ଓଡିଶା

odisha

ETV Bharat / bharat

ମମତା କରିବେ ରଥଯାତ୍ରା: ଆସନ୍ତା ବର୍ଷଠୁ ଦିଘାରେ ଗଡିବ କାଳିଆ ରଥ, ନିର୍ମାଣ ଚାଲିଛି ଶ୍ରୀମନ୍ଦିର ସଦୃଶ୍ୟ ଭବ୍ୟ ମନ୍ଦିର - rath yatra festival at Digha

Bengal to observe Rath yatra festival: ଆସନ୍ତା ବର୍ଷଠୁ ଦିଘାରେ ପାଳନ ହେବ ରଥଯାତ୍ରା । ନିର୍ମାଣ ଚାଲିଛି ବଡଦେଉଳର ପ୍ରତିକୃତି ମନ୍ଦିର । ଭିଡିଓ ସେୟାର କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 6, 2024, 2:24 PM IST

ଆସନ୍ତା ବର୍ଷଠୁ ଦିଘାରେ ରଥଯାତ୍ରା, ନିର୍ମାଣ ଚାଲିଛି ଭବ୍ୟ ଜଗନ୍ନାଥ ମନ୍ଦିର
ଆସନ୍ତା ବର୍ଷଠୁ ଦିଘାରେ ରଥଯାତ୍ରା, ନିର୍ମାଣ ଚାଲିଛି ଭବ୍ୟ ଜଗନ୍ନାଥ ମନ୍ଦିର (ETV Bharat Odisha)

ନୂଆଦିଲ୍ଲୀ:ଆସନ୍ତା ବର୍ଷଠାରୁ ପଶ୍ଚିମବଙ୍ଗ ଦିଘାରେ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା । ଦିଘାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ଜାରି ରହିଥିବା ବେଳେ ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । କିଛି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନି । ଆସନ୍ତାବର୍ଷ ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରି ରଥଯାତ୍ରା ପାଳନ କରାଯିବା ନେଇ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି । ଶ୍ରୀ ଜଗନ୍ନାଥ ସସ୍କୃତିର ମୂଳପୀଠ ଶ୍ରୀକ୍ଷେତ୍ର ପୁରୀ ପରି ଅବିକଳ ଢାଞ୍ଚାର ଭବ୍ୟ ମନ୍ଦିରର ଭିଡିଓ ମଧ୍ୟ ସେୟାର କରିଛନ୍ତି ମମତା ।

ମମତା ଟ୍ବିଟ କରି ଲେଖିଛନ୍ତି, ‘‘ଏହା ଘୋଷଣା କରିବା ଖୁସିର ବିଷୟ ଯେ ପୁରୀ ପରି ପଶ୍ଚିମବଙ୍ଗରେ ମଧ୍ୟ ଆମେ ଦିଘାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏକ ଗୌରବମୟ ମନ୍ଦିର ନିର୍ମାଣ କରୁଛୁ । ଏଠାରେ ଶ୍ରୀଜଗନ୍ନାଥଙ୍କ ସହ ଭଗବାନ ବଳଭଦ୍ର ଏବଂ ସୁଭଦ୍ରା ମଧ୍ୟ ପୂଜା ପାଇବେ । ରଥଯାତ୍ରା ମଧ୍ୟ ଆୟୋଜିତ ହେବ । ଆସନ୍ତା ବର୍ଷଠାରୁ ରଥଯାତ୍ରା ଆୟୋଜନ କରାଯିବ । ବର୍ତ୍ତମାନ କିଛି କାର୍ଯ୍ୟ ଏବଂ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଛି । ଆସନ୍ତାବର୍ଷ କାର୍ଯ୍ୟ ଶେଷ କରି ପ୍ରଭୁଙ୍କର ରଥଯାତ୍ରା ବାହାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସମସ୍ତଙ୍କୁ ସେଠାକୁ ନିମନ୍ତ୍ରଣ କରାଯିବ । ଭଗବାନ ଶ୍ରୀ ଜଗନ୍ନାଥଙ୍କ ଦିଘାରେ ଅବସ୍ଥାନ, ସମଗ୍ର ଭାରତ ପାଇଁ ଏକତାର ଏକ ନୂଆ ସ୍ଥାନ ଭାବେ ଉଭା ହେବାକୁ ଯାଉଛି । ଜୟ ଜଗନ୍ନାଥ !’’

ଆସନ୍ତା ବର୍ଷଠୁ ଦିଘାରେ ରଥଯାତ୍ରା, ନିର୍ମାଣ ଚାଲିଛି ଭବ୍ୟ ଜଗନ୍ନାଥ ମନ୍ଦିର (ETV Bharat Odisha)

ବଡଦେଉଳର ଅବିକଳ ପ୍ରତିକୃତି:-

ଉତ୍ତର-ଓଡିଶା ସୀମାନ୍ତ ପଶ୍ଚିମବଙ୍ଗର ଉପକୂଳ ସହର ଦିଘାରେ ନିର୍ମାଣ କରାଯାଉଥିବା ଏହି ଭବ୍ୟ ମନ୍ଦିର ସମ୍ପୂର୍ଣ୍ଣ ପୁରୀ ଶ୍ରୀମନ୍ଦିରର ଏକ ଅବିକଳ ପ୍ରତିକୃତି । ଏହି ମନ୍ଦିରକୁ ପଶ୍ଚିମବଙ୍ଗ ଗୃହ ଓ ନଗର ଉନ୍ନୟନ ନିଗମ ନିର୍ମାଣ କରୁଛି । ତେବେ ଏଥିରେ ମଧ୍ୟ ଶ୍ରୀମନ୍ଦିର ପରି ମୁଖ୍ୟ ମନ୍ଦିର, ଭୋଗ ମଣ୍ଡପ, ଜଗମୋହନ ଓ ନାଟ ମଣ୍ଡପ ପ୍ରମୁଖ ରହିଛି । ଏହା ସହ ପୁରା କମ୍ପ୍ଲେକ୍ସରେ ଶ୍ରୀମନ୍ଦିର ପରି ମୁଖ୍ୟ ଦ୍ବାର ବା ସିଂହଦ୍ବାର ଓ ଅନ୍ୟ ତିନି ଦ୍ବାର ମଧ୍ୟ ରହିବ । ଗର୍ଭଗୃହର ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଇବେ । ମନ୍ଦିର ପରିସରରେ ଅନ୍ୟ ପାର୍ଶ୍ବଦେବାଦେବୀ ମଧ୍ୟ ପୂଜା ପାଇବେ । ଶ୍ରୀଜଗନ୍ନାଥଙ୍କ ସମସ୍ତ ପାରମ୍ପରିକ ନୀତିକାନ୍ତି ଓ ପର୍ବପର୍ବାଣୀ ମଧ୍ୟ ପାଳନ ହେବା ପାଇଁ ସମସ୍ତ ଆବଶ୍ୟକ ବ୍ୟବସ୍ଥା ରହିଛି । ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ପର୍ବ ରଥଯାତ୍ରା କରିବା ପାଇଁ ବଡଦାଣ୍ଡ ମଧ୍ୟ ରହିବ । ଏହି ଭବ୍ୟ ମନ୍ଦିର ନିର୍ମାଣ ଜାରି ରହିଛି । ଏହା ଆସନ୍ତାବର୍ଷ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଆସନ୍ତା ବର୍ଷଠୁ ଦିଘାରେ ରଥଯାତ୍ରା, ନିର୍ମାଣ ଚାଲିଛି ଭବ୍ୟ ଜଗନ୍ନାଥ ମନ୍ଦିର (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- NEET UG 2024 : ସ୍ଥଗିତ ରହିଲା କାଉନସିଲିଂ, ଆଜିଠୁ ହୋଇଥାନ୍ତା ଆରମ୍ଭ - NEET UG 2024 counselling postponed

ଆସନ୍ତା ବର୍ଷଠୁ ଦିଘାରେ ରଥଯାତ୍ରା, ନିର୍ମାଣ ଚାଲିଛି ଭବ୍ୟ ଜଗନ୍ନାଥ ମନ୍ଦିର (ETV Bharat Odisha)

ପୁରୀରେ ହେଉଥିବା ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷାଧିକ ବଙ୍ଗୀୟ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳେ । ଜଗନ୍ନାଥ ସଂସ୍କୃତି ସହ ପଡୋଶୀ ପଶ୍ଚିମବଙ୍ଗର ସମ୍ପର୍କ ରହିଛି । ଲକ୍ଷାଧିକ ସଂଖ୍ୟାରେ ବଙ୍ଗୀୟ ତୀର୍ଥଯାତ୍ରୀ ବର୍ଷବ୍ୟାପୀ ଶ୍ରୀକ୍ଷେତ୍ର ପୁରୀ ଆସିଥାନ୍ତି । ଏପରିକି କୋଲକାତା ସମେତ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ରଥଯାତ୍ରା ଆୟୋଜନ ହୁଏ । ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରଥଯାତ୍ରାରେ ଅଂଶଗ୍ରହଣ କରନ୍ତି ।

ଆସନ୍ତା ବର୍ଷଠୁ ଦିଘାରେ ରଥଯାତ୍ରା, ନିର୍ମାଣ ଚାଲିଛି ଶ୍ରୀମନ୍ଦିର ସଦୃଶ୍ୟ ଭବ୍ୟ ଜଗନ୍ନାଥ ମନ୍ଦିର (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details