ଲକ୍ଷ୍ମୌ:ଉତ୍ତରପ୍ରଦେଶ ରାଜ୍ୟ ଫତେହପୁର ଜିଲ୍ଲାର କୋତବାଲି ଅଞ୍ଚଳର ଏକ ଦମ୍ପତିଙ୍କ ମଧ୍ୟରେ କଳହର ଏକ ଭିନ୍ନ କାରଣ ସାମ୍ନାକୁ ଆସିଛି । ସ୍ୱାମୀ ଜଣଙ୍କ ସମଲିଙ୍ଗୀ ହୋଇଥିବା ବେଳେ ତାଙ୍କୁ ଜବରଦସ୍ତ ଘର ଲୋକେ ବିବାହ କରିଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଅନ୍ୟପଟେ ମହିଳା ଜଣକ ଏନେଇ ନିଜ ଶ୍ୱଶୂର ଘର ଲୋକଙ୍କୁ ପଚାରିବାକୁ ତାଙ୍କୁ ଗାଳିଗୁଳଜ କରିବା ସହ ମାରପିଟ କରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଫତେହପୁର ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଫତେହପୁର ଜିଲ୍ଲା କୋତବାଲି ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ବିବାହ 2021 ମସିହା ମେ 29ରେ ହୋଇଥିଲା । ବିବାହ ପରେ ସ୍ୱାମୀ ତାଙ୍କ ସହ କଥାବାର୍ତ୍ତା ଓ ମିଳାମିଶା କରୁନଥିଲେ । ଏପରିକି ତାଙ୍କ ଶ୍ୱଶୂର ଘର ଲୋକେ ମଧ୍ୟ ତାଙ୍କ ସହ କଥା ହେଉନଥିଲେ । ଏଭଳି କିଛି ଦିନ ବିତିଗଲା ପରେ ଏନେଇ ବାପ ଘରେ ଜଣାଇଥିଲେ ମହିଳା ଜଣକ । ବାପ ଘର ଲୋକେ ଏହାପରେ ଶ୍ୱଶୂର ଘର ସହିତ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଖୁବଶୀଘ୍ର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁକିଛି ଠିକ ହୋଇଯିବ ବୋଲି ଆଶ୍ୱାସନା ଦେଇଥିଲେ ମହିଳାଙ୍କ ଶ୍ୱଶୂର ଘର ଲୋକେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଉପରେ ଆହୁରି ନିର୍ଯାତନା ବଢି ଯାଇଥିଲା ।
ଏହାମଧ୍ୟ ପଢନ୍ତୁ..ସ୍ତ୍ରୀକୁ ଛାଡପତ୍ର ଦେଇ ବନ୍ଧୁକୁ ବରମାଳା ପିନ୍ଧାଇଲା ଯୁବକ, ପରିବାର ବି ରାଜି