ହାଇଦ୍ରାବାଦ:ଚଳିତ ବର୍ଷ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତ ପାଇଁ ସ୍ୱତନ୍ତ୍ର ରହିଥିଲା । ଏହି ଇଭେଣ୍ଟରେ ଚଳିତ ଥର ଅନେକ ଭାରତୀୟଙ୍କ ଜଲୱା ଦେଖିବାକୁ ମିଳିଛି । ବଲିଉଡ ଅଭିନେତ୍ରୀଙ୍କ ଠାରୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନିଜ ଗ୍ଲାମର ତଡକା ଲଗାଇଥିବା ବେଳେ ଅନେକ ଭାରତୀୟ ଫିଲ୍ମ ମଧ୍ୟ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ନେନ୍ସି ତ୍ୟାଗି କାନ୍ସରେ ଡେବ୍ୟୁ କରିଥିବା ବେଳେ ନିଜ ଲୁକକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।
ନିଜ ପ୍ରସ୍ତୁତ ଡ୍ରେସ ପିନ୍ଧି କାନ୍ସରେ ଡେବ୍ୟୁ କଲେ ନେନ୍ସି
୨୩ ବର୍ଷୀୟ ନେନ୍ସି ତ୍ୟାଗି ଉତ୍ତରପ୍ରଦେଶର ହୋଇଥିବା ବେଳେ ସେ ଜଣେ ଫ୍ୟାଶନ ଇନଫ୍ଲୁଏନ୍ସର । ତେବେ ଚଳିତ ବର୍ଷ ସେ କାନ୍ସରେ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ବେଳେ ନିଜ ଗ୍ଲାମର ଲୁକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ରେଡ କାର୍ପେଟରେ ନିଜେ ଡିଜାଇନ୍ କରିଥିବା ଆଉଟଫିଟ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଏହି ଚଳଚ୍ଚିତ୍ର ମହୋତ୍ସବରେ ତିନୋଟି ଭିନ୍ନ ଲୁକରେ ଭିନ୍ନ ଦିନରେ ନଜର ଆସିଥିଲେ । ନେନ୍ସିଙ୍କ ସମସ୍ତ ତିନୋଟି ଲୁକ୍ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ତେବେ ନେନ୍ସି କେବଳ ଏହି ସୁନ୍ଦର ପୋଷାକର ଡିଜାଇନ୍ କରିନାହାଁନ୍ତି ବରଂ ସେ ନିଜେ ମଧ୍ୟ ସିଲେଇ କରିଛନ୍ତି ।
ନେନ୍ସିଙ୍କ କାନ୍ସ ଲୁକ୍
ପ୍ରଥମ ଦିନ ନେନ୍ସି ବାର୍ବି ଷ୍ଟାଇଲର ପିଙ୍କ ରଙ୍ଗର ଗାଉନ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏହି ଗାଉନର ଓଜନ ୨୦ କିଲୋଗ୍ରାମ ଥିଲା ଏବଂ ଏହାକୁ ତିଆରି କରିବା ପାଇଁ ୧୦୦୦ ମିଟର କପଡା ବ୍ୟବହାର କରାଯାଇଥିଲା । ଏକ ମାସର ପରିଶ୍ରମ ପରେ ନେନ୍ସି ନିଜେ ଏହି ଗାଉନ୍ ପ୍ରସ୍ତୁତ କରି ରେଡ କାର୍ପେଟରେ ନିଜ ଜଲୱା ଦେଖାଇଥିଲେ । ସେହିପରି ଦ୍ୱିତୀୟ ଦିନରେ ନେନ୍ସି ଭାଓଲେଟ ରଙ୍ଗର ଏମ୍ବ୍ରୋଡୋରୀ ଶାଢୀ ସହ ନଜର ଆସିଥଲେ । ତୃତୀୟ ଦିନରେ ସେ ବ୍ଲାକ ରଙ୍ଗର ଏକ ଗାଉନରେ ନଜର ଆସିଥିଲେ । ଏହି ସମସ୍ତ ଆଉଟଫିଟକୁ ନେନ୍ସି ନିଜେ ଡିଜାଇନ କରିବା ସହ ନିଜେ ସିଲେଇଛନ୍ତି । ତେବେ ପ୍ରଥର ଥର ପାଇଁ ଜଣେ ଭାରତୀୟ ସେଲିବ୍ରିଟି ଯିଏ ନିଜ ପ୍ରସ୍ତୁତ ଆଉଟଫିଟ ସହ କାନ୍ସରେ ସାମିଲ ହୋଇ ଇତିହାସ ସୃଷ୍ଟି କରିଛନ୍ତି ।