ଓଡିଶା

odisha

ETV Bharat / entertainment

ଅଜୟ ଦେବଗନଙ୍କ ନୂଆ ଫିଲ୍ମ ଘୋଷଣା, 'ସିଙ୍ଘମ ଏଗେନ' ପରେ ଏହି ଫିଲ୍ମ ସହ କରିବେ ଧମାକା

'ଭୁଲ ଭୁଲେୟା 3' ନିର୍ଦ୍ଦେଶକ ଆନିସ୍ ବାଜମିଙ୍କ ସହ ଅଜୟ ଦେବଗନଙ୍କ ନୂଆ ଫିିଲ୍ମ ଘୋଷଣା ହୋଇଛି । ଫିଲ୍ମର ଟାଇଟଲ ସହ ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି ।

ajay devgn new film naam
ajay devgn new film naam (ANI/Film Poster)

By ETV Bharat Odisha Team

Published : 5 hours ago

ହାଇଦ୍ରାବାଦ:ନଭେମ୍ୱର 1ରେ ରିଲିଜ ହେବାକୁ ଯାଉଛିଅଜୟ ଦେବଗନଙ୍କ ଫିଲ୍ମ'ସିଙ୍ଘମ ଏଗେନ'। ଏହାରି ମଧ୍ୟରେ ଅଜୟଙ୍କ ନୂଆ ଫିଲ୍ମ ଘୋଷଣା ହୋଇଛି । ଆଜି ଏହି ନୂଆ ଫିଲ୍ମର ଟାଇଟଲ ଏବଂ ରିଲିଜ ତାରିଖ ପ୍ରକାଶ ପାଇଛି । ଏହି ଫିଲ୍ମର ନାଁ ହେଉଛି 'ନାମ' । ଏହି ଫିଲ୍ମ ପାଇଁ ଅଜୟ ଦେବଗନ 'ଭୁଲ ଭୁଲେୟା 3' ନିର୍ଦ୍ଦେଶକ ଆନିସ ବାଜିମଙ୍କ ହାତ ମିଳାଇଛନ୍ତି । କହିରଖୁଛୁ କି, ଦୀପାବଳୀରେ ନିର୍ଦ୍ଦେଶକ ଆନିସ ବାଜମିଙ୍କ ଫିଲ୍ମ 'ଭୁଲ ଭୁଲେୟା 3' ମଧ୍ୟ ରିଲିଜ ହେବ । ତେବେ 'ସିଙ୍ଘମ ଏଗେନ' ଓ 'ଭୁଲ ଭୁଲେୟା 3' ଏକାସାଙ୍ଗେ ରିଲିଜ ହେବାକୁ ଥିବା ବେଳେ ବକ୍ସ ଅଫିସରେ ଉଭୟ ଫିଲ୍ମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ଏହି ଦିନ ଆସୁଛି ଅଜୟ ଦେବଗନଙ୍କ ନୂଆ ଫିଲ୍ମ 'ନାମ'

ତରଣ ଆଦର୍ଶଙ୍କ ଅଜୟ ଦେବଗନଙ୍କ ନୂଆ ଫିଲ୍ମ ନେଇ ସୂଚନା ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି । ନଭେମ୍ବର 22 ରେ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଏହି ଫିଲ୍ମ ମୁକ୍ତିଲାଭ କରିବ । ଏହାକୁ ନିର୍ଦ୍ଦେଶକ ଅନିସ୍ ବାଜମି ନିର୍ଦ୍ଦେଶନା ଦେଇଛନ୍ତି । ହଲଚଲ୍, ପ୍ୟାର୍ ତୋ ହୋନା ହି ଥା ଏବଂ ଦେୱାଙ୍ଗି ପରେ ଅଜୟଙ୍କ ସହ ଏହା ବାଜମିଙ୍କର ଚତୁର୍ଥ ଚଳଚ୍ଚିତ୍ର ହେବ ।

ଏହି ଚଳଚ୍ଚିତ୍ରଟି ସ୍ୱିଜରଲ୍ୟାଣ୍ଡରେ ସୁଟିଂ କରାଯାଇଥିଲା

ଖବର ଅନୁଯାୟୀ, 'ନାମ' ହେଉଛି ଏକ ମନସ୍ତାତ୍ତ୍ୱିକ ଥ୍ରୀଲର ଯେଉଁଥିରେ ଜଣେ ବ୍ୟକ୍ତି ସ୍ମୃତି ହରାଇଥାଏ ଏବଂ ନିଜର ପରିଚୟ ଖୋଜିବା ପାଇଁ ଯାତ୍ରା ଆରମ୍ଭ କରିଥାଏ । ଏହି ଫିଲ୍ମ ସ୍ୱିଜରଲ୍ୟାଣ୍ଡ ଏବଂ ମୁମ୍ବାଇରେ ସୁଟିଂ କରାଯାଇଛି । ଏହାପୂର୍ବରୁ ପ୍ରିୟଙ୍କା ଚୋପ୍ରା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଥିଲେ, କିନ୍ତୁ ସେ ଏହାକୁ ମନ କରିବା ଫଳରେ ତାଙ୍କ ସ୍ଥାନରେ ସମୀର ରେଡ୍ଡୀ ନଜର ଆସିବେ । ଭୂମିକା ଚାୱଲା ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଅନିଲ ରଙ୍ଗଟାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । 22 ନଭେମ୍ବର 2024 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଏହା ମଧ୍ୟ ପଢନ୍ତୁ:'ସିଙ୍ଘମ ଏଗେନ ବନାମ ଭୁଲ ଭୁଲେୟା 3'; ଆଡଭାନ୍ସ ବୁକିଂରେ କାର୍ତ୍ତିକଙ୍କୁ ପଛରେ ପକାଇଲେ ଅଜୟ

ଦୀପାବଳିରେ କଡା ଟକ୍କର 'ଭୁଲ ଭୁଲେୟା 3- ସିଙ୍ଘମ ଏଗେନ'

'ଭୁଲ ଭୁଲେୟା 3' 'ଭୁଲ ଭୁଲେୟା' ପ୍ରାଞ୍ଜାଇଜର ତୃତୀୟ ଭାଗ । ଏହି ଚଳଚ୍ଚିତ୍ରଟି ଟି-ସିରିଜ୍ ଫିଲ୍ମସ୍ ଏବଂ ସିନେ 1 ଷ୍ଟୁଡିଓ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ଆନିସ୍ ବାଜମି ନିର୍ଦ୍ଦେଶନା ଦେଇଛନ୍ତି । କାର୍ତ୍ତିକଙ୍କ ସହ ଏହି ଫିଲ୍ମରେ ତ୍ରିପ୍ତି ଡିମ୍ରୀ, ବିଦ୍ୟା ବାଲାନ ଏବଂ ମାଧୁରୀ ଦୀକ୍ଷିତ ନଜର ଆସିବେ । 'ଭୁଲ ଭୁଲେୟା 3' ରିଲିଜ ଦିନ ଅଜୟ ଦେବଗାନଙ୍କ 'ସିଙ୍ଘମ ଏଗେନ' ଫିଲ୍ମ ରିିଲିଜ ହେବ । ଏଥିରେ ଅଜୟ ଦେବଗନଙ୍କ ସହ ରଣଭୀର ସିଂ, ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ଅକ୍ଷୟ କୁମାର, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ଏଥିସହ ଏଥିରେ ସଲମାନ ଖାନଙ୍କୁ ଚୁଲବୁଲ ପାଣ୍ଡେ ଭୂମିକାରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details