ହାଇଦ୍ରାବାଦ:ଦିନକୁ ଦିନ ବଢୁଥିବା ଜନସଂଖ୍ୟା କିଛି ଉପାୟରେ ଲାଭଦାୟକ ହୋଇଥିବା ବେଳେ କିଛି ଉପାୟରେ କ୍ଷତିକାରକ ମଧ୍ୟ । ଜନଗଣନାର ଏକ ବ୍ୟାପକ ଉଦ୍ଦେଶ୍ୟ ଅଛି । ଏହା ଅଧୀନରେ, କୌଣସି ଦେଶର ଭୌଗୋଳିକ ସୀମା ମଧ୍ୟରେ ଜନସଂଖ୍ୟା ବିଷୟରେ ଗଭୀର ସୂଚନା ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ସଂଗୃହିତ ହୁଏ । ସୂଚନା / ତଥ୍ୟକୁ ବିସ୍ତୃତ ଭାବରେ ଅଧ୍ୟୟନ କରିବା ପରେ, ଏହାର ଆଧାରରେ ନୀତି ପ୍ରସ୍ତୁତ ହୁଏ । ଲୋକଙ୍କୁ ଏହି ବିପଦ ଏବଂ ଉପକାରିତା ବିଷୟରେ ଅବଗତ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ୧୧ ଜୁଲାଇରେ ସାରା ଦୁନିଆରେ ବିଶ୍ୱ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ । ଏହି ଦିନ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବାର୍ତ୍ତା ମାଧ୍ୟମରେ ବଢୁଥିବା ଜନସଂଖ୍ୟା ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରାଯାଏ । ଭାରତ ସମେତ ସମଗ୍ର ବିଶ୍ୱରେ ପ୍ରତି ୧୦ ବର୍ଷରେ ସରକାରଙ୍କ ଦ୍ୱାରା ଜନଗଣନା କରାଯାଇଥାଏ । ତେବେ ଚଳିତ ଦିବସ କେଉଁ ଥିମରେ ପାଳନ କରାଯାଉଛି ଏବଂ ଭାରତରେ ବର୍ତ୍ତମାନ ଜନସଂଖ୍ୟା ସ୍ଥିତି ବିଷୟରେ ଜାଣନ୍ତୁ,
ବିଶ୍ୱର ଜନସଂଖ୍ୟା:ବିଂଶ ଶତାବ୍ଦୀର ମଧ୍ୟଭାଗରୁ ବିଶ୍ୱର ଜନସଂଖ୍ୟା ତିନିଗୁଣରୁ ଅଧିକ ହୋଇଛି । ମିଳିତ ଜାତିସଂଘ ଅନୁଯାୟୀ, ନଭେମ୍ବର ୨୦୨୨ ମଧ୍ୟଭାଗରେ ପୃଥିବୀରେ ଆଠ ବିଲିୟନ ଲୋକ ରହିବେ, ଯାହା ୧୯୫୦ ମସିହାରେ ୨.୫ ବିଲିୟନରୁ ଅଧିକ ଥିଲା । ୨୦୧୦ ଠାରୁ ଏହି ସଂଖ୍ୟା ଏକ ବିଲିୟନ ଏବଂ ୧୯୯୮ ଠାରୁ ଦୁଇ ବିଲିୟନ ବୃଦ୍ଧି ପାଇଛି । ଆଗାମୀ ୩୦ ବର୍ଷରେ, ପୃଥିବୀରେ ଦୁଇ ବିଲିଅନ୍ ଜନସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଉଛି । ୨୦୮୦ ଦଶକ ମଧ୍ୟ ଭାଗରେ ଜନସଂଖ୍ୟା ୧୦.୪ ବିଲିୟନରେ ପହଞ୍ଚିବ ଏବଂ ୨୦୫୦ରେ ୯.୭ ବିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଚାଇନା ଏବଂ ଭାରତ ହେଉଛି ବିଶ୍ୱର ଦୁଇ ଜନସଂଖ୍ୟା ବିଶିଷ୍ଟ ଦେଶ, ଯାହାର ଜନସଂଖ୍ୟା ଯଥାକ୍ରମେ ଏକ ବିଲିୟନରୁ ଅଧିକ ଏବଂ ବିଶ୍ୱର ଜନସଂଖ୍ୟାର ପ୍ରାୟ 18 ପ୍ରତିଶତ ।
ଭାରତରେ ଜନସଂଖ୍ୟା:1.3 ବିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତ ହେଉଛି ବିଶ୍ୱର ସବୁଠାରୁ ଜନବହୁଳ ଦେଶ । ଚାଇନାକୁ ପଛରେ ପକାଇ ଭାରତ ଦୁନିଆର ସବୁଠାରୁ ଜନବହୁଳ ଦେଶରେ ପରିଣତ ହୋଇଛି । କିନ୍ତୁ ଯେଉଁ ଗତି ସହିତ ଦେଶର ଜନସଂଖ୍ୟା ବୃଦ୍ଧି ପାଉଛି, ସେଥିପାଇଁ ଭାରତ ଏକ ଜନସଂଖ୍ୟା ଜନିତ ସମସ୍ୟାର ସମ୍ମୁଖୀନ ହେଉଛି । ଜନସଂଖ୍ୟା ଆକଳନରୁ ଜଣାପଡିଛି ଯେ ୨୦୩୦ ସୁଦ୍ଧା ଭାରତର ଜନସଂଖ୍ୟା ୧.୫ ବିଲିୟନ ଏବଂ ୨୦୫୦ ସୁଦ୍ଧା ଦୁଇ ବିଲିୟନରୁ ଅଧିକ ହୋଇପାରେ ।
ଜନସଂଖ୍ୟା ବୃଦ୍ଧିର ପ୍ରଭାବ:ଜନସଂଖ୍ୟା ବୃଦ୍ଧି ଦ୍ୱାରା ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ । ଯାହା ଦେଶର ଅର୍ଥନୀତି ସହ ଅନେକ ଜିନିଷ ଉପରେ ପ୍ରଭାବିତ କରିପାରେ । ଜନସଂଖ୍ୟା ବୃଦ୍ଧି ଦ୍ୱାରା ଦେଶର ସମ୍ବଳ ଉପରେ ଅଧିକ ଚାହିଦା ତଥା ସାମାଜିକ ଅସ୍ଥିରତା, ଦାରିଦ୍ର ତଥା ପରିବେଶର ଅବନତି ଖରାପ ହୋଇପାରେ । ଯଦିଓ ସରକାର ଏହି ସମସ୍ୟାର ସମାଧାନ ପାଇଁ କିଛି ପଦକ୍ଷେପ ନେଇଛନ୍ତି, ଏଥିରୁ ସ୍ପଷ୍ଟ ହୋଇଛି ଯେ ଅଧିକ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ।
୧୦ଟି ଜନବହୁଳ ଦେଶ:
ବିଶ୍ୱରେ ୧୦ଟି ଦେଶ ଜନବହୁଳ ଦେଶ ଭାବେ ବିବେଚନା କରାଯାଏ । ସେଗୁଡିକ ହେଲା ଭାରତ, ଚୀନ, ଆମେରିକା, ଇଣ୍ଡୋନେସିଆ, ପାକିସ୍ତାନ, ନାଇଜେରିଆ, ବ୍ରାଜିଲ, ବାଲାଂଦେଶ, ଋଷିଆ, ଇଥିଓପିଆ ଇତ୍ୟାଦି । ସେହିପରି ବିଶ୍ୱର ସବୁଠାରୁ କମ ଜନସଂଖ୍ୟା ବିଶିଷ୍ଟ ଦେଶ ହେଉଛି ଭାଟିକାନ ସିଟି । ଯାହାର ଜନସଂଖ୍ୟା ମାତ୍ର ୮୦୦ । ତେବେ ୧୦ ଜନବହୁଳ ଦେଶ ଗୁଡିକରେ କେଉଁଠି କେତେ ଜନସଂଖ୍ୟା ଜାଣନ୍ତୁ,
ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରିବାର ଉଦ୍ଦେଶ୍ୟ