ଓଡିଶା

odisha

ETV Bharat / entertainment

ହଲିଉଡରେ ଧମାକା କରିବ 'ଦୃଶ୍ୟମ', ପ୍ରଥମ ଭାରତୀୟ ଫିଲ୍ମ ଭାବେ ହେବ ରିମେକ୍ - Drishyam Remade in Hollywood

Drishyam Remade in Hollywood: ଭାରତୀୟ ଏବଂ ଚୀନ ବଜାରରେ ପ୍ରାଧାନ୍ୟ ବିସ୍ତାର କରିବା ପରେ ବର୍ତ୍ତମାନ 'ଦୃଶ୍ୟମ' ସର୍ବଭାରତୀୟ ସ୍ତରରେ ଧମାକା କରିବାକୁ ପ୍ରସ୍ତୁତ । ଏବେ ଏହି ଚଳଚ୍ଚିତ୍ରର ରିମେକ୍ ହଲିଉଡରେ ତିଆରି ହେବ । ଅଧିକ ପଢନ୍ତୁ,

ହଲିଉଡରେ ଧାମକା କରିବାକୁ ପ୍ରସ୍ତୁତ ଫିଲ୍ମ 'ଦୃଶ୍ୟମ', ପ୍ରଥମ ଭାରତୀୟ ଫିଲ୍ମ ଭାବେ ହେବ ରିମେକ୍
ହଲିଉଡରେ ଧାମକା କରିବାକୁ ପ୍ରସ୍ତୁତ ଫିଲ୍ମ 'ଦୃଶ୍ୟମ', ପ୍ରଥମ ଭାରତୀୟ ଫିଲ୍ମ ଭାବେ ହେବ ରିମେକ୍

By ETV Bharat Odisha Team

Published : Feb 29, 2024, 8:09 PM IST

Updated : Mar 1, 2024, 10:21 AM IST

ହାଇଦ୍ରାବାଦ: ପ୍ରଥମେ ମାଲାୟାଲାମ ତାପରେ ଅନ୍ୟାନ୍ୟ ଭାରତୀୟ ଭାଷାରେ ରିଲିଜ ହୋଇଥିବା ଫିଲ୍ମ 'ଦୃଶ୍ୟମ' ଏବେ ହଲିଉଡରେ ଧମାକା କରିବାକୁ ପ୍ରସ୍ତୁତ । ଏପରିକି ଚୀନର ମାଣ୍ଡାରିନ ଭାଷାରେ ମଧ୍ୟ ଏହି ଫିଲ୍ମର ରିମେକ ପ୍ରସ୍ତୁତ ହୋଇଛି । ତେବେ ବର୍ତ୍ତମାନ ହଲିଉଡରେ ଏହି ଫିଲ୍ମର ରିମେକ୍ ତିଆରି ହେବ । ଇଣ୍ଡଷ୍ଟ୍ରିର ଟ୍ରାକର ରମେଶ ବାଲା ଏକ୍ସରେ ଏହି ସୂଚନା ଦେଇଛନ୍ତି । ଇଂରାଜୀ ଏବଂ ସ୍ପାନିସ୍‌ ଭାଷାରେ ଏହି ଫିଲ୍ମର ରିମେକ ବର୍ତ୍ତମାନ ପ୍ରସ୍ତୁତ ହେବ ।

ରମେଶ ବାଲା ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ 'ଦୃଶ୍ୟମ' ଚଳଚ୍ଚିତ୍ର ନିର୍ମାତା କୁମାର ମଙ୍ଗତ ପାଠକ ଏବଂ ଅଭିଷେକ ପାଠକ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୩ ରେ ଥ୍ରୀଲର ଫ୍ରାଞ୍ଚାଇଜର କୋରିଆ ରିମେକ୍ ଘୋଷଣା କରିବା ପରେ ପାନୋରାମା ଷ୍ଟୁଡିଓ ହଲିଉଡରେ 'ଦୃଶ୍ୟମ' ତିଆରି କରିବାକୁ ଗଲ୍ଫଷ୍ଟ୍ରିମ୍ ପିକ୍ଚର୍ସ ଏବଂ ଜଟ୍ ଫିଲ୍ମ ସହ ହାତ ମିଳାଇଛି । ତେବେ ପ୍ରଥମ ଭାରତୀୟ ଫିଲ୍ମ ଭାବେ ହଲିଉଡରେ ରିମେକ ହେବାକୁ ଯାଉଛି ।

ସୂଚନା ଥାଉ କି, ଗଲ୍ଫଷ୍ଟ୍ରିମ୍ ପିକ୍ଚର୍ସର ସହ-ପ୍ରତିଷ୍ଠାତାମାନେ ହେଉଛନ୍ତି ମାଇକ୍ କରଜ୍ ଏବଂ ବିଲ୍ ବିଣ୍ଡଲି । ଗଲ୍ଫଷ୍ଟ୍ରିମ୍ ପିକ୍ଚର୍ସ ଅନେକ ସୁପରହିଟ୍ ରୋମାଣ୍ଟିକ୍ କମେଡି ହଲିଉଡ୍ ଚଳଚ୍ଚିତ୍ର ନିର୍ମାଣ କରିଛି । ସେହିପରି ଜଟ୍ ଫିଲ୍ମ ଅନ୍ତର୍ଜାତୀୟ ଆଞ୍ଚଳିକ ସ୍ଥାନୀୟ ଭାଷା ରିମେକ ଫିଲ୍ମ ନିର୍ମାଣ କରିବାରେ ବେଶ ଲୋକପ୍ରିୟ ।

ଏହା ମଧ୍ୟ ପଢନ୍ତୁ:କୋରିଆ ଭାଷାରେ ରିମେକ୍‌ ହେବ 'ଦୃଶ୍ୟମ'

କହିରଖୁଛୁ କି, ଜିତୁ ଜୋସେଫଙ୍କ ନିର୍ଦ୍ଦେଶିତ ଏବଂ ମୋହନଲାଲ, ମୀନାଙ୍କ ଅଭିନୀତ ଫିଲ୍ମ 'ଦୃଶ୍ୟମ' ୨୦୧୩ରେ ପ୍ରଥମେ ମାଲାୟାଲମରେ ମୁକ୍ତିଲାଭ କରିଥିଲା ଏବଂ ଏହା ବ୍ଲକବଷ୍ଟର ହୋଇଥିଲା । ପରେ, ଏହା କନ୍ନଡ଼ରେ 'ଦୃଶ୍ୟା' ଏବଂ ତେଲୁଗୁ ଭାଷାରେ ରବିଚନ୍ଦ୍ରନ୍ ଏବଂ ଭେଙ୍କଟେଶଙ୍କ ଅଭିନୀତ 'ଦୃଶ୍ୟମ' ଭାବେ ପୁନଃ ନିର୍ମାଣ କରାଯାଇଥିଲା । ୨୦୧୫ରେ, ତାମିଲ ଭାଷାରେ କମଲ ହାସନଙ୍କ ସହ 'ପପାନାସମ୍' ଏବଂ ହିନ୍ଦୀରେ 'ଦୃଶ୍ୟମ' ଭାବରେ ପୁନଃ ନିର୍ମାଣ କରାଯାଇଥିଲା ଯେଉଁଥିରେ ଅଜୟ ଦେବଗନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ହିନ୍ଦୀ 'ଦୃଶ୍ୟମ ୨' ମଧ୍ୟ ରିଲିଜ ହୋଇତିଲା । ବର୍ତ୍ତମାନ 'ଦୃଶ୍ୟମ ୩' ବି ଆସିବାକୁ ଯାଉଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଇଂରାଜୀ ଏବଂ ସ୍ପେନିଜରେ ପୁନଃ ନିର୍ମାଣ ହେବ ବୋଲି ହଲିଉଡ୍ ପ୍ରଡକ୍ସନ୍ କମ୍ପାନୀ ଘୋଷଣା କରିଛି ।

ଏହା ମଧ୍ୟ ପଢନ୍ତୁ:ଟିଜର ରିଲିଜ, ପୁଣି ଖୋଲିବ ମର୍ଡର ମିଷ୍ଟ୍ରି

Last Updated : Mar 1, 2024, 10:21 AM IST

ABOUT THE AUTHOR

...view details