ଲଣ୍ଡନ: ବ୍ରିଟିଶ ଏକାଡେମୀ ଅଫ୍ ଫିଲ୍ମ ଆଣ୍ଡ ଟେଲିଭିଜନ ଆର୍ଟ ଯଥା BAFTA ଚଳଚ୍ଚିତ୍ର ପୁରସ୍କାର ରବିବାର ଦିନ ଲଣ୍ଡନରେ ଆୟୋଜିତ ହୋଇଥିଲା । ଏହି ପୁରସ୍କାର ଶୋ'ରେ ବ୍ରିଟିଶ ଏବଂ ଅନ୍ତର୍ଜାତୀୟ ସିନେମାର ସର୍ବୋତ୍ତମ ଚଳଚ୍ଚିତ୍ର ସମେତ କଳାକାରମାନଙ୍କୁ ବିଭିନ୍ନ ବର୍ଗରେ ସମ୍ମାନିତ କରାଯାଏ । ଏହି ସମୟର BAFTA ପୁରସ୍କାରରେ 'ଓପେନହାଇମର' ଏବଂ 'ପୋର ଥିଙ୍ଗସ' ନିଜର ଜଲୱା ଦେଖାଇ ସବୁଠାରୁ ଅଧିକ ଆୱାର୍ଡ ହାସଲ କରିଛନ୍ତି ।
ଏହି ପୁରସ୍କାର ଶୋ' ଗତକାଲି ଆୟୋଜିତ ହୋଇଥିବା ବେଳେ ଏଥିରେ ଦୀପିକା ପାଦୁକୋନ ଉପସ୍ଥାପିକ ଭାବେ ସାମଲ ହୋଇ ଭାରତ ସମ୍ମାନ ବଢାଇଥିଲେ । ଏଥିସହ ସେ 'ଦ ଜୋନ ଅଫ ଇଣ୍ଟରେଷ୍ଟ' ପାଇଁ ଅଭିନେତା ଜୋନାଥନ ଗ୍ଲେଜରଙ୍କୁ ଶ୍ରେଷ୍ଠ ଫିଲ୍ମ ନଟ ଇନ ଇଂଲିସ୍ ପୁରସ୍କାର ପ୍ରଦାନ କରିଥିଲେ । ତେବେ ବିଜେତାଙ୍କ ତାଲିକାରେ 'ଓପେନହାଇମର' ମୋଟ ୭ଟି ପୁରସ୍କାର ଲାଭ କରିଥିବା ବେଳେ ପୋର ଥିଙ୍ଗସ ମୋଟ ୫ଟି ବାଫଟା ଆୱାର୍ଟ ହାତେଇଛି । କହିରଖୁଛୁ କି, 'ଓପେନହାଇମର' ଫିଲ୍ମଟି ପୂର୍ବରୁ ଗୋଲ୍ଡେନ ଗ୍ଲୋବସ୍ ଏବଂ କ୍ରିଟିକ୍ସ ଚଏସ୍ ଆୱାର୍ଡରେ ଅନେକ ପୁରସ୍କାର ଜିତି ସଫଳତା ହାସଲ କରିସାରିଛି । ବର୍ତ୍ତମାନ ଓସ୍କାର ପାଇଁ ମଧ୍ୟ ଫିଲ୍ମ ଏକ ଅଗ୍ରଣୀରେ ରହିଛି ।
BAFTA ଚଳଚ୍ଚିତ୍ର ପୁରସ୍କାର ୨୦୨୪ର ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା:-
ଶ୍ରେଷ୍ଠ ଫିଲ୍ମ- ଓପେନହାଇମର; ଖ୍ରୀଷ୍ଟୋଫର୍ ନୋଲାନ୍, ଚାର୍ଲ୍ସ ରୋଭେନ୍, ଏମ୍ମା ଥୋମସ୍
ମୁଖ୍ୟ ଅଭିନେତ୍ରୀ- ଏମ୍ମା ଷ୍ଟୋନ (ପୋର ଥ୍ରଙ୍ଗସ)
ମୁଖ୍ୟ ଅଭିନେତା- ସିଲିୟନ୍ ମର୍ଫି (ଓପେନହାଇମର)
ଶ୍ରେଷ୍ଠ ସହ-ଅଭିନେତ୍ରୀ- ଦା'ୱାଇନ ଜୋୟ ରାଣ୍ଡୋଲ୍ଫ (ଦ ହୋଲ୍ଡଓଭର)
ଶ୍ରେଷ୍ଠ ସହ-ଅଭିନେତା- ରୋବର୍ଟ ଡାଉନ ଜୁନିଅର (ଓପେନହାଇମର)
EE ରାଇଜିଂ ଷ୍ଟାର ପୁରସ୍କାର (ଜନସାଧାରଣଙ୍କ ଭୋଟରେ ବିଜେତା) - ମିଆ ମ୍ୟାକକେନା-ବ୍ରୁସ
ଶ୍ରେଷ୍ଠ ନିର୍ଦ୍ଦେଶକ- ଖ୍ରୀଷ୍ଟୋଫର ନୋଲାନ (ଓପେନହାଇମର)
ମେକ୍ଅପ୍ ଏବଂ ହେଆର- ପୋର ଥିଙ୍ଗସ, ନାଦିଆ ଷ୍ଟେସି, ମାର୍କ କୁଲିଅର, ଜୋସ ୱେଷ୍ଟନ
ପୋଷାକ ଡିଜାଇନ୍-ପୋର ଥିଙ୍ଗସ, ହୋଲି ୱାଡିଙ୍ଗଟନ୍
ଉଲ୍ଲେଖନୀୟ ବ୍ରିଟିଶ ଚଳଚ୍ଚିତ୍ର- ଦ ଜୋନ ଅଫ ଇଣ୍ଟରେଷ୍ଟ, ଜୋନାଥନ୍ ଗ୍ଲେଜର, ଜେମ୍ସ ୱିଲସନ
ବ୍ରିଟିଶ୍ ସର୍ଟ ଆନିମେସନ୍- ଜେଲିଫିସ୍, ରସ୍ ଷ୍ଟ୍ରିଙ୍ଗର୍, ବାର୍ଟୋଜ୍ ଷ୍ଟାନିସାୱେକ୍, ଆଲେକ୍ସଜାଣ୍ଡାର ସିକୁଲକ
ବ୍ରିଟିଶ୍ ସର୍ଟ ଫିଲ୍ମ- ଜେଲିଫିସ୍ ଆଣ୍ଡ ଲବଷ୍ଟର, ୟସ୍ମିନ୍ ଆଫଫି, ଏଲିଜାବେଥ ରୁଫାଇ