ହାଇଦ୍ରାବାଦ:ଟିଭି ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ବର୍ତ୍ତମାନ ସ୍ତନ କର୍କଟ ସହ ସଂଘର୍ଷ କରୁଛନ୍ତି । ନିକଟରେ ଅଭିନେତ୍ରୀ ଏହି ରୋଗର ତୃତୀୟ ଷ୍ଟେଜରେ ଥିବା କହିଥିଲେ । ଏହା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ଥିବା ବେଳେ ବର୍ତ୍ତମାନ ଅଭିନେତ୍ରୀ ନିଜର ଏକ ଭିଡିଓ ସେୟାର କରିଛନ୍ତି । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ହସ୍ପିଟାଲରୁ ନିଜର ଏକ ଝଲକ ଦେଖାଇଛନ୍ତି । ଏହି ସମୟରେ ସେ ନିଜ ପ୍ରଥମ କେମୋଥେରାପିର କିଛି ଅନୁଭୂତି ବଖାଣିବା ସହ ଫ୍ୟାନ୍ସଙ୍କୁ ମଧ୍ୟ ସକାରାତ୍ମକ ଚିନ୍ତା କରିବା ଏବଂ ହାର ନ ମାନିବାକୁ ନିବେଦନ କରିଛନ୍ତି । ଯାହା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କର ଖୁବ ପ୍ରଶଂସା କରିଛନ୍ତି ।
ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ସେ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ କହିଥିଲେ ଯେ ସେ ତାଙ୍କର ପ୍ରଥମ କେମୋଥେରାପି ନେବା ପୂର୍ବରୁ ପୁରସ୍କାର ଶୋ'ରେ ସାମିଲ ହୋଇଥିବା କହିବା ସହ ତାହାର ଝଲକ ଦେଖାଇଛନ୍ତି । ଏହି ଶୋ'ରେ ହିନାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ଏହା ସହ ହିନା ତାଙ୍କ ହସ୍ପିଟାଲ୍ ଲୁକ୍ ମଧ୍ୟ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ସୂଚନା ଥାଉ କି, ହିନା ଖାନଙ୍କ ପ୍ରଥମ କେମୋଥେରାପି ଜୁନ୍ ମାସରେ ହୋଇଥିଲା । ସେ ଜୁନ୍ ମାସରେ ଏକ ପୁରସ୍କାର ଶୋ’ର ଅଂଶବିଶେଷ ଥିଲେ ଏବଂ ଶୋ' ପରେ ସେ ସିଧାସଳଖ ହସ୍ପିଟାଲକୁ ଯାଇଥିଲେ, ଯାହା ସେ ଭିଡିଓରେ ଉଲ୍ଲେଖ କରିଛନ୍ତି ।
'ସର୍ବଦା ପଜିଟିଭ ରୁହ'
ଅଭିନେତ୍ରୀ ପୋଷ୍ଟରେ ଲେଖିଛନ୍ତି, ଏହି ପୁରସ୍କାର ରାତିରେ ମୁଁ ମୋର କର୍କଟ ବିଷୟରେ ଜାଣିଥିଲି, କିନ୍ତୁ ମୁଁ ସ୍ୱାଭାବିକ ବୋଲି ଭାବିଲି । ମୁଁ ଏହା କେବଳ ମୋ ପାଇଁ ନୁହେଁ, ଆମ ସମସ୍ତଙ୍କ ପାଇଁ କରିଥିଲି । ଏହି ଦିନଟି ସବୁକିଛି ବଦଳାଇ ଦେଇଥିଲା । ମୁଁ ଏହି ଚ୍ୟାଲେଞ୍ଜକୁ ଏକ ସୁଯୋଗ ଭାବରେ ଗ୍ରହଣ କଲି ଯାହା ମାଧ୍ୟମରେ ମୁଁ ନିଜକୁ ପରିବର୍ତ୍ତନ କରିପାରିବି । ମୁଁ ମୋ ଜୀବନରେ ପ୍ରଥମ ଅସ୍ତ୍ର ଭାବରେ ସକାରାତ୍ମକତା ରଖିବାକୁ ନିଷ୍ପତ୍ତି ନେଇଛି । ମୋ ପାଇଁ ମୋର ପ୍ରେରଣା, ଉତ୍ସାହ ଏବଂ କଳା ଗୁରୁତ୍ୱପୂର୍ଣ୍ଣ । ମୁଁ ନଇଁବି ନାହିଁ । ଏହି ପୁରସ୍କାର, ଯାହା ମୁଁ ମୋର ପ୍ରଥମ କେମୋ ପୂର୍ବରୁ ପାଇଥିଲି, ଏହା ମୋ ପାଇଁ ପ୍ରେରଣାଦାୟୀ ।''
ଫ୍ୟାନ୍ସଙ୍କୁ କଲେ ନିବେଦନ