-
- ବିବି ଫାଇଲ୍ସ
- ବ୍ଲାକ୍ ବକ୍ସ ଡାଏରୀ
- ଡାହୋମି
- ଡର୍ଟସ
- ଏନୋ
- ଫ୍ରିଦା
- ହଲିଉଡଗେଟ
- ନୋ ଅଦର ଲ୍ୟାଣ୍ଡ
- ପୋସିଲାଇନ ୱାର
- କ୍ୱିଣ୍ଡମ୍
- ଦ ରିମାର୍କେବଲ ଲାଇଫ ଅଫ ଇବେଲିନ
- ସାଉଣ୍ଡଟ୍ରାକ୍ ଟୁ ଏ କପ ଡି'ଏଟାଟ
- ସୁଗାରକେନ
- ୟୁନିଅନ୍
- ୱିଲ୍ ଏବଂ ହାରପର୍
ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ:-
- ଚାସିଂଗ ରୋ
- ଡେଠ ବାଏ ନମ୍ୱରସ
- ଇଟରନାଲ ଫାଦର
- ଆଇ ଏମ ରେଡି, ୱାର୍ଡେନ
- ଇନସିଡେଣ୍ଟ
- ଇନଷ୍ଟ୍ରୁମେଣ୍ଟସ ଅଫ ଏ ବିଟିଂ ହାର୍ଟ
- କିପର
- ମାକାୟଲାଙ୍କ ଭଏସ: ଏ ଲେଟେର ଟୁ ଦ ୱାର୍ଲ୍ଡ
- ଦ ଅନଲି ଗାର୍ଲ ଇନ ଦ ଅକ୍ରେଷ୍ଟା
- ପ୍ଲାନେଟୱାଲକର
- ଦ କ୍ୱିଲ୍ଟର୍ସ
- ସିଟ୍ 31: ଜୁଇ ସେଫିର୍
- ଏ ସୁଇମ ଲେସନ
- ଅନଟିଲ ହି ଇଜ ବ୍ୟାକ
ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ:-
ଅନୁଜା
କ୍ଲୋଡାଗ୍