ଭୁବନେଶ୍ୱର: କାଉଣ୍ଟଡାଉନ ଆରମ୍ଭ । 8ରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି । ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହ ବହୁ ହେବିୱେଟ ନେତା । ରାଜଧାନୀରେ 3 ଦିନ ଧରି ସମ୍ମିଳନୀ ହେବାକୁ ଯାଉଥିବା ବେଳେ ଏଥିପାଇଁ ଜାରି ହୋଇଛି ଟ୍ରାଫିକ ଆଡଭାଇଜରି । କେଉଁ କେଉଁ ଛକରେ ଲାଗିଛି କଟକଣା ନିମ୍ନରେ ଦେଖନ୍ତୁ ।
3 ଦିନ ପାଇଁ ଏସବୁ ରାସ୍ତାରେ କଟକଣା:
ଆସନ୍ତା ୦୮ ରୁ ୧ ପର୍ଯ୍ୟନ୍ତ ଏୟାରପୋର୍ଟରୁ ହସ୍ପିଟାଲ୍ ଛକ, ଏ.ଜି. ଛକ-ରାଜଭବନ ଛକ, ପାୱାର ହାଉସ ଛକ- ୧୨୦ ବି.ଏନ୍. ଛକ, ଶାସ୍ତ୍ରୀ ନଗର ଛକ–ବେହେରା ସାହି ଛକ–ଜୟଦେବ ବିହାର ଛକ–ଜାଭିୟର ଛକ, ନାଲକୋ ଛକ ପର୍ଯ୍ୟନ୍ତ କଟକଣା ଜାରି ରହିଛି ।
ସାହାଯ୍ୟ କରିବେ ପ୍ରବାସୀ ମିତ୍ର, ହଇରାଣ ହେବେନି ଲୋକେ:
![Traffic Advisory](https://etvbharatimages.akamaized.net/etvbharat/prod-images/06-01-2025/od-bbs-01-pbd-traffic-advisory-avb-7203832_06012025203203_0601f_1736175723_260.jpg)
ଏନେଇ ଟ୍ରାଫିକ ପରିଚାଳନାରେ ପୋଲିସକୁ ସହଯୋଗ କରିବେ ପ୍ରବାସୀ ମିତ୍ର । କମିସନରେଟ ପୋଲିସ ପକ୍ଷରୁ ବିଭିନ୍ନ ବସ୍ତିରେ ପୋଲିସ ସହ କାମ କରୁଥିବା ବସ୍ତି ମିତ୍ର ମାନଙ୍କୁ ନେଇ ପ୍ରବାସୀ ମିତ୍ର ଗଠନ କରି ଏନେଇ ସହଯୋଗ କରିବା ପାଇଁ ତାଲିମ ଦିଆଯାଉଛି । ଏନେଇ ସେମାନେ ବିଭିନ୍ନ ଟ୍ରାଫିକ ଓ ଛକରେ ରହିବେ । ଲୋକଙ୍କୁ ପ୍ରବାସୀଙ୍କୁ ମଧ୍ୟ ଟ୍ରାଫିକ ପରିଚାଳନା ଓ ବାଟ ବତାଇବାରେ ସହଯୋଗ କରିବେ । କାରଣ ଲୋକ ଯେପରି ଏହି ସମୟରେ ହଇରାଣ ହରକତ ହେବେ ନାହିଁ ।
![Traffic Advisory](https://etvbharatimages.akamaized.net/etvbharat/prod-images/06-01-2025/od-bbs-01-pbd-traffic-advisory-avb-7203832_06012025203203_0601f_1736175723_259.jpg)
ଜାନୁଆରୀ 8 (କେଉଁଠି ? କେଉଁ ସମୟରେ ଲାଗିଛି କଟକଣା)
ଜାନୁଆରୀ 8ରେ ସନ୍ଧ୍ୟା ୭.୫୦ ମିନିଟ୍ ରୁ ସନ୍ଧ୍ୟା ୮.୨୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ - କ୍ୟାପିଟାଲ ହସ୍ପିଟାଲ୍ ଛକ -ଏ.ଜି. ଛକ -ବାମ ମୋଡ଼–ରାଜଭବନ ପର୍ଯ୍ୟନ୍ତ କଟକଣା ରହିବ ।
![Traffic Advisory](https://etvbharatimages.akamaized.net/etvbharat/prod-images/06-01-2025/od-bbs-01-pbd-traffic-advisory-avb-7203832_06012025203203_0601f_1736175723_466.jpg)
![Traffic Advisory](https://etvbharatimages.akamaized.net/etvbharat/prod-images/06-01-2025/od-bbs-01-pbd-traffic-advisory-avb-7203832_06012025203203_0601f_1736175723_725.jpg)
ଜାନୁଆରୀ 9 (କେଉଁଠି କେଉଁ ସମୟରେ କଟକଣା)
ସେହିପରି ଜାନୁଆରୀ 9ରେ ସକାଳ ସକାଳ ୯.୩୦ମିନିଟ୍ ରୁ ସକାଳ ୧୦ ଘଟିକା ପର୍ଯ୍ୟନ୍ତ
ରାଜଭବନ ଛକ-ପାୱାର ହାଉସ ଛକ-୧୨୦ ବାଟାଲିୟନ ଛକ-ଶାସ୍ତ୍ରୀ ନଗର ଛକ–ବେହେରା ସାହି ଛକ– ଜୟଦେବ ବିହାର ଛକ–ଜାଭିୟର ଛକରୁ ନାଲକୋ ଛକ ପର୍ଯ୍ୟନ୍ତ କଟକଣା ରହିବ ।
ପୁଣି ଦିନ ୧୧.୨୦ ମିନିଟ୍ରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ କଟକଣା:
ନାଲକୋ ଛକ-ଜାଭିୟର ଛକ–ଜୟଦେବ ବିହାର ଛକ ବେହେରା ସାହି ଛକ-ଶାସ୍ତ୍ରୀ ନଗର ଛକ– ୧୨୦ ବାଟାଲିୟନ ଛକ-ପାୱାର ହାଉସ ଛକ-ରାଜଭବନ ଛକ-ବାମ ମୋଡ଼–ଏ.ଜି. ଛକ–ଡାହାଣ ମୋଡ଼– ହସ୍ପିଟାଲ୍ ଛକ-ଏୟାରପୋର୍ଟ ଛକ ।
![ଭୁବନେଶ୍ୱର କଟକଣା](https://etvbharatimages.akamaized.net/etvbharat/prod-images/06-01-2025/23269840_e-5.jpeg)
ଅପରାହ୍ନ ୪.୨୦ ମିନିଟ୍ ରୁ ଅପରାହ୍ନ ୪.୫୦ ମିନିଟ୍ ପର୍ଯ୍ୟନ୍ତୁ ଏହି ରାସ୍ତାରେ କଟକଣା:
ଏୟାରପୋର୍ଟ ଛକ-ହସ୍ପିଟାଲ୍ ଛକ-ଏ.ଜି. ଛକ-ବାମ ମୋଡ଼–ରାଜଭବନ ଛକ ପର୍ଯନ୍ତ କଟକଣା ରହିବ
ଜାନୁଆରୀ 10ରେ (କେଉଁଠି ? କେଉଁ ସମୟରେ ଲାଗିଛି କଟକଣା)
ସକାଳ ୧୧.୨୦ ମିନିଟ୍ରୁ ସକାଳ ୧୧.୫୦ ମିନିଟ ପର୍ଯ୍ୟନ୍ତ କଟକଣା:
ରାଜଭବନ ଛକ - ପାୱାର ହାଉସ ଛକ - ୧୨୦ ବାଟାଲିୟନ ଛକ - ଶାସ୍ତ୍ରୀ ନଗର ଛକ – ବେହେରା ସାହି ଛକ – ଜୟଦେବ ବିହାର ଛକ – ଜାଭିୟର ଛକ ନାଲକୋ ଛକ ।
![ଭୁବନେଶ୍ୱର କଟକଣା](https://etvbharatimages.akamaized.net/etvbharat/prod-images/06-01-2025/23269840_e-2.jpeg)
ଅପରାହ୍ନ ୪.୫୦ ମିନିଟ୍ରୁ ସନ୍ଧ୍ୟା ୫.୨୫ ମିନିଟ୍ କଟକଣା:
ନାଲକୋ ଛକ – ଜାଭିୟର ଛକ – ଜୟଦେବ ବିହାର ଛକ ବେହେରା ସାହି ଛକ - ଶାସ୍ତ୍ରୀ ନଗର ଛକ - ୧୨୦ ବାଟାଲିୟନ ଛକ - ପାୱାର ହାଉସ ଛକ - ରାଜଭବନ ଛକ - ବାମ ମୋଡ଼ – ଏ.ଜି. ଛକ – ଡାହାଣ ମୋଡ଼ - ହସ୍ପିଟାଲ୍ ଛକ-ଏୟାରପୋର୍ଟ ଛକ ।
ଗଳି ରାସ୍ତାରୁ ଏସବୁ ରାସ୍ତାକୁ ଆସିପାରିବେ ନାହିଁ:
ଭି.ଆଇ.ପି./ ଭି.ଭି.ଆଇ.ପି. ମାନଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ଗମନାଗମନକୁ ଦୃଷ୍ଟିରେ ରଖ୍ ଓଡିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ଭୁବନେଶ୍ବର - କଟକ, ପୋଲିସ କମିଶନରେଟ୍ ପକ୍ଷରୁ (ଟ୍ରାଫିକ ଓ ପବ୍ଲିକ୍ ଅର୍ଡ଼ର) ୨୦୦୮ର ଧାରା ୩୬ ଅନୁସାରେ କଟକଣା ଗୁଡ଼ିକ ଲାଗୁ କରାଯିବା ପାଇଁ ସର୍ବସାଧାରଣଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହି ସମୟରେ କୌଣସି ଯାନବାହାନ ସେହି ରାସ୍ତାରେ ଯାତାୟାତ କରିପାରିବ ନାହିଁ କିମ୍ବା କୌଣସି ଗଳି ରାସ୍ତାରୁ ଏହି ରାସ୍ତାକୁ ଆସିପାରିବେ ନାହିଁ ।
![ଭୁବନେଶ୍ୱର କଟକଣା](https://etvbharatimages.akamaized.net/etvbharat/prod-images/06-01-2025/23269840_e-3.jpeg)
ଜରୁରୀ କାଳୀନ ସେବା କଟକଣାରୁ ବାଦ୍:
କେବଳ କଟକଣା ଗୁଡ଼ିକ ଜରୁରୀ କାଳୀନ ସେବାରେ ନିୟୋଜିତ ଯାନବାହାନ (ଯଥା ଫାୟାର ଓ ଆମ୍ବଲାନ୍ସ) ଚଳାଚଳ ନିମନ୍ତେ ଲାଗୁ ହେବ ନାହିଁ । ଏନେଇ ଏହି ରାସ୍ତା ଦେଇ ସେହି ସମୟରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ପାଇ କମିଶନରେଟ୍ ପୋଲିସ ଭୁବନେଶ୍ବର–କଟକ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର