ହାଇଦ୍ରାବାଦ:ବର୍ତ୍ତମାନ ସମୟରେ ସବୁଠୁ ବେଶୀ ଆଦୃତ ଲାଭ କରିଛି ଡିଜିଟାଲ ପେମେଣ୍ଟ । ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ମାଧ୍ୟମରେ କାରବାର କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଏହାମଧ୍ୟରେ ଅନଲାଇନ୍ ପେମେଣ୍ଟ ଆପ ପେଟିଏମ୍ (Paytm) କ୍ୟାସବ୍ୟାକ ନେଇ ବମ୍ପର ଅଫର ଘୋଷଣା କରିଛି । ଏହି ପେମେଣ୍ଟ ଆପ୍ ମାଧ୍ୟମରେ କରାଯାଇଥିବା ସମସ୍ତ ୟୁପିଆଇ ପେମେଣ୍ଟରେ 100 ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପ୍ରଦାନ କରିବା ନେଇ କହିଛି ପେଟିଏମ ।
ବର୍ତ୍ତମାନ ସହରରେ ଚାଲିଛି କ୍ୟାସଲେସ ଯୁଗ । ଲୋକେ ଆଉ କ୍ୟାସ ଉପରେ ନିର୍ଭର କରୁନାହାନ୍ତି । ଦୋକାନ ବଜାର ସବୁଠି ଡିଜିଟାଲ ଉପାୟରେ ଟଙ୍କା ଲେନଦେଣ ଚାଲିଛି । ଦେଶରେ ପେଟିଏମ, ଫୋନ ପେ, ଗୁଗଲ ପେ ଭଳି ଡିଜିଟାଲ ପେମେଣ୍ଟ ଆପଗୁଡିକୁ ଲୋକମାନେ ଅଧିକ ବ୍ୟବହାର କରୁଛନ୍ତି । ମାତ୍ର କିଛି ସେକେଣ୍ଡରେ ଫୋନ, ଡିଟିଏଚ, ଇଲେକ୍ଟ୍ରି ବିଲ ରିଚାର୍ଜଠୁ ଆରମ୍ଭ କରି ଟଙ୍କା ଗୋଟିଏ ଆକାଉଣ୍ଟରୁ ଆଉ ଏକ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇପାରୁଛି । ଅତି ସୁବିଧାରେ ୟୁପିଆଇ ପେମେଣ୍ଟ ସମ୍ଭବ ହେଉଥିବାରୁ ଲୋକେ ଅଧିକ ଟଙ୍କା ଲେନଦେଣ କ୍ଷେତ୍ରରେ ଡିଜିଟାଲ ପେମେଣ୍ଟ ଉପରେ ନିର୍ଭର କରୁଛନ୍ତି ।
ଏହାମଧ୍ୟ ପଢନ୍ତୁ.. Paytm ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ଇସ୍ତଫା