ହାଇଦ୍ରାବାଦ:ବଲିଉଡ ଭାଇଜାନ ଅର୍ଥାତ୍ ସଲମାନ ଖାନଙ୍କୁ ହତ୍ୟା ଧମକ ଘଟଣାରେ ବନ୍ଧା ହେଲା ଅଭିଯୁକ୍ତ । ହତ୍ୟା ଧମକ ସହ 5 କୋଟି ଟଙ୍କା ମାଗିଥିବା ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗର ସଦସ୍ୟ ନୁହଁନ୍ତି ବରଂ ଜଣେ ଗୀତିକାର ଅଟନ୍ତି । ଅଭିଯୁକ୍ତ ଗୀତିକାରଙ୍କ ନାମ ସୋହେଲ ପାଶା । ମଙ୍ଗଳବାର ଦିନ କର୍ଣ୍ଣାଟକର ରାଇଚୁରରୁ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ । ସେ ସଲମାନଙ୍କୁ ହତ୍ୟା ଧମକ ଦେବା ସହ 5କୋଟି ଟଙ୍କା ମାଗିଥିଲେ ।
ପିଟିଆଇ ଅନୁଯାୟୀ ସୋହେଲ ପାଶାଙ୍କୁ କର୍ଣ୍ଣାଟକର ରାଇଚୁରରୁ ଗିରଫ କରାଯାଇଛି । ସେ ତାଙ୍କ ଦ୍ୱାରା ଲିଖିତ ଏକ ଗୀତକୁ ପ୍ରସିଦ୍ଧ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ଏହି କୌଶଳ ଆପଣେଇଥିଲେ । କହିରଖୁଛୁ କି, ନଭେମ୍ବର 7 ରେ ମୁମ୍ବାଇ ଟ୍ରାଫିକ ପୋଲିସର ହ୍ୱାର୍ଟସଅପ ହେଲ୍ପଲାଇନ ନମ୍ୱରରେ ଅନେକ ମେସେଜ ଗ୍ରହଣ କରାଯାଇଥିଲା ଯେଉଁଥିରେ ଅଭିଯୁକ୍ତ ନିଜକୁ ବିଷ୍ଣୌଇ ଗ୍ୟାଙ୍ଗର ସଦସ୍ୟ କହିବା ସହ ଯଦି ସଲମାନ ଖାନ 5 କୋଟି ଟଙ୍କା ନ ଦିଅନ୍ତି ତେବେ ତାଙ୍କୁ ହତ୍ୟା କରାଯିବ ବୋଲି କହିଥିଲେ । ଏଥିସହ ଅଭିଯୁକ୍ତ ଆହୁରି କହିଥିଲେ ଯେ ସେ 'ମେନ୍ ସିକନ୍ଦର ହୁନ୍' ଗୀତର ଲେଖକଙ୍କୁ ମଧ୍ୟ ହତ୍ୟା କରିବେ । ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ମୋବାଇଲ ନମ୍ବର ଅନୁସନ୍ଧାନ କରିଥିଲା ଯେଉଁଠାରୁ ରାଇଚୁରରୁ ମେସେଜ ଆସିଥିବା ଜାଣିବାକୁ ପାଇଥିଲା ।
ଏହା ମଧ୍ୟ ପଢନ୍ତୁ:ବିପଦରେ ସଲମାନ ଖାନଙ୍କ ଜୀବନ, ପୁଣି ମିଳିଲା ହତ୍ୟା ଧମକ
କାହିଁକି ଦେଇଥିଲେ ଧମକ ?