ଓଡିଶା

odisha

ଭୁବନେଶ୍ୱରରେ ବଲିଉଡ ଅଭିନେତ୍ରୀ ମୁଗ୍ଧା ଗଡ୍ସେ, ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାର କଲେ ଭୁରି ଭୁରି ପ୍ରଶଂସା - Mughda Godse In Bhubaneswar

By ETV Bharat Odisha Team

Published : Jul 25, 2024, 1:25 PM IST

Mughda Godse In Bhubaneswar: ଭୁବନେଶ୍ୱରରେ ଏକ ଉଦଘାଟନୀ ସମାରୋହରେ ଯୋଗ ଦେଇଛନ୍ତି ବଲିଉଡ଼ ଅଭିନେତ୍ରୀ ମୁଗ୍ଧା ଗଡ୍ସେ । ଏହି ସମୟରେ ସେ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରା ବେଶ ମହାନ କହିବା ସହ କୃଷ୍ଣ ବନ୍ଦନା ଗାଇ ସମସ୍ତଙ୍କ ମନ ଜିତିଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ,

ଭୁବନେଶ୍ୱରରେ ବଲିଉଡ ଅଭିନେତ୍ରୀ ମୁଗ୍ଧା ଗଡ୍ସେ, ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାର କଲେ ଭୁରି ଭୁରି ପ୍ରଶଂସା
ଭୁବନେଶ୍ୱରରେ ବଲିଉଡ ଅଭିନେତ୍ରୀ ମୁଗ୍ଧା ଗଡ୍ସେ, ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାର କଲେ ଭୁରି ଭୁରି ପ୍ରଶଂସା (ETV Bharat Odisha)

ଭୁବନେଶ୍ୱର:ଓଡ଼ିଶାରେ ବଲିଉଡ଼ ଅଭିନେତ୍ରୀ ବା ଜଣାଶୁଣା ଫ୍ୟାସନ ଡିଜାଇନର ବା ଉଦ୍ୟୋଗୀ ମୁଗ୍ଧା ଗଡ୍ସେ । ଏକ ଉଦଘାଟନୀ ସମାରୋହରେ ଯୋଗ ଦେବା ପାଇଁ ସେ ଭୁବନେଶ୍ୱର ଆସିଥିବା ବେଳେ ଏହି ସମୟରେ ସେ ଓଡ଼ିଶାର ବେଶ ପ୍ରଶଂସା କରିଛନ୍ତି । ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରା ବେଶ ମହାନ କହିବା ସହ କୃଷ୍ଣ ବନ୍ଦନା ଗାଇଛନ୍ତି ଅଭିନେତ୍ରୀ ।

ଭୁବନେଶ୍ୱରରେ ବଲିଉଡ ଅଭିନେତ୍ରୀ ମୁଗ୍ଧା ଗଡ୍ସେ, ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାର କଲେ ଭୁରି ଭୁରି ପ୍ରଶଂସା (ETV Bharat Odisha)

''ଓଡ଼ିଶାର ଭୁରି ଭୁରି ପ୍ରଶଂସା''

ମୁଗ୍ଧା ଗଡ୍ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ''ଓଡ଼ିଶା ମୋତେ ବହୁତ ଭଲଲାଗେ । ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରା ବେଶ ମହାନ । ଯାହା ବେଶ ପରିଚିତ ଏବଂ ଏହା ଏକ ମନ୍ଦିରମାଳିନୀ ରାଜ୍ୟ ହୋଇଥିବା ବେଳେ ଓଡ଼ିଶାର ଆରାଧ୍ୟ ଜଗନ୍ନାଥ ବିଶ୍ୱ ବିଦିତ ବେଶ ଲୋକପ୍ରିୟ । ଓଡ଼ିଶାର ଖାଦ୍ୟରେ ଓଡ଼ିଶା ଥାଳି ମୋତେ ବେଶ ପସନ୍ଦ । ଏହା ବେଶ ପୃଷ୍ଟିଯୁକ୍ତ ଥାଏ ତେଣୁ ଏହାକୁ ମୁଁ ଖାଇବାକୁ ବେଶ ଭଲ ପାଏ ।''

କ୍ୟାରିଅର ନେଇ ଏହା କହିଲେ ମୁଗ୍ଧା

ଏହାସହ ନିଜ କ୍ୟାରିଅରକୁ ନେଇ ମୁଗ୍ଧା କହିଛନ୍ତି, ''ମୁଁ ବର୍ତ୍ତମାନ ଓଟିଟିର ବିଭିନ୍ନ ପ୍ଲାଟଫମରେ ଅଭିନୟ କରୁଥିବା ବେଳେ କୃଷ୍ଣ ବନ୍ଦନା ଗାଇଛି । ୧୦୮ କୃଷ୍ଣ ନାମ ସହ ଏହି ଗୀତ ପ୍ରସ୍ତୁତି ହୋଇଥିବା ବେଳେ ତାହା ବେଶ ଲୋକାଦୃତ ହୋଇଛି । ଏହା ମୋତେ ଗୋଟେ ନୂଆ ପରିଚୟ ଦେଇଛି । ଏହାକୁ ନେଇ ମୁଁ ଖୁସି ଅଛି କୃଷ୍ଣଙ୍କ ପ୍ରେମ ନେଇ ପ୍ରସ୍ତୁତ ଏହି ଗୀତକୁ ମୁଁ ପୁରା ବିଶ୍ୱରେ ପହଁଞ୍ଚିବି। ଆଗକୁ ନୂଆ ସିନେମା କରିବାର ମଧ୍ୟ ପ୍ଲାନ ରହିଛି । ଆସିଲେ ଆପଣ ନିଶ୍ଚୟ ଜାଣିବେ ।''

''ସମ୍ୱଲପୁରୀ ଶାଢୀ ମୋର ପ୍ରିୟ''

ବୁଣାକାରମାନଙ୍କ ଶାଢ଼ୀର ଏକ ନୂଆ କ୍ଲଷ୍ଟର ଉଦଘାଟନରେ ଯୋଗ ଦେଇଛନ୍ତି । ଏନେଇ ସେ କହିଛନ୍ତି,''ଓଡ଼ିଶାର ବୁଣାକାରମାନଙ୍କୁ ଦେଖାକରିବାର ସୁଯୋଗ ମିଳିଲା । ଓଡିଶାରରେ ବୁଣାକାର ବହୁତ ସୁନ୍ଦର ଓ ସେମାନଙ୍କର କଳାକୃତି ବି ବେଶ ଚମତ୍କାର । ତେଣୁ ଏଠାକାର ବୁଣାକାର ବେଶ ସୁନ୍ଦର କଳାକୃତିର ଶାଢ଼ୀ ତିଆରି କରନ୍ତି। ଯାହା ମତେ ବହୁତ ଭଲ ଲାଗେ । ବିଶେଷ କରି ସମ୍ବଲପୁର ଶାଢ଼ୀ ମୋତେ ବେଶ ସୁନ୍ଦର ଲାଗେ । ମୁଁ ମଧ୍ୟ ସମ୍ବଲପୁରୀ ଶାଢ଼ୀ ସହ ଅନ୍ୟ କଳାକୃତିର ଓଡ଼ିଶାର ଶାଢ଼ୀ ନିଜ ପାଖରେ ରଖିଛି ଆଉ ପିନ୍ଧିଛି ମଧ୍ୟ । ଯେହେତୁ ଓଡ଼ିଶା ବୁଣାକାରଙ୍କ ଶାଢ଼ୀ ମୋତେ ବହୁତ ପସନ୍ଦ। ଏଣୁ ମୁଁ ଓଡ଼ିଶାର ବୁଣାକାରଙ୍କୁ ସଶକ୍ତ ବା ରୋଜଗାର କ୍ଷମା କରିବା ପାଇଁ ନିଶ୍ଚୟ କାମ କରିବି ବୋଲି କହିଛନ୍ତି ମୁଗ୍ଧା । ଭାରତର ସବୁ କୋଣର ଶାଢ଼ୀ ସହ ଓଡ଼ିଶାର ହସ୍ତତନ୍ତ ଓ ହସ୍ତ କାଳର ଶାଢ଼ୀ ଏଠାରେ ମୁଁ ରଖିବି ବୋଲି ସେ କହିଛନ୍ତି ।''

ଏହା ମଧ୍ୟ ପଢନ୍ତୁ:ଓଡ଼ିଶାର ଆତିଥ୍ୟତାକୁ ପ୍ରଶଂସା କଲେ ଜରିନ ଖାନ, କାହିଁକି ଫିଲ୍ମଠୁ ଦୂରେଇଛନ୍ତି ଖୋଲିଲେ ରାଜ୍‌


ସୂଚନା ଅନୁସାରେ, ଇଣ୍ଡଲଜ ବ୍ରାଇଡାଲ ମଲର ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ଆସିଥିବା ବେଳେ ସେ ଏକ ଶାଢୀ ମୁଡ଼ର ଉନ୍ମୋଚନ କରିଛନ୍ତି । ଯେଉଁଥିରେ ଭାରତ ବର୍ଷରେ ଥିବା ବିଭିନ୍ନ ବୁଣାକାରଙ୍କର ଶାଢ଼ୀ ଏଠାରେ ଉପଲବ୍ଧ ହେବ। ଶାଢ଼ୀ ନାରୀଙ୍କର ସୌଦର୍ଯ୍ୟର ଏକ ସୁନ୍ଦର ପରିଚୟ ହୋଇଥିବା ବେଳେ ଏଠାରେ ଓଡ଼ିଶାର ବୁଣାକାରଙ୍କ ଶାଢ଼ୀ ସହ ଅନ୍ୟ ରାଜ୍ୟର ଶାଢ଼ୀ ରହିଥିବା ବେଳେ ନିଶ୍ଚୟ ସବୁ ନାରୀଙ୍କୁ ପସନ୍ଦ ଆସିବ ବୋଲି କହିଛନ୍ତି ମୁଗ୍ଧା । ସେ ଏହି ଅବସରରେ ଆହୁରି କହିଛନ୍ତି ଶାଢ଼ୀ ମୁଡ଼ ଗୋଟେ ଆଶୀର୍ବାଦ ମୋ ପାଇଁ ଯାହା ମୋ ଗୁରୁଙ୍କ ଠାରୁ ମୁଁ ପାଇଛି । ତାଙ୍କ ଆଶୀର୍ବାଦରୁ ମୋର ଏ ଷ୍ଟାର୍ଟସ ବହୁତ ଆଗକୁ ଯାଉଛି ମୋତେ ଶାଢ଼ୀ ପିନ୍ଧିବାକୁ ବେଶ ଭାଲାଲାଗେ । ଯେଉଁଥିପାଇଁ ଶାଢ଼ୀ ର ନୂଆ ନୂଆ ସର୍ଜନା ବା ଡ଼ିଜାଇନ ଉପରେ କାମ କରିବାକୁ ମତେ ବେଶ ଭଲ ଲାଗେ । ଶାଢ଼ୀ ସବୁବେଳେ ଆମ ମାନଙ୍କ ଭାବନା ସହ ଯୋଡ଼ି ହୋଇରହିଥିବା ବେଳେ ଭୁବନେଶ୍ୱର ଖୋଲିଥିବା ଏହି ସେଣ୍ଟର ନିଶ୍ଚୟ ଓଡ଼ିଶାର ମହିଳାଙ୍କୁ ଏକ ନିଆରା ଅନୁଭୂତି ଆଣିଦେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details