ETV Bharat / business

ଶକ୍ତିକାନ୍ତଙ୍କ ପରେ ସଞ୍ଜୟ, RBIର ନୂଆ ଗଭର୍ଣ୍ଣର - SANJAY MALHOTRA RBI GOVERNOR

ବଢିଲାନି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ । ଆରବିଆଇ ପରବର୍ତ୍ତୀ ଗଭର୍ଣ୍ଣର ହେବେ କେନ୍ଦ୍ର ରାଜସ୍ୱ ସଚିବ ସଞ୍ଜୟ ମଲହୋତ୍ରା । ଟିକସ ନୀତି ନିର୍ଦ୍ଧାରଣରେ ରହିଛି ବଡ ଭୂମିକା ।

Sanjay Malhotra next RBI Governor
Sanjay Malhotra next RBI Governor (ETV Bharat)
author img

By ETV Bharat Odisha Team

Published : Dec 9, 2024, 6:12 PM IST

Updated : Dec 9, 2024, 6:47 PM IST

ହାଇଦ୍ରାବାଦ: କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ । ବଢିଲାନି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(RBI)ର ପରବର୍ତ୍ତୀ ଗଭର୍ଣ୍ଣର ହେବେ ସଞ୍ଜୟ ମଲହୋତ୍ରା । କେନ୍ଦ୍ର ରାଜସ୍ୱ ସଚିବ ଦାୟିତ୍ୱରେ ଥିବା ସଞ୍ଜୟ ମଲହୋତ୍ରାଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତ ପ୍ରଦାନ କରିଛି କେନ୍ଦ୍ର ।

୨୬ତମ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା:

ଶକ୍ତିକାନ୍ତ ଦାସଙ୍କ ଠାରୁ ଡିସେମ୍ବର ୧୧ରେ ଦାୟିତ୍ୱ ଗ୍ରହଣ କରିବେ ସଞ୍ଜୟ ମଲହୋତ୍ରା । ୧୯୯୦ ବ୍ୟାଚର ରାଜସ୍ଥାନ କ୍ୟାଡରର ଆଇଏଏସ ଅଫିସର ସଞ୍ଜୟ ମଲହୋତ୍ରା ଆରବିଆଇର ୨୬ତମ ଗଭର୍ଣ୍ଣର ହେବାକୁ ଯାଉଥିବା ବେଳେ ସେ ୩ ବର୍ଷ ପାଇଁ ଏହି ପଦବୀରେ ରହିବେ । ଟିକସ ନୀତି ନିର୍ଦ୍ଧାରଣରେ ରହିଛି ସଞ୍ଜୟଙ୍କ ବଡ ଭୂମିକା ରହିଛି ।

  • ଡିସେମ୍ବର ୧୧ରେ ଦାୟିତ୍ୱ ଗ୍ରହଣ କରିବେ ସଞ୍ଜୟ ମଲହୋତ୍ରା
  • ୨୬ତମ ଗଭର୍ଣ୍ଣର ହେବେ ସଞ୍ଜୟ
  • ୩ ବର୍ଷ ପାଇଁ ଏହି ପଦବୀରେ ରହିବେ
  • ଟିକସ ନୀତି ନିର୍ଦ୍ଧାରଣରେ ରହିଛି ସଞ୍ଜୟଙ୍କ ବଡ ଭୂମିକା

ମଲହୋତ୍ରା ତାଙ୍କର 33 ବର୍ଷରୁ ଊର୍ଦ୍ଧ୍ୱ କ୍ୟାରିଅରରେ ଶକ୍ତି, ଅର୍ଥ ଓ ଟିକସ, ସୂଚନା ପ୍ରଯୁକ୍ତିବିଦ୍ୟା, ଖଣି ଇତ୍ୟାଦି ସହିତ ବହୁ ବିଭାଗରେ କାର୍ଯ୍ୟ କରିଛନ୍ତି । ଅର୍ଥ ମନ୍ତ୍ରାଳୟରେ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ମଲହୋତ୍ରା । ରାଜ୍ୟ ତଥା କେନ୍ଦ୍ର ସରକାରରେ ଅର୍ଥ ଏବଂ ଟିକସ କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି । ସେ ଟିକସ ନୀତି ପ୍ରଣୟନରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ସରିବ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ:

ଅନ୍ୟପଟେ ଡିସେମ୍ବର ୧୦ରେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ବଢିବା ନେଇ ଯେଉଁ କଳ୍ପନା ଜଳ୍ପନା କରାଯାଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଶକ୍ତିକାନ୍ତ ଦାସ ୨୦୧୮ ମସିହା ଡିସେମ୍ବର ୧୧ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଥିଲେ । ଏହି ପଦ ହାସଲ କରିବାରେ ସେ ପ୍ରଥମ ଓଡ଼ିଆ ପୁଅ ଅଟନ୍ତି । ୨୦୨୧ ଅକ୍ଟୋବର ୨୯ରେ ପୁନର୍ବାର ଏହି ଦାୟିତ୍ବ ଗ୍ରହଣ କରିଥିଲେ । ଭାରତ ସରକାରଙ୍କ ବିମୁଦ୍ରୀକରଣ-୨୦୧୬ ତଥା ଜିଏସଟି-୨୦୧୭ ଲାଗୁ କରେଇବାରେ ଶକ୍ତିକାନ୍ତ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଦେଶର ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ମୁଦ୍ରା ସ୍ଥିରତା, ସୁଧହାର ପରିଚାଳନା ଇତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ରହିଛି ।

ଶକ୍ତିକାନ୍ତଙ୍କ ସମ୍ପର୍କରେ...

  • ୨୦୧୮ ମସିହା ଡିସେମ୍ବର ୧୧ରେ ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଇଥିଲେ ଶକ୍ତିକାନ୍ତ
  • ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଥିଲେ ଶକ୍ତିକାନ୍ତ
  • ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଓଡ଼ିଶାର ଅଟନ୍ତି, ବର୍ତ୍ତମାନ ସେ ମୁମ୍ବାଇରେ ରହୁଛନ୍ତି
  • ୨୦୨୧ ଅକ୍ଟୋବର ୨୯ରେ ପୁନର୍ବାର ଦାୟିତ୍ବ ଗ୍ରହଣ କରିଥିଲେ
  • ବିମୁଦ୍ରୀକରଣ-୨୦୧୬, ଜିଏସଟି-୨୦୧୭ ଲାଗୁ କରିବାରେ ବଡ ଭୂମିକା ନିର୍ବାହ କରିଛନ୍ତି ଶକ୍ତିକାନ୍ତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 9, 2024, 6:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.