ETV Bharat / state

ଆସିବେ ଅତିଥି: ରଙ୍ଗୀନ ଆଲୁଅରେ ଝଲସୁଛି ପୁରୀ, କାଲିଠୁ ବିଚ୍‌ ଫେଷ୍ଟିଭାଲ - PRAVASI BHARATIYA DIVAS

ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ ପାଇଁ ରଙ୍ଗୀନ ଆଲୋକରେ ଝଲସୁଛି ପୁରୀ ସହର । ସୁରକ୍ଷା ବ୍ୟବସ୍ଥା କଡାକଡି । ଅତିଥିଙ୍କ ଅପେକ୍ଷାରେ ପୁରୀ ।

ରଙ୍ଗୀନ ଆଲୋକରେ ଝଲସୁଛି ପୁରୀ ସହର
ରଙ୍ଗୀନ ଆଲୋକରେ ଝଲସୁଛି ପୁରୀ ସହର (ETV Bharat Odisha)
author img

By ETV Bharat Odisha Team

Published : Jan 6, 2025, 8:34 PM IST

Updated : Jan 6, 2025, 9:32 PM IST

ପୁରୀ: ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଗୋଟିଏ ଦିନ ପରେ ରାଜ୍ୟରେ ଆରମ୍ଭ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀର ମହାକୁମ୍ଭ । ଅତିଥିଙ୍କ ସ୍ବାଗତ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ସଭିଙ୍କ ପ୍ରିୟ ଡେଷ୍ଟିନେସନ ବୋଲାଉଥିବା ପୁରୀକୁ ଛୁଟିଲାଣି ଅତିଥୀଙ୍କ ସୁଅ । ସେଥିପାଇଁ ତ ପୁରୀ ଏବେ ନୂଆବୋହୂ ପରି ସଜେଇ ହୋଇଛି । ଚିକମିକ୍‌ ଆଲୁଆରେ ଝଲସୁଛି । ପୁରୀର‌‌ ପ୍ରବେଶ ପଥ ଅଠରନଳା ଠାରୁ ଆରମ୍ଭ କରି ଭିଆଇପି ରୋଡ, ସି ବିଚ୍ ରୋଡ, ଶ୍ରୀମାର୍ଗ ଏବଂ ବଡ଼ଦାଣ୍ଡ ବିଭିନ୍ନ ଚିକମିକ୍ ଆଲୁଅରେ ଏକ ନିଆରା ଅନୁଭୂତି ଦେଉଛି ।

ଅତିଥିଙ୍କ ସ୍ବାଗତ ଅପେକ୍ଷାରେ ପୁରୀ:

ରଙ୍ଗୀନ ଆଲୋକରେ ଝଲସୁଛି ପୁରୀ ସହର (ETV Bharat Odisha)

ଆସନ୍ତା ୮ ତାରିଖରୁ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ପ୍ରବାସୀ ଭାରତୀୟ ଅତିଥି ମାନେ ପୁରୀ ଆସି ଶ୍ରୀମନ୍ଦିର ସମେତ ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିବେ । ଏଥିପାଇଁ ପୁରୀ ସହରକୁ ଏକ ଆକର୍ଷଣୀୟ ଢଙ୍ଗରେ ସଜା ଯାଇଛି । ସେପଟେ ପ୍ରବାସୀ ଭାରତୀୟଙ୍କ ପୁରୀ ଆଗମନ ପାଇଁ ସହର ସମେତ ପୁରୀ ଜିଲ୍ଲାର ସମସ୍ତ ଦର୍ଶନୀୟ ସ୍ଥାନ ଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

8ରୁ ପ୍ରବାସୀ ଭାରତୀୟ ସମ୍ମିଳନୀ:

ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ (ETV Bharat Odisha)
ଭୁବନେଶ୍ୱରରେ ଆସନ୍ତା ୮ ତାରିଖରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉଦ୍ଘାଟିତ ହେବ । ତିନି ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ । ତେବେ ଓଡ଼ିଶାର କଳା ସଂସ୍କୃତି ବିଷୟରେ ପ୍ରବାସୀ ଭାରତୀୟଙ୍କୁ ଅବଗତ କରାଇବା ପାଇଁ ଶ୍ରୀମନ୍ଦିର ସହିତ ପୁରୀ ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବେ ପ୍ରବାସୀ ଭାରତୀୟ ।

ଚିକମିକ ଆଲୁଆରେ ଝଲସୁଛି ପୁରୀ:

ଏହି ଅବସରରେ ପୁରୀ ସହରକୁ ରଙ୍ଗୀନ ଆଲୋକମାଳାରେ ଅତି ଆକର୍ଷଣୀୟ ଢଙ୍ଗରେ ସଜ୍ଜା ଯାଇଛି । ପୁରୀର ପ୍ରବେଶ ପଥ ଅଠରନଳା, ଭିଆଇପି ରୋଡ, ସିବିଚ୍, ଶ୍ରୀମାର୍ଗ, ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିର ଚାରିପାଖରେ ଆକର୍ଷଣୀୟ ଏଲଇଡି ଲାଇଟ୍ ମାଧ୍ୟମରେ ସଜ୍ଜା ଯାଇଛି । ଯାହାକି ସନ୍ଧ୍ୟା ସମୟରେ ଏକ ନିଆରା ଅନୁଭୂତି ପ୍ରଦାନ କରୁଛି । ସେପଟେ ପ୍ରବାସୀ ଭାରତୀୟଙ୍କ ଆଗମନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ହୋଟେଲିୟର । ସେମାନଙ୍କୁ ଆତିଥ୍ୟତା ପ୍ରଦାନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି ।

କାଲିଠୁ ବିଚ୍‌ ଫେଷ୍ଟିଭାଲ:

ସେହିପରି ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖାଇବା ପାଇଁ ବେଳାଭୂମିରେ ବିଚ୍ ଫେଷ୍ଟିଭାଲ ଆୟୋଜନ ହୋଇଛି । ଆସନ୍ତାକାଲି ୭ ତାରିଖ ଠାରୁ ୧୦ ତାରିଖ ଯାଏଁ ବିଚ୍ ଫେଷ୍ଟିଭାଲ ଅନୁଷ୍ଠିତ ହେବ । ତେବେ ଏହି କାର୍ଯ୍ୟକ୍ରମରେ ବହୁ ନାମିଦାମୀ ସିଙ୍ଗର ନିଜର‌ ସୁମଧୁର ଗୀତି ପରିବେଷଣ କରିବାର କାର୍ଯ୍ୟକ୍ରମ ଥିବାବେଳେ ମଞ୍ଚ ଉପରେ ଦେଖିବାକୁ ମିଳିବ ଓଡିଶା ସମେତ ବିଭିନ୍ନ ରାଜ୍ୟର ପାରମ୍ପରିକ ନୃତ୍ୟ ଓ କଳା ସଂସ୍କୃତି । ଏଥିସହ ବେଳାଭୂମିରେ ଫୁଡ୍ କୋର୍ଟ, ହସ୍ତଶିଳ୍ପ ବଜାର, ବିଭିନ୍ନ ବିଚ୍ ସ୍ପୋର୍ଟସ, କାଇଟ୍ ଫେଷ୍ଟିଭାଲ, ପୁଷ୍ପ ପ୍ରଦର୍ଶନୀ ଏବଂ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ । ପ୍ରବାସୀ ଭାରତୀୟ ମାନେ ଯେଭଳି ଏକ ସୁଖଦ ଅନୁଭୂତି ନେଇ ପୁରୀରୁ ଫେରିବେ ତା'କୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:

ଓଡ଼ିଆ ଘରେ ରହିବେ, ଓଡ଼ିଆ ସଂସ୍କୃତିର ମଜା ନେବେ ପ୍ରବାସୀ ଭାରତୀୟ

ଚିଲିକା ବିହଙ୍ଗ ଉତ୍ସବ, ପ୍ରବାସୀ ଭାରତୀୟ ହେବେ ବ୍ରାଣ୍ଡ ଆମ୍ବାସଡର

ପ୍ରବାସୀ ଭାରତୀୟ ଦିବସ ପାଇଁ ସୁରକ୍ଷା: ସରିଲା ମକଡ୍ରିଲ, ଜଗିବେ ୯୦ ପ୍ଲାଟୁନ ଫୋର୍ସ

ସୁଖଦ ଅନୁଭୂତି ନେଇ ଫେରିବେ ପ୍ରବାସୀ, ହୋଇଛି ବ୍ୟବସ୍ଥା:

ପୁରୀ ସହରର ହୋଟେଲିୟର ଶ୍ରୀମନ୍ତ ଦାଶ କହିଛନ୍ତି, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପ୍ରଥମ ଥର ପାଇଁ ଓଡ଼ିଶା ରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ସ୍ବାଗତ ଯୋଗ୍ୟ । ପ୍ରବାସୀ ଭାରତୀୟଙ୍କୁ ଏକ ସୁଖଦ ଅନୁଭୂତି ଦେବା ପାଇଁ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା ହୋଇଛି । ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସେମାନେ ବୁଲିବେ । ସବୁ ପ୍ରକାର ଆୟୋଜନ କରାଯାଇଛି । ଏହା ଦ୍ବାରା ଓଡ଼ିଶାର ପର୍ଯ୍ୟଟନ ସାରା ବିଶ୍ବରେ ଅଧିକ ପ୍ରଚାର ପ୍ରସାର ହୋଇପାରିବ । ତାଙ୍କ ସହଯୋଗରେ ବିଦେଶୀ ପର୍ଯ୍ୟଟକ ମାନେ ଓଡ଼ିଶାକୁ ବୁଲିବାକୁ ଆସିବେ । ଏହା ଦ୍ଵାରା ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହେବ।

ଓଡ଼ିଶା ହେବ ଉପକୃତ:

ସେ ଆହୁରି କହିଛନ୍ତି, ‘ଅନେକ ପ୍ରବାସୀ ଭାରତୀୟ ବିଦେଶରେ ବେଶ୍ ପ୍ରତିଷ୍ଠିତ । ଓଡ଼ିଶାର ଅନେକ ପ୍ରାକୃତିକ ସଂପଦ ରହିଛି । ସେମାନେ ଓଡ଼ିଶା ଆସି ବୁଲି ଦେଖିଲେ ଓଡ଼ିଶାରେ ଅର୍ଥ ବିନିଯୋଗ କରି ଅନେକ କମ୍ପାନୀ ଖୋଲିବାକୁ ଆଗ୍ରହୀ ହେବେ । ଏହା ଦ୍ବାରା ଓଡ଼ିଶାରୁ ବେକାରି ସମସ୍ୟା ଦୂରୀଭୂତ ହୋଇ ପାରିବ । ଏଣୁ ସବୁ ଦୃଷ୍ଟିରୁ ଦେଖିଲେ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆୟୋଜନ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ଏହା ଦ୍ବାରା ଓଡ଼ିଶା ବେଶ୍ ଉପକୃତ ହେବ ।’

ଆମେ ବହୁତ ଖୁସି ହେବୁ:

ପୁରୀ ସହରର ବୁଦ୍ଧିଜୀବୀ ସିଦ୍ଧାର୍ଥ ରାଏ ନିଜ ପ୍ରତିକ୍ରିୟାରେରେ କହିଛନ୍ତି, ‘ନିଶ୍ଚିତ ଭାବେ ଏହା ଆମ ପାଇଁ ଶୁଭଙ୍କର । ପ୍ରବାସୀ ଭାରତୀୟ ମାନେ ଆମ ପୁରୀକୁ ବୁଲିବାକୁ ଆସିବେ । ପୁରୀ ସହରର ଭିତ୍ତିଭୂମି କିଭଳି ଉନ୍ନତି କରିଛି ତାହା ଦେଖିବେ । ଯେହେତୁ ସେମାନେ ଆମ ଭାରତୀୟ ଲୋକ ସେମାନଙ୍କର ଜଗନ୍ନାଥ୍ ସଂସ୍କୃତି ପ୍ରତି ବେଶ୍ ରୁଚି ରହିଥିବ । ଅନେକ ଓଡିଆ ବିଦେଶ ବିଦେଶରେ ରହି ଅନେକ କ୍ଷେତ୍ରରେ ଅଭିଜ୍ଞତା ହାସଲ କରିଛନ୍ତି। ଓଡ଼ିଶାର ଆହୁରି କିଭଳି ଉନ୍ନତି କରିବ, ଭିତ୍ତିଭୂମି କିଭଳି ଅଧିକ ଉନ୍ନତି ହୋଇପାରିବ ସେମାନେ ଆମକୁ ସହଯୋଗ କରିବେ । ଆମେ ବହୁତ୍ ଖୁସି ହେବୁ ସେମାନେ ଆମ ପୁରୀ ଭ୍ରମଣ କରିକି ଗଲେ ।

ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ପ୍ରଭୁ ପତିତପାବନ (ETV Bharat Odisha)

ସେ ଆହୁରି କହିଛନ୍ତି, ‘ପ୍ରବାସୀ ଭାରତୀୟ ମାନେ ଆସିଲେ ଆମ ରାଜ୍ୟର କଳା, ସଂସ୍କୃତି ଓ ପର୍ଯ୍ୟଟନ ସ୍ଥଳୀ ଅଧିକ ପ୍ରଚାର ପ୍ରସାର ହୋଇ ପାରିବ। ତେବେ ଆମର ବ୍ୟବସ୍ଥା କୁ ସୃଦୃଢ଼ କରିବାକୁ ପଡ଼ିବ। ଯେଉଁ ମାନେ ଓଡ଼ିଶା କୁ ବୁଲିବାକୁ ଆସୁଛନ୍ତି ସେମାନେ କିଭଳି ଭଲ ଆତିଥ୍ୟ ସେବା ପାଇବେ ସେ ଦିଗରେ ସରକାର ପଦକ୍ଷେପ ନେବା ଉଚିତ୍ । ପୁରୀ ବେଳାଭୂମିରେ ସବୁବେଳେ ବିଭିନ୍ନ ଆକର୍ଷଣୀୟ କାର୍ଯକ୍ରମ ଆୟୋଜନ ହେବା ଉଚିତ୍। ଏହା ଦ୍ବାରା ପର୍ଯ୍ୟଟକ ମାନେ ଅଧିକ ମନୋରଞ୍ଜନ ପାଇବା ସହ ଅଧିକରୁ ଅଧିକ ପର୍ଯ୍ୟଟକ ପୁରୀ ଆସିବାକୁ ଆକର୍ଷିତ ହେବେ ।

କେଉଁଠି ବୁଲିବେ ପ୍ରବାସୀ ?

ପୁରୀ ଏସପି ବିନୀତ ଅଗ୍ରୱାଲ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ପ୍ରବାସୀ ଭାରତୀୟ ମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବ୍ଲୁ ଫ୍ଲାଗ ବିଚ୍, ସାତପଡ଼ା, ଐତିହ୍ୟ ଗ୍ରାମ ରଘୁରାଜପୁର, କୋଣାର୍କ, ଚନ୍ଦ୍ରଭାଗା, ରାମଚଣ୍ଡୀ, ପିପିଲି ଆଦି ଦର୍ଶନୀୟ ସ୍ଥାନ ବୁଲିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ପାଇଁ ଏସବୁ ଦର୍ଶନୀୟ ସ୍ଥାନ ଗୁଡିକରେ ପୋଲିସ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

25 ପ୍ଲାଟୁନ ଜଗିବେ:

ଏସପି ଆହୁରି କହିଛନ୍ତି, ‘୪ ଜଣ ଅତିରିକ୍ତ ଏସପି, ୧୫ ଜଣ ଡିଏସପି, ୪୮ ଇନ୍ସପେକ୍ଟରଙ୍କ ସହ ୨୫ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ପାଇଁ ମୁତୟନ ରହିବେ । ସେହିପରି ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଦିଗବାରେଣି ଛକ ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ନୋ ଭେହିକିଲ୍ ଜୋନ୍ ଘୋଷଣା କରାଯାଇଛି ।’ ଏହି ସମୟରେ ଅନେକ ସୁରକ୍ଷା କାରଣରୁ ପୁରୀ ପୋଲିସ ପକ୍ଷରୁ କିଛି କଟକଣା ଲାଗିବାର ସମ୍ଭାବନା ଥିବାରୁ ଏନେଇ ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଏସପି ବିନୀତ ଅଗ୍ରୱାଲ ।

ପ୍ରବାସୀ ଭାରତୀୟ ଦିବସ: ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ, ଶୃଙ୍ଖଳା ପାଇଁ ପ୍ରସ୍ତୁତି ଜୋରଦାର

ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତ ପୁରୀ, ଉତ୍ତମ ଆତିଥ୍ୟ ଉପରେ ଗୁରୁତ୍ବ

ପହଞ୍ଚିଲା ଡବଲ-ଡେକର ବସ, ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହେଲାଣି ରାଜଧାନୀ

ପ୍ରବାସୀ ଭାରତୀୟ ଦିବସ: ସାମିଲ ହେବେ ୧୪୦ ଦେଶର ପ୍ରତିନିଧି, ଗଡିବ ୫ ଡବଲ ଡେକର ବସ

ପ୍ରବାସୀଙ୍କ ପାଇଁ ବିଚ୍‌ ଫେଷ୍ଟିଭାଲ:
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ‘ପ୍ରବାସୀ ଭାରତୀୟ ମାନେ ପୁରୀରେ ଏକ ନିଆରା ଅନୁଭୂତି ପାଇବା ପାଇଁ ଜାନୁଆରୀ 7 ରୁ 10 ତାରିଖ ପର୍ଯ୍ୟନ୍ତ ବେଳାଭୂମିରେ ଅନୁଷ୍ଠିତ ହେବ ପୁରୀ ବିଚ୍ ଫେଷ୍ଟିଭାଲ । ଏହି ବିଚ୍ ଫେଷ୍ଟିଭାଲରେ ଓଡିଶାର ପାରମ୍ପରିକ ନୃତ୍ୟକଳା ସହିତ ବିଭିନ୍ନ ଲୋକପ୍ରିୟ ସଂଗୀତ ପରିବେଷଣ କରାଯିବ । ବଲିଉଡ଼ର ନାମିଦାମୀ କଣ୍ଠଶିଳ୍ପୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି ।’

5 ହଜାର ଦର୍ଶକ ବସିବା ପାଇଁ ବ୍ୟବସ୍ଥା:

ଜିଲ୍ଲାପାଳ ଆହୁରି କହିଛନ୍ତି, ବିଚ୍ ଫେଷ୍ଟିଭାଲରେ ପାଞ୍ଚ ହଜାର ଦର୍ଶକ ବସି କାର୍ଯ୍ୟକ୍ରମକୁ ଉପଭୋଗ କରିବାର ବ୍ୟବସ୍ଥା କରାଯିବ । ସେହିପରି ଫୁଡ୍ ଫେଷ୍ଟିଭାଲରେ ୮୦ଟି ଫୁଡ୍ କୋଟ ଖୋଲିବାକୁ ଥିବାବେଳେ ଏଥିରେ ବିଭିନ୍ନ ଜିଲ୍ଳାର ପ୍ରସିଦ୍ଧ ଖାଦ୍ୟ ଉପଲବ୍ଧ ହେବ । ଏହା ମଧ୍ୟରେ ୧୫୦ ଟି ଷ୍ଟଲ୍ ଥିବା ହସ୍ତଶିଳ୍ପ ଏବଂ ହସ୍ତକଳା ସାମଗ୍ରୀର ଷ୍ଟଲ୍ ଖୋଲାଯିବ । ପ୍ରବାସୀ ଭାରତୀୟ ମାନେ ଓଡ଼ିଶାର କଳା ସାମଗ୍ରୀ ଠାରୁ ନେଇ ହସ୍ତତନ୍ତ ଆଦି କିଣିବାର ସୁଯୋଗ ପାଇବେ। ତେବେ ବିଚ୍ ଫେଷ୍ଟିଭାଲକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସହିତ ‌ବିଭିନ୍ନ ଡିଜାଇନର ଗୁଡ଼ି ଉଡା ପର୍ବ ମଧ୍ୟ ଅନୁଷ୍ଠିତ ହେବ। ଏଥିସହିତ ପିଲାମାନଙ୍କ ପାଇଁ ପେଣ୍ଟିଂ ପ୍ରତିଯୋଗିତା ସହିତ ମ୍ୟାଜିକ ସୋ ଏବଂ ବିଭିନ୍ନ ଖେଳ ଅନୁଷ୍ଠିତ ହେବ। ସନ୍ଧ୍ୟା ସମୟରେ ଆକର୍ଷଣୀୟ ଡ୍ରୋନ୍ ଏବଂ ଲେଜର ସୋ ସହ ଆତସବାଜି ପ୍ରଦର୍ଶନ ହେବ। ସମଗ୍ର ବିଶ୍ୱରୁ ଆସିବାକୁ ଭାରତୀୟ ମାନେ ଯେପରି ସୁଖଦ ଅନୁଭବ ସହ ଉତ୍ତମ ଆତିଥ୍ୟ ନେଇ ଫେରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି ।

ଇଟିଭି ଭାରତ, ପୁରୀ

Last Updated : Jan 6, 2025, 9:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.