ହାଇଦ୍ରାବାଦ: ଗ୍ରାହକଙ୍କ ପାଇଁ ଖୁସି ଖବର । କମିଲା ସୁନା ଦର । ଆଗକୁ ବିବାହ ଋତୁ ଥିବାବେଳେ ସୁନା ଦରରେ ହ୍ରାସ ଘଟିବା ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତି ଆଣିଦେଇଛି । ପୂର୍ବରୁ ଧନତେରସ ଥିବାବେଳେ ସେହି ସମୟରେ ଏହି ଦରବୃଦ୍ଧି ଘଟିଥିଲା । ଧନତେରସ ସମୟରେ ସୁନା ଦର ୭୩ ହଜାର ୮୦୦ ଟଙ୍କା ରହିଥିଲା । ତେବେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୧୬୫୦ ଟଙ୍କା ହ୍ରାସ ପାଇଥିବା ସୂଚନା । ସେହିପରି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୧୭୯୦ ଟଙ୍କା ହ୍ରାସ ପାଇଛି ।
କେତେ କମିଛି ସୁନା ଦର?
ଗତକାଲି (ବୁଧବାର) ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ବା ଶୁଦ୍ଧ ସୁନା ୧୦ ଗ୍ରାମ ପିଛା ୭୮ ହଜାର ୧୩୬ ଟଙ୍କା ରହିଥିଲା । ଯାହା ଆଜି ୭୬ ହଜାର ୫୫୬ ଟଙ୍କାକୁ ଖସି ଆସିଛି । ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ରହିଛି ୭୨ ହଜାର ରହିଛି । ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାଦର ୭୨ ହଜାର ରହିଛି । ସେହିପରି ଅନ୍ୟ ବଡ଼ ବଡ଼ ସହରରେ କେତେ ରହିଛି ସୁନା ରେଟ୍ ଆସନ୍ତୁ ନଜର ପକାଇବା ।
କେଉଁ ସହରରେ କେତେ ରହିଛି ସୁନା ଦର:
ସହରର ନାଁ | ୨୨ କ୍ୟାରେଟ୍ ସୁନା ଦର | ୨୪କ୍ୟାରେଟ ସୁନା ଦର |
ଦିଲ୍ଲୀ | ୭୩,୮୧୦ | ୮୦,୫୧୦ |
ମୁମ୍ବାଇ | ୭୨,୦୦୦ | ୭୮, ୫୬୦ |
ଚେନ୍ନାଇ | ୭୨,୦୦୦ | ୭୮,୫୬୦ |
କୋଲକାତା | ୭୨,୦୦୦ | ୭୮,୫୬୦ |
ପୁଣେ | ୭୨,୦୦୦ | ୭୮,୫୬୦ |
ବେଙ୍ଗାଲୁରୁ | ୭୨,୦୦୦ | ୭୮,୫୬୦ |
ହାଇଦ୍ରାବାଦ | ୭୨,୦୦୦ | ୭୮,୫୬୦ |
ଧନତେରସରେ ବଢିଥିଲା ଦର:
ମୁଖ୍ୟତଃ ଧନତେରସରେ ସୁନା ଭଳି ଧାତୁ କ୍ରୟ କରିବା ଦ୍ବାରା ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ବିଶ୍ବାସ କରାଯାଏ । ତେଣୁ ଧନତେରସରେ ବହୁ ପରିମାଣରେ ସୁନା କ୍ରୟ କରିଥାଆନ୍ତି ଗ୍ରାହକ । ଧନତେରସକୁ ନଜରରେ ରଖି ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ୮୦ ହଜାର ଅତିକ୍ରମ କରିଥିଲା ସୁନା ଦର । ଏଣୁ ବେଶ ଲାଭବାନ ହୋଇଥିଲେ ବ୍ୟବସାୟୀ । ଆଗକୁ ଆସୁଛି ବିବାହ ସିଜିନ । ତେଣୁ ଦର ଅଧିକ ଥିବାରୁ ସୁନା କିଣିବାକୁ ଚିନ୍ତା କରୁଥିବା ଗ୍ରାହକଙ୍କୁ ମିଳିଛି ବଡ଼ ଆଶ୍ବସ୍ତି ।
ଏହା ବି ପଢନ୍ତୁ...୮୨ ହଜାର ଛୁଇଁଲା ସୁନା ଦର, ଧନତେରସରେ ଗହଣା ଦୋକାନରେ ପ୍ରବଳ ଭିଡ
ଏହା ବି ପଢନ୍ତୁ...ବ୍ରହ୍ମପୁରରେ ସୁନା ଦୋକାନରେ ପ୍ରବଳ ଭିଡ, ଧନତେରାସରେ ଅଳଙ୍କାର କିଣିନିଲେ ଲୋକେ
ଏହା ବି ପଢନ୍ତୁ...ସୁନା ଦୋକାନରେ ଖଚାଖଚ୍ ଭିଡ଼, ମନପସନ୍ଦର ଅଳଙ୍କାର କିଣି ନେଉଛନ୍ତି ଗ୍ରାହକ - Akshaya Tritiya 2024