ହାଇଦ୍ରାବାଦ:ସୁସ୍ଥ ହୋଇ କାମକୁ ଫେରିଛନ୍ତି ଟିଭି ଅଭିନେତ୍ରୀ ଜସ୍ମିନ ଭାସିନ । ସୂଚନା ଅନୁସାରେ, ନିକଟରେ ଏକ ଇଭେଣ୍ଟରେ ଯୋଗଦେବାବେଳେ ଅଭିନେତ୍ରୀ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ, ଯାହା ପରେ ସେ ହଠାତ୍ ଦୃଷ୍ଟି ଶକ୍ତି ହରାଇଥିଲେ । ଜସ୍ମିନଙ୍କ କର୍ଣ୍ଣିଆ ନଷ୍ଟ ହୋଇଯାଇଥିଲା, ଯେଉଁଥିପାଇଁ ତାଙ୍କୁ ଆଖି ଅସ୍ତ୍ରୋପଚାର କରିବାକୁ ପଡିଥିଲା । ଏଥିସହ ଜସ୍ମିନ ଭାସିନଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ଆଖି ବ୍ୟାଣ୍ଡେଜ୍ କରିଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିବା ବେଳେ ସେ ସୁସ୍ଥ ହୋଇ କାମକୁ ଫେରିଥିବା କହିଛନ୍ତି ।
ଏୟାରପୋର୍ଟରେ ନଜର ଆସିଲେ ଜସ୍ମିନ-
ଜସ୍ମିନ ଭାସିନଙ୍କ ବିମାନବନ୍ଦରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅଭିନେତ୍ରୀ ହସୁଥିବା ନଜର ଆସିଛନ୍ତି । ଭିଡିଓରେ, ଜସ୍ମିନ୍ ଗୋଲାପୀ ଏବଂ ଧୂସର ରଙ୍ଗର ପୋଷାକରେ ଦେଖିବାକୁ ମିଳିଛି । ଏହି ସମୟରେ, ପାପାରାଜି ତାଙ୍କୁ ତାଙ୍କ ସୁସ୍ଥତା ବିଷୟରେ ପଚାରିଥିଲେ । ସେତେବେଳେ ସେ ତାଙ୍କ ଚଷମା ବାହାର କପରି ଆଖିର ଝଲକ ଦେଖାଇଲେ ଏବଂ କହିଥିଲେ ଯେ ସେଗୁଡ଼ିକ ପୂର୍ବ ଅପେକ୍ଷା ଭଲ ଅଛନ୍ତି । ଏହି ଭିଡିଓ ଦେଖି ଫ୍ୟାନ୍ସ ପ୍ରତିକ୍ରିୟା ଦେଇ ତାଙ୍କ ସୁସ୍ଥତା କାମନା ସହ ଭଗବାନଙ୍କ ଆଶୀର୍ବାଦ ରହୁ ବୋଲି କହିଛନ୍ତି ।
କେଉଁ କାରଣରୁ ଦୃଷ୍ଟିଶକ୍ତି ହରାଇଥିଲେ ଜସ୍ମିନ
ସୂଚନା ଅନୁସାରେ, ଆଖିରେ ଲେନ୍ସ ପିନ୍ଧିବା ହେତୁ ତାଙ୍କ କର୍ଣ୍ଣିଆ ନଷ୍ଟ ହୋଇଯାଇଥିଲା, ପରେ ଅଭିନେତ୍ରୀଙ୍କ ହଠାତ୍ ଦେଖିବା ବନ୍ଦ ହୋଇଥିଲା । ଜୁଲାଇ ୧୭ ରେ, ଜସ୍ମିନ ନୂଆଦିଲ୍ଲୀର ଏକ ଇଭେଣ୍ଟକୁ ଯାଇଥିଲେ। ଇଭେଣ୍ଟ ସମୟରେ ସେ ତାଙ୍କ ଆଖିରେ ଲେନ୍ସ ପିନ୍ଧିବା ପରେ ସମସ୍ୟା ହୋଇଥିଲା । ସେ କହିଥିଲେ, 'ଲେନ୍ସରେ ଅସୁବିଧା କ’ଣ ମୁଁ ଜାଣେ ନାହିଁ। ମୁଁ ଧୀରେ ଧୀରେ ମୋ ଆଖିରେ ଯନ୍ତ୍ରଣା ଆରମ୍ଭ କଲି । ପରେ ଏହି ଯନ୍ତ୍ରଣା ବଢିଗଲା । ଘଟଣା ପରେ ମୁଁ ଡାକ୍ତରଙ୍କ ପାଖକୁ ଯାଇଥିଲି, ଯେଉଁଠାରେ ସେ ମୋତେ କହିଥିଲେ ଯେ ମୋ ଆଖିର କର୍ଣ୍ଣିଆ ନଷ୍ଟ ହୋଇଯାଇଛି । ତାଙ୍କୁ ଆଖି ଅସ୍ତ୍ରୋପଚାର କରିବାକୁ ପଡିଥିଲା । ସୁସ୍ଥତା ପାଇଁ ୪ ରୁ ୫ ଦିନ ଲାଗିବ ବୋଲି ଡାକ୍ତର କହିଥିଲେ । ବର୍ତ୍ତମାନ, ଜସ୍ମିନ୍ ଭଲ ଅଛନ୍ତି ଏବଂ କାମକୁ ଫେରିଛନ୍ତି ।