ଓଡିଶା

odisha

ETV Bharat / entertainment

ହୋପ ଗାଲାରେ ଗୀତ ଗାଇଲେ ଆଲିଆ, ପ୍ରଶଂସା କଲେ ଫ୍ୟାନ୍ସ - Alia Bhatt Sings In London

Alia Bhatt Sings: ଅଭିନେତ୍ରୀ ଆଲିଆ ଭଟ୍ଟ ଲଣ୍ଡନର ଏକ ଇଭେଣ୍ଟରେ ନିଜ ଫିଲ୍ମର ଗୀତ ଗାଇଲେ । ଏହାକୁ ନେଇ ଇଭେଣ୍ଟରେ ଉପସ୍ଥିତ ସମସ୍ତ ଅତିଥି ଆଲିଆଙ୍କ ଗୀତକୁ ପ୍ରଶଂସା କରିଥିଲେ । ଅଧିକ ପଢନ୍ତୁ

ALIA BHATT SINGS IN LONDON
ALIA BHATT SINGS IN LONDON

By ETV Bharat Odisha Team

Published : Mar 30, 2024, 11:19 AM IST

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ଲଣ୍ଡନରେ ଆୟୋଜିତ ହୋପ ଗାଲା ୨୦୨୪ ଇଭେଣ୍ଟର ହୋଷ୍ଟ କରିଥିଲେ । ଯେଉଁଥିରୁ ଅଭିନେତ୍ରୀ ତାଙ୍କର ଫଟୋ ସେୟାର କରିଛନ୍ତି । ଆଲିଆଙ୍କୁ ଏହି ଇଭେଣ୍ଟରେ ଅନେକ ଲୁକରେ ଦେଖିବାକୁ ମିଳିଛି । ସେଥିରୁ ଅଭିନେତ୍ରୀ ଶାଢୀରେ ବହୁତ ସୁନ୍ଦର ଲାଗୁଥିଲେ । ଏଥିସହ ଆଲିଆଙ୍କର ଏହି ଇଭେଣ୍ଟରୁ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ଆଲିଆ ଗୀତ ଗାଉଥିବା ନଜର ଆସିଛନ୍ତି ।

ତେବେ ଏହି ଭାଇରାଲ୍ ଭିଡିଓକୁ ଏହାକୁ ଲୋକପ୍ରିୟ ଗାୟକ ହର୍ଷଦୀପ କୌର ଏବଂ ଆଲିଆ ଭଟ୍ଟ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ହୋପ ଗାଲା 2024 ଇଭେଣ୍ଟର ଡିନର ନାଇଟରେ ହର୍ଷଦୀପ କୌର ଲୋକଙ୍କୁ ନିଜ ଗୀତ ମାଧ୍ୟମରେ ବାନ୍ଧି ରଖିଥିଲେ । ହର୍ଷଦୀପ ଏବଂ ଆଲିଆ ସେୟାର କରିଥିବା ଭିଡିଓରେ ଆଲିଆ ଭଟ୍ଟ ଏକ ସୁନ୍ଦର କ୍ରିମ୍ ରଙ୍ଗର ଶାଢୀ ସହ ମୋତି ଲାଗିଥିବା ସ୍ଲିଭଲେସ୍ ବ୍ଲାଉଜ୍ ପିନ୍ଧିଛନ୍ତି ।

ଏହି ଭିଡିଓରେ ହର୍ଷଦୀପ ଆଲିଆ ଭଟ୍ଟ, ସାହିଦ କପୁର, ଦିଲଜିତ ଦୋସାଞ୍ଜ ଏବଂ କରୀନା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଉଡଟା ପଞ୍ଜାବ'ର' ଇକ କୁଡି 'ଗୀତ ଗାଇଥିବାର ନଜର ଆସିଛନ୍ତି । ଏହି ସମୟରେ, ଯେତେବେଳେ ହର୍ଷଦୀପ ଆଲିଆଙ୍କୁ ମାଇକ୍ ଦେଇଥିଲେ ଅଭିନେତ୍ରୀ ସେହି ଗୀତ ଗାଇଥିଲେ । ଆଲିଆ ହର୍ଷଦୀପଙ୍କ ସହ ମିଶି ଗୀତ ଗାଇଥିବା ବେଳେ ଇଭେଣ୍ଟରେ ଉପସ୍ଥିତ ସମସ୍ତ ଅତିଥି ଆଲିଆଙ୍କ ଗୀତକୁ ପ୍ରଶଂସା କରିଥିଲେ । ତେବେ ଆଲିଆ ଫିଲ୍ମ ‘ଉଡଟା ପଞ୍ଜାବ’ରେ ଦିଲଜିତ ଦୋସାଞ୍ଜଙ୍କ ସହ ଏହି ଗୀତ ଗାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଲଣ୍ଡନରେ 'ହୋପ ଗାଲା' ହୋଷ୍ଟ କରିବେ ଆଲିଆ

ଆଲିଆଙ୍କ ଓ୍ବାର୍କଫଣ୍ଟ କଥା କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ ରଣବୀର ସିଂହଙ୍କ ସହିତ ଫିଲ୍ମ ରକି ଅର ରାନୀ କି ପ୍ରେମ କାହାଣୀରେ ଦେଖିବାକୁ ମିଳିଥିଲା । ଏବେ ଆଲିଆଙ୍କ ଆଗାମୀ ଚଳଚ୍ଚିତ୍ର ମଧ୍ୟରେ ତାଙ୍କ ପ୍ରଡକ୍ସନ୍ ହାଉସରେ ନିର୍ମିତ ଫିଲ୍ମ ଜିଗ୍ରା ଅଛି । ଯାହା ସେପ୍ଟେମ୍ବର 27ରେ ମୁକ୍ତିଲାଭ କରିବ । ସେହି ସମୟରେ ଆଲିଆଙ୍କୁ ସ୍ୱାମୀ ରଣବୀର କପୁରଙ୍କ ସହ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ଲଭ୍ ଆଣ୍ଡ୍ ୱାର୍ ରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ଆଲିଆଙ୍କ ପାଇପଲାଇନରେ ୟଶ ରାଜ ସ୍ପାଏ ୟୁନିଭର୍ସର ଏକ ଫିଲ୍ମ ମଧ୍ୟ ରହିଛି ।

ABOUT THE AUTHOR

...view details