ଓଡିଶା

odisha

ETV Bharat / entertainment

ତ୍ରୀକୋଣୀୟ ପ୍ରେମ କାହାଣୀକୁ ନେଇ ଆସୁଛି 'ଆଶିକ ଦିୱାନା', ଏହି ଦିନରୁ ଆରମ୍ଭ ସୁଟିଂ - AASHIQ DEEWANA SUBHA MUHURAT

ତ୍ରୀକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ 'ଆଶିକ ଦିୱାନା'ର ଶୁଭ ମହୁରତ ହୋଇଯାଇଛି । ଏହି ଦିନରୁ ଫିଲ୍ମର ସୁଟିଂ ଆରମ୍ଭ ହେବ ।

odia film Aashiq Deewana subha muhurat
odia film Aashiq Deewana subha muhurat (ETV Bharat Odisha)

By ETV Bharat Entertainment Team

Published : Jan 23, 2025, 1:24 PM IST

Updated : Jan 23, 2025, 2:52 PM IST

ଭୁବନେଶ୍ୱର:ତ୍ରୀକୋଣୀୟ ପ୍ରେମ କାହାଣୀକୁ ନେଇ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଆଶିକ ଦିୱାନା' । ଯାହାର ଶୁଭ ମହୁରତ ହୋଇଯାଇଛି । ମହାଦେବ ପ୍ରଦକ୍ସନ ନିବେଦିତ ତଥା ପ୍ରମୋଦ କୁମାର ସ୍ୱାଇଁଙ୍କ ପ୍ରଯୋଜିତ ନୂଆ ଓଡ଼ିଆ କଥାଚିତ୍ର 'ଆଶିକ ଦିୱାନା' ର ଶୁଭ ମହୁରତ ବାରଂଗର ଗଟେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ପ୍ରଯୋଜକ ଅକ୍ଷୟ କୁମାର ପରିଜା ମୁଖ୍ୟ ଅତିଥି ଭାବେ ମହୁରତ କରିଥିଲେ । ଆଗାମୀ ସପ୍ତାହରୁ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

Aashiq Deewana subha muhurat (ETV Bharat Odisha)

'ଆଶିକ ଦିୱାନା' ଷ୍ଟାରକାଷ୍ଟ

'ଆଶିକ ଦିୱାନା'ର ମୁଖ୍ୟ ଭୂମିକାରେ ଓଲିଉଡ଼ ଅଭିନେତା ଦୀପକ କୁମାର ଓ ଅଭିନେତ୍ରୀ ରିୟା ଦେ ନଜର ଆସିବେ । ଅନ୍ୟାନ୍ୟ ଭୂମିକାରେ ପ୍ରିୟଙ୍କା ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ୱୀରାଜ, ବବି ମିଶ୍ର, ଜୀବନ ପଣ୍ଡା, ଅମର ମହାପାତ୍ର, ଇଲିଆନା ପଣ୍ଡା ଓ ଡିସ୍କୋ ରେଡ୍ଡୀ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ଚଳଚ୍ଚିତ୍ରର କାହାଣୀ ପ୍ରେମ ଉପରେ ପର୍ଯ୍ୟାବସିତ । ତା'ସହିତ ଏଥିରେ ଆକ୍ସନ, ଇମୋସନ, ଫାମିଲି ଡ୍ରାମା, କମେଡି, ସବୁକିଛି ଭରି ରହିଛି । ସମ୍ପୂର୍ଣ୍ଣ ମନୋରଞ୍ଜନ ଧର୍ମୀ ଏହି କାହାଣୀଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି ।

ଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା

ତେବେ 'ତୁ ମୋ ଆଖିର ତାରା', 'ଦେ ମା ଶକ୍ତି ଦେ', 'ତୁ ମୋ ଗାର୍ଲଫ୍ରେଣ୍ଡ', 'ଦିୱାନା ଦିୱାନୀ' ଓ 'ଆଶିକ' ପରି ଛଟି ସଫଳ ଚଳଚ୍ଚିତ୍ର ଭେଟି ଦେଇଥିବା ନିର୍ମାତା ପ୍ରମୋଦ କୁମାର ସ୍ୱାଇଁ ଦୀର୍ଘ ବର୍ଷ ପରେ ପୁଣି ଥରେ ପ୍ରଯୋଜନା କ୍ଷେତ୍ରକୁ ଫେରିଛନ୍ତି । ତାଙ୍କ ସହ ଅନ୍ୟତମ ପ୍ରଯୋଜକ ଅଛନ୍ତି ସଂଜୀବ ବିଶ୍ୱାଳ । ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ଓଲିଉଡ଼ର ଅନ୍ୟତମ ସଫଳ ନିର୍ଦ୍ଦେଶକ ଏସ. ଦିଲୀପ ପଣ୍ଡା ।


ଏହା ମଧ୍ୟ ପଢନ୍ତୁ:ଭାଇ-ଭଉଣୀ ସମ୍ପର୍କକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଭାଇ', ଏହି ଦିନ ହେବ ରିଲିଜ

ସଂଳାପ ରଚନା କରିଛନ୍ତି ବରିଷ୍ଠ ସଂଳାପକାର ଡ. ରଜନୀ ରଞ୍ଜନ। ସଙ୍ଗୀତ ଦେଇଛନ୍ତି ଜେ. ଏନ ପଦ୍ମ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପଦ୍ମା ,ଗୀତରଚନା କରିଛନ୍ତି ଡ. ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଓ ମନୋଜ କୁମାର ପଣ୍ଡା । ଗୀତ ଗୁଡିକରେ ଓଲିଉଡ଼ର ସମସ୍ତ ଆଗଧାଡିର କଣ୍ଠଶିଳ୍ପୀମାନେ କଣ୍ଠଦାନ କରିଛନ୍ତି । ସେମାନେ ହେଲେ ହ୍ୟୁମାନ ସାଗର, ଅସୀମା ପଣ୍ଡା, ଦିପ୍ତୀରେଖା ପାଢ଼ୀ, କୁଲଦୀପ, ସତ୍ୟଜିତ, ସ୍ୱୟଂ ପାଢ଼ୀ, ଆନ୍ତରା ଚକ୍ରବର୍ତ୍ତୀ ଓ ଅନନ୍ୟା ଶ୍ରୀତମ ନନ୍ଦ । ଏହି ଅବସରରେ ଅନ୍ୟ ଅତିଥି ଭାବେ ପ୍ରମୋଦ ଅର୍କିଡ଼ ରିଟ୍ରିଟର ନିର୍ଦ୍ଦେଶକ ବନ୍ଦନ ମହାନ୍ତି, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରକାଶ ଫିଲ୍ମସର ନିର୍ଦ୍ଦେଶକ ପ୍ରଶାନ୍ତ ବେହେରା, ଅଭିନେତା ପପୁ ପମ ପମ, ନିର୍ଦ୍ଦେଶକ ପ୍ରଣୟ ଜେଠୀ, ପ୍ରଯୋଜକ ଅମୁଲ୍ୟ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ଇଟିଭି ଭାରତ

Last Updated : Jan 23, 2025, 2:52 PM IST

ABOUT THE AUTHOR

...view details