ଓଡିଶା

odisha

ETV Bharat / entertainment

ଓଡ଼ିଶାକୁ ପ୍ରଶଂସାରେ ପୋତିଲେ ରିକି କେଜ, କହିଲେ 'ସାରା ବିଶ୍ୱ ଏଠାରୁ ଶିଖିବା ଦରକାର' - RICKY KEJ PRAISES ODISHA

ଇଟିଭି ଭାରତକୁ ବଲିଉଡ ମ୍ୟୁଜିକ କମ୍ପୋଜର ରିକି କେଜଙ୍କ ସ୍ୱତନ୍ତ୍ର ସାକ୍ଷାତକାର । କହିଲେ 'ସାରା ବିଶ୍ୱ ଓଡ଼ିଶାଠୁ ବହୁତ କିଛି ଶିଖିବା ଦରକାର ।'

RICKY KEJ PRAISES ODISHA
RICKY KEJ PRAISES ODISHA (ETV Bharat Odisha)

By ETV Bharat Odisha Team

Published : 18 hours ago

ଭୁବନେଶ୍ୱର:ଓଡ଼ିଶା ପ୍ରଶଂସାରେ ବଲିଉଡ ମ୍ୟୁଜିକ କମ୍ପୋଜର ରିକି କେଜ । ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଛନ୍ତି ରିକି କେଜ । 'ଆଓ ଜି ଆଓ ଜି ମେରେ ଗାଓଁ ମେରେ ଦେଶ' ଗୀତରେ ସମସ୍ତଙ୍କ ମନ ଜିତିଛନ୍ତି ରିକି । ସେ ଇଟିଭି ଭାରତକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଓଡ଼ିଶାର ଖୁବ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ''ଓଡ଼ିଶା କଳା, ସଂସ୍କୃତି ଏବଂ ଖାଦ୍ୟ ବେଶ ବଢିଆ ଏବଂ ପରିବେଶ ଓ ସୌନ୍ଦର୍ଯ୍ୟ ନେଇ ଓଡ଼ିଶା ଠାରୁ ସାରା ବିଶ୍ୱ ବହୁତ କିଛି ଶିଖିବା ଦରକାର ।''

ଓଡ଼ିଶା ପ୍ରଶଂସାରେ ରିକି କେଜ

RICKY KEJ PRAISES ODISHA (ETV Bharat Odisha)

ରିକି କେଜ 'ଆଓ ଜି ମେରେ ଗାଓଁ...' ଗୀତକୁ ନେଇ ସେ କହିଛନ୍ତି, ''ଆମେ ଭାରତୀୟମାନେ ଚାହେ ଦେଶ ବାହାରେ ରହୁ କିମ୍ୱା କେଉଁଠି ରହୁ । କିନ୍ତୁ ଆମ ପାଇଁ ଘର ପ୍ରାଧାନ୍ୟ । ଆମେ ଭାରତରେ ଜନ୍ମ ହେଉ କିମ୍ୱା ନ ହେଉ କିନ୍ତୁ ଯଦି ଆମେ ଇଣ୍ଡିଆନ ଅରିଜିନ ତେବେ ବି ଆମେ ଇଣ୍ଡିଆକୁ ଆମ ଘର ବୋଲି ମନେ କରୁ । ଏହି ଗୀତ ସାରା ଦେଶବାସୀଙ୍କୁ ଉତ୍ସଗୀକୃତ ଯେଉଁମାନେ ବିକଶିତ ଦେଶରେ ନିଜକୁ ସାମିଲ କରିଛନ୍ତି । ଏହି ସମୟରେ ସେ ଓଡ଼ିଶା ଖାଦ୍ୟ ଓ ସଂସ୍କୃତିର ପ୍ରଶଂସା କରିଛନ୍ତି ।''

'ସାରା ବିଶ୍ୱ ଓଡ଼ିଶାଠୁ ଶିଖିବା ଦରକାର'

କଳା, ସଂସ୍କୃତି, ମନ୍ଦିର, ଐତିହ୍ୟ, ଆର୍କିଟେକ୍ଚର ଏବଂ ଆଦିବାସୀ ସଂସ୍କୃତିରେ ପରିପୂର୍ଣ୍ଣ ଓଡ଼ିଶା । ମୁଁ ଓଡ଼ିଶା ବୁଲିଛି ଏବଂ ଆଦିବାସୀ କୃଷକ ମାନଙ୍କ ସହ ମୁଁ ମିଶିଛି ଏବଂ ତାଙ୍କ ସହ ମିଶି ମ୍ୟୁଜିକ ମଧ୍ୟ ତିଆରି କରିଛି । ମୁଁ ବିଶ୍ୱାସ କରେ ଯାହା ସେ କହୁଛନ୍ତି, କରୁଛନ୍ତି । ତାଙ୍କ କଳା, ସଂସ୍କୃତିକୁ ନେଇ ସାରା ବିଶ୍ୱ ଶିଖିବା ଦରକାର । ମୁଁ ବିଶ୍ୱାସ କରୁଛି ବର୍ତ୍ତମାନ ମଣିଷ ଭୁଲ ଦିଗରେ ଗତି କରୁଛି । ଆମେ ଏବେ ଯାହା କରୁଛୁ ତାହା ପରିବେଶ ସୁରକ୍ଷା ଉପରେ ଧ୍ୟାନ ନ ଦେଇ ବିପରୀତ ଦିଗରେ ଗତି କରୁଛୁ । କିନ୍ତୁ ଏହି ସମୟରେ ଆପଣ ଏଠାକାର ଆଦିବାସୀ ଲୋକଙ୍କୁ ଦେଖିବେ ସେମାନେ କିନ୍ତୁ ପରିବେଶ ସୁରକ୍ଷା ଏବଂ ବନ୍ୟ ଜୀବନ ସହ ଜଡ଼ିତ ରହିଥାନ୍ତି । ଏପରି ଅନେକ ଜିନିଷ ଅଛି ଯାହାକୁ ସାରା ବିଶ୍ୱ ଶିଖିବା ଦରକାର । ମୁଁ ଆଶା କରୁଛି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ବିଶ୍ୱ ଓଡ଼ିଶାଠୁ ବହୁତ କିଛି ଶିଖିବ ।'

ଏହା ମଧ୍ୟ ପଢନ୍ତୁ:

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ପ୍ରବାସୀ ଏକ୍ସପ୍ରେସ ଶୁଭାରମ୍ଭ

ପୂର୍ବ ଭାରତର ଦ୍ବାର ଓଡ଼ିଶା, ଦେଶ ବିକାଶର ନେବ ନେତୃତ୍ବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ

'ଗାଥା ଓଡ଼ିଶାର:ବନ୍ଦେ ଉତ୍କଳ ଜନନୀ'ରେ ଓଡ଼ିଆ ଅସ୍ମିତାର ଝଲକ, ପ୍ରବାସୀଙ୍କୁ କଲା ମନ୍ତ୍ରମୁଗ୍ଧ

ପ୍ରବାସୀଙ୍କ ଖାଦ୍ୟରେ ଓଡ଼ିଆ ମହକ, ପରସା ଯାଉଛି ମିଲେଟ ଫୁଡ୍‌

'ମୁଁ ଓଡ଼ିଶା ଖାଦ୍ୟ ଖାଇବାକୁ ଭଲପାଏ'

ଓଡ଼ିଶାର ଖାଦ୍ୟ ନେଇ ସେ କହିଛନ୍ତି, ''ମୁଁ ଓଡ଼ିଶା ଖାଦ୍ୟ ଖାଇବାକୁ ଭଲପାଏ । ଓଡ଼ିଶାରେ ଛତୁ ଚାଷ ଅଧିକ ହୁଏ ଯାହା ମୋତେ ଭଲ ଲାଗେ । ଏଠାକାର ରସଗୋଲା ମୋତେ ବହୁତ ପସନ୍ଦ । ପ୍ରଭୁ ଜଗନ୍ନାଥଙ୍କ ଠାରୁ ଆସିଛି । ମୁଁ ଆଜି ମଧ୍ୟାହ୍ନ ଭୋଜନରେ 3ଟି ରସଗୋଲା ଖାଇଛି । ଏଣୁ ମୋତେ ଓଡ଼ିଶା ଖାଦ୍ୟ ଖାଇବାକୁ ବହୁତ ଭଲପାଏ ।''

ଓଡ଼ିଶାରେ ଚାଲିଛି ପ୍ରବାସୀ ଭାରତୀୟ ସମ୍ମିଳନୀ ମହାକୁମ୍ଭ:

ଭୁବନେଶ୍ବରର ଜନତା ମଇଦାନରେ ଚାଲିଛି 18ତମ ପ୍ରବାସୀ ଭାରତୀୟ ସମ୍ମିଳନୀ । ଗତ 8ରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ଆସନ୍ତାକାଲି(ଜାନୁଆରୀ 10)ରେ ଉଦଯାପିତ ହେବ । ପ୍ରଥମ ଦିନ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ଆଜି ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଏଥିରେ ଓଡ଼ିଶାକୁ ଭୂରି ଭୂରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ଆସନ୍ତାକାଲି ଏହାର ଉଦଯାପନୀ ରହିଛି । ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ । ପ୍ରବାସୀଙ୍କୁ ସମ୍ମାନିତ କରିବେ ।

ଏହା ମଧ୍ୟ ପଢନ୍ତୁ:ହୀରାକୁଦ ପ୍ରଶଂସାରେ ବଲିଉଡ ଗାୟକ ଶାନ, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ଇଟିଭି ଭାରତ

ABOUT THE AUTHOR

...view details