ହାଇଦ୍ରାବାଦ:ସାଉଥ ଅଭିନେତା କମଲ ହାସନଙ୍କ ପାଇଁ ବଢିଲା ଅଡୁଆ । ଅଭିନେତାଙ୍କ ଅଭିନୀତ ଫିଲ୍ମ 'ଇଣ୍ଡିଆନ ୨' ଆଇନ ଜାଲରେ ଛନ୍ଦି ହୋଇଛି । 'ଇଣ୍ଡିଆନ ୨' ବ୍ୟାନ କରିବାକୁ ଦାବି ହେଉଥିବାବେଳେ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । 'କଲ୍କି' ପରେ କମଲ ହାସନଙ୍କୁ ଫିଲ୍ମ 'ଇଣ୍ଡିଆନ ୨'ରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୧୨ରେ ରିଲିଜ ହେବାକୁ ଯାଉଥିବା ବେଳେ ରିଲିଜର ଗୋଟିଏ ଦିନ ପୂର୍ବରୁ ଫିଲ୍ମ ବିବାଦ ଘେରକୁ ଆସିଛି ।
କାହିଁକି ରିଲିଜ୍ ପୂର୍ବରୁ ବିବାଦରେ 'ଇଣ୍ଡିଆନ ୨'
ନିର୍ଦ୍ଦେଶକ ଶଙ୍କରଙ୍କ 'ଇଣ୍ଡିଆନ 2'ରେ ବିବାଦର କାରଣ ହେଉଛି ଦକ୍ଷିଣ ଭାରତର ମଦୁରାଇର ପ୍ରସିଦ୍ଧ ମାର୍ଶଲ ଆର୍ଟ ଶିକ୍ଷକ ଆସାନ ରାଜେନ୍ଦ୍ରନ୍ ଅଟନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ରାଜେନ୍ଦ୍ରନ୍ ଫିଲ୍ମ ନିର୍ମାତା ତାଙ୍କୁ କ୍ରେଡିଟ୍ ନ ଦେଇଥିବାର ଅଭିଯୋଗ କରିଛନ୍ତି । ଫିଲ୍ମର ସିନେମା ଘରେ ଏବଂ ଓଟିଟି ରିଲିଜ୍ ଉପରେ ରୋକ୍ ଲଗାଇବାକୁ ମଦୁରାଇ ଜିଲ୍ଲା କୋର୍ଟରେ ମାମଲା ଦାୟର କରିଛନ୍ତି ।
କ'ଣ ରହିଛି ମାମଲା?
ଆସାନ ରାଜେନ୍ଦ୍ରନ୍ କହିଛନ୍ତି ଯେ, ସେ 1996ରେ ଭାରତୀୟ ଚଳଚ୍ଚିତ୍ର ପାଇଁ କମଲ ହାସନଙ୍କୁ ଭର୍ମା କଲାଇ ମାର୍ଶଲ ଆର୍ଟ ଶିଖାଇଥିଲେ । ବର୍ତ୍ତମାନ ଯେତେବେଳେ ଇଣ୍ଡିଆନ୍ 2ର ପୋଷ୍ଟର ରିଲିଜ୍ ହୋଇଛି, କମଲ ସମାନ କୌଶଳ କରୁଥିବା ଦେଖାଯାଉଛନ୍ତି । କିନ୍ତୁ ଏଥିପାଇଁ ରାଜେନ୍ଦ୍ରନଙ୍କୁ କୌଣସି ଶ୍ରେୟ ଦିଆଯାଇନାହିଁ । ଯେଉଁଥିପାଇଁ ସେ ସ୍ୱର ଉତ୍ତୋଳନ କରି ଏହାକୁ ବିରୋଧ କରିଛନ୍ତି । ଏହି ପ୍ରସଙ୍ଗରେ ୯ ଜୁଲାଇରେ କୋର୍ଟରେ ଶୁଣାଣି ହୋଇଥିଲା ଏବଂ ପରବର୍ତ୍ତୀ ଶୁଣାଣି ତାରିଖ ୧୧ ଜୁଲାଇକୁ ସ୍ଥଗିତ ରଖାଯାଇଛି । ଅର୍ଥାତ୍ ଏହି ମାମଲାର ଶୁଣାଣି ଆଜି ହେବ । ତେବେ ଫିଲ୍ମ ଉପରେ ରୋକ ଲଗାଯିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।