ଓଡିଶା

odisha

ଗ୍ରାମୀ ଆୱାର୍ଡରେ ବାଜି ମାରିଲା ଭାରତ, ଜାକିର-ମହାଦେବନଙ୍କ ସମେତ ଏହି ସଙ୍ଗୀତକାରଙ୍କୁ କରାଗଲା ସମ୍ମାନିତ

By ETV Bharat Odisha Team

Published : Feb 5, 2024, 11:30 AM IST

Grammy Awards 2024: ଦେଶର ପ୍ରତିଷ୍ଠିତ ସଙ୍ଗୀତ ପୁରସ୍କାର ଗ୍ରାମୀ ଆୱାର୍ଡ ୨୦୨୪ ଆୟୋଜିତ ହୋଇଛି । ଏହି ୬୬ତମ ବାର୍ଷିକ ସମାରୋହ ଲସ ଆଞ୍ଜେଲସରେ ହୋଇଥିବା ବେଳେ ଭାରତୀୟ ସଙ୍ଗୀତକାରଙ୍କ ଦବଦବା ଦେଖିବାକୁ ମିଳିଛି । ଶଙ୍କର ମହାଦେବନଙ୍କ ଠାରୁ ଆରମ୍ଭ କରି ଜାକିର ହୁସେନ ଭଳି ଅନେକ ସଙ୍ଗୀତକାରଙ୍କୁ ଗ୍ରାମୀ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି ।

ଗ୍ରାମୀ ଆୱାର୍ଡ: ବାଜି ମାରିଲା ଭାରତ, ଜାକିର ହୁସେନ-ମହାଦେବନ ସମେତ ଏହି ସଙ୍ଗୀତକାରଙ୍କୁ କରାଗଲା ସମ୍ମାନିତ
ଗ୍ରାମୀ ଆୱାର୍ଡ: ବାଜି ମାରିଲା ଭାରତ, ଜାକିର ହୁସେନ-ମହାଦେବନ ସମେତ ଏହି ସଙ୍ଗୀତକାରଙ୍କୁ କରାଗଲା ସମ୍ମାନିତ

ହାଇଦ୍ରାବାଦ:ସଂଗୀତ ଇଣ୍ଡଷ୍ଟ୍ରିର ଓସ୍କାର ଭାବରେ ବିବେଚିତ ହୋଇଥିବା ଗ୍ରାମୀ ପୁରସ୍କାରର ୬୬ ତମ ସଂସ୍କରଣ ଅନୁଷ୍ଠିତ ହୋଇଛି । ଲସ ଆଞ୍ଜେଲସରେ ଏହି ପୁରସ୍କାର ସମାରୋହ ଆୟୋଜିତ ହୋଇଥିବା ବେଳେ ଭାରତରେ ଆଜି ସକାଳ ୬.୩୦ରେ ଲାଇଭ ପ୍ରସାରଣ ହୋଇଛି । ତେବେ ଏହି ୬୬ତମ ଗ୍ରାମୀ ପୁରସ୍କାରରେ ଅନେକ ମ୍ୟୁଜିସିଆନ ନୋମିନେଟ ହୋଇଥିବା ବେଳେ ଭାରତ ବଡ ବିଜୟ ହାସଲ କରିଛି । ଏହି ଭାରତୀୟ ସଙ୍ଗୀତକାରମାନେ ଗ୍ରାମୀ ପୁରସ୍କାରର ଉଭୟ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ଏବଂ ଗ୍ଲୋବାଲ୍ ମ୍ୟୁଜିକ୍ ପ୍ରଦର୍ଶନ ବର୍ଗରେ ଆୱାର୍ଡ ନିଜ ନାଁରେ କରିଛନ୍ତି । ଭାରତୀୟ ଗାୟକ ଜନ୍ ମ୍ୟାକଲାଉଲିନ୍, ଜାକିର ହୁସେନ୍, ଶଙ୍କର ମହାଦେବନ୍, ଭି ସେଲଭାଗଣେଶ ଏବଂ ଗଣେଶ ରାଜଗୋପାଲାନଙ୍କ ଦ୍ବାରା ରଚିତ 'ଶକ୍ତି' 'ଦିଶ ମୁମେଣ୍ଟ' ପାଇଁ ଗ୍ରାମୀ ପୁରସ୍କାର ପ୍ରଦାନ କରାଯାଇଛି । ଆସନ୍ତୁ ଜାଣିବା ଗ୍ରାମୀ ପୁରସ୍କାର ୨୦୨୪ର ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା ।

ଜାକିର ହୁସେନ-୨୦୨୪ ବର୍ଷ ଜାକିର ହୁସେନ୍ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ବୋଲି ପ୍ରମାଣିତ ହୋଇଛି । ସେ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୨ଟି ଗ୍ରାମୀ ପୁରସ୍କାର ଜିତିଥିଲେ । ହେଲେ ବର୍ତ୍ତମାନ ୨୦୨୪ ମସିହାରେ, ସେ ନିଜ ପ୍ରତିଭା ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରି ସେ ମାତ୍ର ଗୋଟିଏ ବର୍ଷରେ ତିନୋଟି ଗ୍ରାମୀ ପୁରସ୍କାର ଜିତିଛନ୍ତି । ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ପ୍ରଦର୍ଶନ ବର୍ଗରେ 'ପସ୍ତୋ' ଗୀତ ପାଇଁ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ସେ ଆଉ ଦୁଇଟି ଭିନ୍ନ ବର୍ଗରେ ଶ୍ରେଷ୍ଠ କଣ୍ଟେମ୍ପୋରୀ ଇନଷ୍ଟ୍ରୁମେଣ୍ଟାଲ୍ ଆଲବମ୍ ବର୍ଗରେ 'ଏଜ ୱି ସ୍ପିକ' ଏବଂ ଶ୍ରେଷ୍ଠ ବାଦ୍ୟଯନ୍ତ୍ର ରଚନା ବର୍ଗରେ 'ମୋସନ' ଗୀତ ପାଇଁ ସେ ଏହି ପୁରସ୍କାର ଜିତିଛନ୍ତି ।

ଶଙ୍କର ମହାଦେବନ- ଗାୟକ-ସଂଗୀତକାର ଶଙ୍କର ମହାଦେବନଙ୍କ ‘ଦିଶ ମୁମେଣ୍ଟ’ ପାଇଁ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ପୁରସ୍କାର ହାସଲ କରିଛନ୍ତି । ଏହି ଆଲବମରେ ସମୁଦାୟ ୮ ଟି ଗୀତ ଅଛି ଯାହାକୁ ବହୁତ ପସନ୍ଦ କରାଯାଇଛି । ସୂଚନା ଥାଉ କି, ଶଙ୍କର ମହାଦେବନଙ୍କ କ୍ୟାରିୟରରେ ଏହା ହେଉଛି ପ୍ରଥମ ଗ୍ରାମୀ ପୁରସ୍କାର ।

ରାକେଶ ଚୌରସିଆ- ଦେଶର ଭେଟେରାନ ବଇଁଶୀ ବାଦକ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ପୁଅ ରାକେଶ ଚୌରସିଆ ମଧ୍ୟ ଗ୍ରାମୀ ପୁରସ୍କାର ହାସଲ କରିଛନ୍ତି । ସେ ଦୁଇଟି ଭିନ୍ନ ବର୍ଗରେ ପୁରସ୍କାର ଜିତିଛନ୍ତି । 'ପାସ୍ତୋ' ଗୀତ ପାଇଁ ସେ ସର୍ବଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ପ୍ରଦର୍ଶନ ବର୍ଗରେ ଏବଂ 'ଏଜ ୱି ସ୍ପିକ' ଶ୍ରେଷ୍ଠ କଣ୍ଟେମ୍ପୋରୀ ଇନଷ୍ଟ୍ରୁମେଣ୍ଟାଲ୍ ବର୍ଗରେ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ଭି ସେଲଭାଗଣେଶ- ଦେଶର ପ୍ରସିଦ୍ଧ ପର୍କୁସିନିଷ୍ଟ ଭି ସେଲଭାଗଣେଶ ମଧ୍ୟ ଗ୍ରାମୀ ପୁରସ୍କାର ଲାଭ କରିଛନ୍ତି । ମ୍ୟୁଜିକ୍ ଆଲବମ୍ 'ଦିଶ ମୁମେଣ୍ଟ' ପାଇଁ ସେ ମଧ୍ୟ ଏହି ପୁରସ୍କାର ପାଇଛନ୍ତି । ଏଥିରେ ୮ଟି ଗୀତ ଅଛି ଯାହା ସଂଗୀତକାର ଶଙ୍କର ମହାଦେବନଙ୍କ ଦ୍ବାରା 'ଶକ୍ତି' ବ୍ୟାଣ୍ଡ ଦ୍ବାରା ରଚନା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:ଓସ୍କାର ଆୱାର୍ଡ ୨୦୨୪: ଶ୍ରେଷ୍ଠ ଫିଲ୍ମ ରେସରେ 'ବାର୍ବି ଓ ଓପେନହାଇମର', ଦେଖନ୍ତୁ ପୁରା ତାଲିକା

ଗଣେଶ ରାଜଗୋପାଲନ୍- ଏହି ପୁରସ୍କାରରେ ଭାରତୀୟ ସଂଗୀତଜ୍ଞ ଗଣେଶ ରାଜାଗୋପାଲନ ନାଁ ମଧ୍ୟ ସାମିଲ ହୋଇଛି । 'ଶକ୍ତି' ବ୍ୟାଣ୍ଡର ଆଲବମ୍ 'ଦିଶ ମୁମେଣ୍ଟ' ପାଇଁ ସେ ମଧ୍ୟ ଏହି ପୁରସ୍କାର ପାଇଛନ୍ତି ।

ABOUT THE AUTHOR

...view details