ଓଡିଶା

odisha

ETV Bharat / entertainment

ଭାରତର ବିଜୟ ପରେ ଭାମିକାଙ୍କୁ ଘାରିଲା ଏହି ଚିନ୍ତା, ଅନୁଷ୍କା ଲେଖିଲେ ପ୍ରେମଭରା ପୋଷ୍ଟ - ANUSHKA SHOWRES LOVE ON VIRAT - ANUSHKA SHOWRES LOVE ON VIRAT

Anushka Sharma On Virat: ଭାରତ ଜିତିଲା ଟି-୨୦ ବିଶ୍ୱକପ ଟ୍ରଫି । ​ ବିରାଟ କୋହଲି ହେଲେ ମ୍ୟାନ ଅଫ ଦ ମ୍ୟାଚ । ଏହା ପରେ ପତ୍ନୀ ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲିଙ୍କୁ ପ୍ରଶଂସା କରିବା ସହ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି ।

ଭାରତର ବିଜୟ ପରେ ଭାମିକାଙ୍କୁ ଘାରିଲା ଏହି ଚିନ୍ତା, ଅନୁଷ୍କା ଲେଖିଲେ ପ୍ରେମଭରା ପୋଷ୍ଟ
ଭାରତର ବିଜୟ ପରେ ଭାମିକାଙ୍କୁ ଘାରିଲା ଏହି ଚିନ୍ତା, ଅନୁଷ୍କା ଲେଖିଲେ ପ୍ରେମଭରା ପୋଷ୍ଟ (ETV Bharat Odisha)

By ETV Bharat Odisha Team

Published : Jun 30, 2024, 4:16 PM IST

ହାଇଦ୍ରାବାଦ:ଜୁନ ୨୯, ଭାରତ ପାଇଁ ଐତିହାସିକ ଦିନ । ପ୍ରାୟ ୧୭ ବର୍ଷ ପରେ ଏହି ଦିନ ଭାରତ ଟି-୨୦ ବିଶ୍ୱକପ ଟ୍ରଫି ନିଜ ନାଁରେ କରି ଦମଦାର ବିଜୟ ହାସଲ କରିଛି । ଏହି ସମୟରେ ବିରାଟ କୋହଲି ମ୍ୟାନ ଅଫ ଦ ମ୍ୟାଚ ହୋଇଥିବା ବେଳେ ସେ ଖେଳରୁ ଅବସର ମଧ୍ୟ ଘୋଷଣା କରିଛନ୍ତି । ତେବେ ଭାରତର ଦମଦାର ବିଜୟ ନେଇ ସାରା ଦେଶରେ ସେଲିବ୍ରେସନର ମାହୋଲ ରହିଥିବା ବେଳେ ସମସ୍ତେ ଟିମକୁ ପ୍ରଶଂସା କରିଛନ୍ତି । ଏପରି ସମୟରେ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ସ୍ୱାମୀ ବିରାଟଙ୍କ ଦମଦାର ସଫଳତା ପାଇଁ ଏକ ଭାବପ୍ରବଣ ନୋଟ ଲେଖି ଶୁଭେଚ୍ଛା ଜଣାଇଛନ୍ତି ।

ଅନୁଷ୍କା ବିରାଟ କୋହଲିଙ୍କ ବିଷୟରେ ଏହା କହିଛନ୍ତି

ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ଏକ ଆଶ୍ଚର୍ଯ୍ୟଜନକ ବିଜୟ ହାସଲ କରିଛି । ଯାହାକୁ ନେଇ ଅନୁଷ୍କା ଶର୍ମା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ବିରାଟଙ୍କ ସମେତ ଟିମ୍ ଇଣ୍ଡିଆର ବିଜୟର ଫଟୋ ରହିଛି । ଏହା ସେୟାର କରି ସେ ଲେଖିଛନ୍ତି, ''ମୁଁ ଏହି ଲୋକକୁ ଭଲପାଉଛି । ବିରାଟ ତୁମକୁ ମୋ ଘର କହିବା ବେଳେ ମୋତେ ଅଧିକ ଖୁସି ଲାଗିଥାଏ । ବହୁତ ବହୁତ ଧନ୍ୟବାଦ ଏବଂ ଶୁଭେଚ୍ଛା ।''

ଝିଅ ଭାମିକା କଲେ ଚିନ୍ତା

ଅନ୍ୟ ଏକ ପୋଷ୍ଟରେ ଅନୁଷ୍କା ଟିମ୍ ଇଣ୍ଡିଆର ଫଟୋ ସହ ଏକ ଭାବପ୍ରବଣ ନୋଟ୍ ମଧ୍ୟ ସେୟାର କରିଛନ୍ତି । ସେ ଲେଖିଛନ୍ତି, "ଯେତେବେଳେ ଆମ ଝିଅ ଭାମିକା ସମସ୍ତ ଖେଳାଳିଙ୍କୁ କାନ୍ଦୁଥିବାର ଦେଖିଲେ, ସେତେବେଳେ ତାଙ୍କର ସବୁଠାରୁ ବଡ ଚିନ୍ତା ଥିଲା କାହିଁକି ସେମାନଙ୍କୁ କେହି ହଗ୍ କରିବାକୁ ଆସୁନାହାନ୍ତି । ସେତେବେଳେ ମୁଁ କହିଲି ମୋର ପ୍ରିୟ ଝିଅ, ସେମାନଙ୍କୁ ୧୫୦ କୋଟି ଲୋକ ହଗ୍ କରିଛନ୍ତି । କି ଚମତ୍କାର ବିଜୟ ଏବଂ କି ଆଶ୍ଚର୍ଯ୍ୟଜନକ ସଫଳତା ? ଚମ୍ପିଆନ୍ସ-ଅଭିନନ୍ଦନ ।”

ଏହା ମଧ୍ୟ ପଢନ୍ତୁ:ବିଶ୍ୱ ଚାମ୍ପିଅନ ହେଲା ଭାରତ; ଝୁମିଲା ଫିଲ୍ମ ଇଣ୍ଡଷ୍ଟ୍ରି, ଓଲିଉଡରୁ ବଲିଉଡ ସବୁଠୁ ଛୁଟିଲା ଶୁଭେଚ୍ଛା ସୁଅ

ସୂଚନା ଥାଉ କି, ୧୭ ବର୍ଷ ପରେ ଭାରତ ହୋଇଛି ବିଶ୍ୱ ଚମ୍ପିଆନ । ପୂର୍ବରୁ 2007ରେ ପ୍ରଥମ ଥର ଆରମ୍ଭ ହୋଇଥିଲା ଟି 20 ବିଶ୍ବକପରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ଭାରତ ଫାଇନାଲରେ ପ୍ରବେଶ କରି ଟ୍ରଫି ହାତେଇଥିଲା । ଏହାପରେ 2014ରେ ଧୋନିଙ୍କ ନେତୃତ୍ବରେ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଶ୍ରୀଲଙ୍କା ଠାରୁ ପରାଜିତ ହୋଇ ଟ୍ରଫି ହାତେଇବାରେ ଗୋଟିଏ ପାଦ ପଛରେ ରହିଯାଇଥିଲା ଭାରତ । ଏହାପରେ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ଥର ପାଇଁ ଭାରତ ଫାଇନାଲରେ ପ୍ରବେଶ କରିଥିଲା ଏବଂ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପଛରେ ପକାଇ ବାଜି ମାରିଥିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details