ହାଇଦ୍ରାବାଦ:ମେଗାଷ୍ଟାର ଅମିତାଭ ବଚ୍ଚନ ହସ୍ପିଟାଲରେ ଭର୍ତ୍ତି ହେବା ସହ ଆଞ୍ଜିଓପ୍ଲାଷ୍ଟି ନେଇ ସାମ୍ନାକୁ ଆସିଥିଲା ଖବର । ଏହାକୁ ନେଇ ଫ୍ୟାନ୍ସମାନେ ଚିନ୍ତିତ ହୋଇଥିବା ବାଳେ ଏହାକୁ ନିଜେ ବିଗବି ଖଣ୍ଡନ କରିଛନ୍ତି । ସେ ଏହାକୁ ଏକ ଫେକ୍ ନ୍ୟୁଜ ବା ମିଥ୍ୟା ବୋଲି କହିଛନ୍ତି । ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଏହି ଖବର ଶୁଣିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ରକ୍ତ ଜମାଟ ବାନ୍ଧିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଆଞ୍ଜିଓପ୍ଲାଷ୍ଟି କରାଯାଇଥିବା ନେଇ ଅନେକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା ।
ତେବେ ସମସ୍ତ ଗୁଜବ ଉପରୁ ପରଦା ଉଠାଇଛନ୍ତି ଅମିତାଭ ବଚ୍ଚନ । ଗତକାଲି(ଗୁରୁବାର) ସନ୍ଧ୍ୟାରେ ଇଣ୍ଡିଆନ ଷ୍ଟିଟ ପ୍ରିମିୟର ଲିଗ୍(ISPL) ଚାଲିଥିବା ବେଳେ ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସହ ସାମ୍ନାକୁ ଆସିଛନ୍ତି । ଦୁହେଁ ସଚ୍ଚିନ ତେନ୍ଦୁଲକରଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି । ଏହାର ଫଟୋକୁ ଅମିତାଭ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବିଗ୍ବି ହସ୍ପିଟାଲରେ ଭର୍ତ୍ତି ହେବାର ଖବର ପ୍ରସାରିତ ହେବାର କିଛି ଘଣ୍ଟା ମଧ୍ୟରେ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅମିତାଭ ।
ଏହା ମଧ୍ୟ ପଢନ୍ତୁ:ହସ୍ପିଟାଲରେ ଭର୍ତ୍ତି ହେଲେ ବିଗ୍ ବି, କରାଗଲା ଆଞ୍ଜିଓପ୍ଲାଷ୍ଟି