ହାଇଦ୍ରାବାଦ:ସର୍ବଦା ନିଜ ଫ୍ୟାଶନ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ। ସୋସିଆଲ ମିଡିଆରେ ନିଜର ଅଜବ ପୋଷାକ ପାଇଁ ଲାଇମଲାଇଟରେ ରହିଥାନ୍ତି ଉର୍ଫି ଜାଭେଦ । କେତେବେଳେ ତକିଆ (pillow) ତିଆରି ଡ୍ରେସ ତ କେତେବେଳେ ଚିପ୍ସ ପ୍ୟାକଟ ଏଭଳି ଭିନ୍ନ ପ୍ରକାରର ଜିନିଷରେ ତିଆରି ଆଉଟଫିଟ ପିନ୍ଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଉର୍ଫି ନିଜ ଡ୍ରେସକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ନିଜ ଡ୍ରେସ ସହ ନିଆରା ଢଙ୍ଗରେ ନିଜ ଆଗାମୀ ଶୋ'ର ପ୍ରମୋସନ କରିଛନ୍ତି । ପ୍ରମୋସନ ସମୟରେ ଉର୍ଫି ନିଜ ନୂଆ ପୋଷାକରେ ନିଆଁ ଲଗାଇଦେଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ନିଜ ଡ୍ରେସରେ ଲଗାଇଲେ ନିଆଁ
ସୋସିଆଲ ମିଡିଆ ସେନ୍ସେସନ ଉର୍ଫି ଜାଭେଦ ଛୋଟ ପରଦାରେ ନିଜର ଜଲୱା ଦେଖାଉଥିବା ବେଳେ ବର୍ତ୍ତମାନ ସେ ତାଙ୍କର ଆଗାମୀ ଟିଭି ଶୋ' 'ଫୋଲୋ କର ଲୋ ୟାର' ସହ ଫେରୁଛନ୍ତି । ଉର୍ଫି ଏନେଇ ଜୋରଦାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଉର୍ଫି ଏକ ବ୍ଲାକ ରଙ୍ଗର ପୋଷାକରେ ନଜର ଆସିଛନ୍ତି । ସେ ମଞ୍ଚ ଉପରେ ଠିଆ ହୋଇଥିବା ସମୟରେ ତାଙ୍କ ପୋଷାକର ଝଲକ ଦେଖାନ୍ତି । ଏହା ପରେ ସେ ପ୍ରଥମେ କରତାଳି ଦିଅନ୍ତି, ଯେଉଁ କାରଣରୁ ତାଙ୍କ ପୋଷାକର ତଳ ଅଂଶ ନିଆଁ ଲାଗିଯାଏ । ନିଆଁ ଲିଭାଇବା ମାତ୍ରେ, “ଫୋଲୋ କର ଲୋ ୟାର, 3 ଦିନ ପରେ ଲେଖାଥିବା ଦେଖିବାକୁ ମିଳେ । ଯାହା ଏବଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଖୁବ ଭାଇରାଲ ହେଉଛି। ଫ୍ୟାନ୍ସମାନେ ଉର୍ଫିଙ୍କ ଏହି ସୃଜନଶୀଳତାକୁ ପରବର୍ତ୍ତୀ ସ୍ତରର ଫ୍ୟାଶନ ବୋଲି କହି ପ୍ରଶଂସା କରିଛନ୍ତି ।