ଓଡିଶା

odisha

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା; ଅଯୋଧ୍ୟା ଅଭିମୁଖେ ସାଉଥ ବଲିଉଡ ସେଲିବ୍ରିଟି

Celebs And Stars Head To Ayodhya: ଦୀର୍ଘ ଦିନର ଅପେକ୍ଷାର ହେବ ଅନ୍ତ । ଆଜି ଅଯୋଧ୍ୟାରେ ପ୍ରତିଷ୍ଠା ହେବ ଶ୍ରୀ ରାମଲାଲାଙ୍କ ଭବ୍ୟ ମନ୍ଦିର । ଏନେଇ ଆଜି ସାରା ଦେଶ ଉତ୍ସାହିତ ଥିବା ବେଳେ ବର୍ତ୍ତମାନ ବଲିଉଡରୁ ସାଉଥ ସେଲିବ୍ରିଟି ଏହି ସମାରୋହରେ ସାମିଲ ହେଉଛନ୍ତି ।

By ETV Bharat Odisha Team

Published : Jan 22, 2024, 10:12 AM IST

Published : Jan 22, 2024, 10:12 AM IST

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା; ଅଯୋଧ୍ୟା ବାହାରିଲେ ସାଉଥରୁ ବଲିଉଡ ସେଲିବ୍ରିଟି
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା; ଅଯୋଧ୍ୟା ବାହାରିଲେ ସାଉଥରୁ ବଲିଉଡ ସେଲିବ୍ରିଟି

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ ସେଲିବ୍ରିଟିଙ୍କ ପ୍ରତିକ୍ରିୟା

ହାଇଦ୍ରାବାଦ: ଆଜି ଭାରତ ଇତିହାସରେ ଯୋଡ଼ି ହେବ ନୂଆ ପର୍ଦ୍ଦ । ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ଆଜି ଅଯୋଧ୍ୟାରେ ପ୍ରତିଷ୍ଠା ହେବ ଶ୍ରୀ ରାମଲାଲାଙ୍କ ଭବ୍ୟ ମନ୍ଦିର । ଏନେଇ ବିଶ୍ବର ନଜର ରହିଥିବା ବେଳେ ରାମମୟ ହୋଇଛି ସାରା ଦେଶ । ତେବେ ଏହି ସମାରୋହ ନେଇ ଅଯୋଧ୍ୟାରେ ପହଞ୍ଚିଲେଣି ବହୁ ବରିଷ୍ଠ ବ୍ୟକ୍ତିତ୍ବ । ଏହି ମହାସମାରୋହରେ ରାଜନେତାଙ୍କଠାରୁ ଆରମ୍ଭ କରି ଶିଳ୍ପପତି, ସେଲିବ୍ରିଟି ସମେତ ବହୁ ବରିଷ୍ଠ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବର୍ତ୍ତମାନ ଏନେଇ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି ବଲିଉଡରୁ ସାଉଥ ସେଲିବ୍ରିଟି ।

ସ୍ବାମୀ ତଥା ବଲିଉଡ ଅଭିନେତା ବିକି କୌଶଲଙ୍କ ସହ ଅଭିନେତ୍ରୀ କ୍ୟାଟ୍ରିନା କୈଫ, ରଣବୀର କପୁର, ଆଲିଆ ଭଟ୍ଟ, ସ୍ବାମୀଙ୍କ ସହ ମାଧୁରୀ ଦୀକ୍ଷିତ, ଅମିତାଭ ବଚ୍ଚନ, ଆୟୁଷ୍ମାନ ଖୁରାନା, ଜ୍ୟାକି ଶ୍ରଫ ସମେତ ଅନେକ ସେଲିବ୍ରିଟି ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି । ଏହି ସମସ୍ତ ତାରକାଙ୍କୁ ଆଜି ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି । ଏହି ସମୟରେ ସମସ୍ତ ତାରକାଙ୍କୁ ପାରମ୍ପରିକ ଲୁକରେ ଦେଖିବାକୁ ମିଳିଛି ।

ସେହିପରି ସାଉଥ ମେଗାଷ୍ଟାର ଚିରଞ୍ଜିବୀ, ପୁଅ ତଥା ରାମଚରଣ ଏବଂ ପତ୍ନୀଙ୍କ ସହ ଏହି ଐତିହାସିକ ମୁହୁର୍ତ୍ତରେ ସାମିଲ ହେବାକୁ ଅଯୋଧ୍ୟା ବାହାରିଛନ୍ତି । ପୁରା ପରିବାରକୁ ହାଇଦ୍ରାବାଦ ବିମାନବନ୍ଦରରେ ଦେଖିବାକୁ ମିଳିଥିବା ବେଳେ ସମସ୍ତେ ପାରମ୍ପରିକ ଲୁକରେ ନଜର ଆସିଛନ୍ତି । ଏହି ସମୟରେ ଗଣମାଧ୍ୟମକୁ କଥାବାର୍ତ୍ତା କରି ରାମଚରଣ କହିଛନ୍ତି ଯେ, 'ଏହା ଦୀର୍ଘ ଦିନର ଅପେକ୍ଷା । ଆମେ ସମସ୍ତେ ଏକାଠି ଏହି ସମାରୋହରେ ଯୋଗ ଦେବାର ସୁଯୋଗ ପାଇଥିବାରୁ ନିଜକୁ ଗର୍ବିତ ମନେ କରୁଛୁ ।' ସେହିପରି ଚିରଞ୍ଜିବୀ କହିଛନ୍ତି, 'ଏହି ସମାରୋହରେ ସାମିଲ ହେବା ଆମ ପାଇଁ ଏକ ବଡ ସୁଯୋଗ ବୋଲି ଆମେ ଅନୁଭବ କରୁଛୁ । ଏଥିରେ ଯୋଗ ଦେଇ ସାକ୍ଷୀ ହେବାର ସୁଯୋଗ ଭଗବାନ ହନୁମାନ ଯିଏ ମୋର ଦେବତା, ସେ ମୋତେ ବ୍ୟକ୍ତିଗତ ଭାବରେ ଆମନ୍ତ୍ରଣ କରିଛନ୍ତି । ମୋତେ ବହୁତ ଗର୍ବିତ ଏବଂ ଖୁସି ଅନୁଭବ ହେଉଛି ।'

ଏହା ମଧ୍ୟ ପଢନ୍ତୁ:ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: ପହଞ୍ଚିଲେଣି ସେଲିବ୍ରିଟି, ରାମନାମରେ ଗୁଞ୍ଜରିତ ଅଯୋଧ୍ୟା

ସୂଚନା ଥାଉ କି, ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ନିମନ୍ତ୍ରିତ ତାଲିକାରେ ମୋହନଲାଲ, ସଞ୍ଜୟ ଲୀଲା ବଂଶାଲୀ, ଅକ୍ଷୟ କୁମାର, ଅନୁଷ୍କା ଶର୍ମା, ଋଷବ ଶେଟ୍ଟୀ, ମଧୁର ଭଣ୍ଡାରକର, ଅଜୟ ଦେବଗନ୍, ୟଶ, ପ୍ରଭାସ, ସନ୍ନି ଦେଓଲ ରହିଛନ୍ତି । କଙ୍ଗନା ରାଣାୱତ, ବିବେକ ଅବରୋଏ, ରଜନୀକାନ୍ତ, ଧନୁଷ, ରଣଦୀପ ହୁଡା, ଆମୀର ଖାନ, ପୱନ କଲ୍ୟାଣ, ହେମା ମାଲିନୀ ସମେତ ଅନେକ ତାରକା ଅଯୋଧ୍ୟାରେ ଗତକାଲି(ରବିବାର) ଠାରୁ ଅଯୋଧ୍ୟାରେ ପହଞ୍ଚିସାରିଛନ୍ତି ।

ABOUT THE AUTHOR

...view details