ଡେରାଡୁନ:ଉତ୍ତରାଖଣ୍ଡରଅଜବ ଚୋର ! ଚୋରି କରିବା ପରେ ନିଜ ଅପରାଧକୁ ସ୍ୱୀକାର କରିବା ସହ ଆଲମାରୀ ଲେଖିଲା 'ଚୋରି ତ କଲି ହେଲେ ସୁନା ମିଳିଲାନି, କ୍ଷମା କରିଦେବେ ।' ତେବେ ଉତ୍ତରଖଣ୍ଡ ରାଜ୍ୟର ମୁଖାନି ଥାନା ଅଞ୍ଚଳରେ ଘଟିଥିବା ଏହି ଗଜବ ଚୋରି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଘରୁ ନଗଦ 60ହଜାର ଟଙ୍କା ଓ କିଛି ରୂପା ଗହଣା ଚୋରି ହୋଇଥିବା ଜଣାପଡିଛି । ଅନ୍ୟପଟେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁୟାୟୀ, ଗୁରୁବାର ରାତିରେ ଉତ୍ତରାଖଣ୍ଡ ରାଜ୍ୟର ମୁଖାନି ଥାନା ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଚୋରି ଘଟଣା ସାମ୍ନାକୁ ଆସିଛି । ଘରେ କେହି ନଥିବା ବେଳେ ଏହି ଚୋରି ହୋଇଥିବା ବେଳେ ସକାଳ ସମୟରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । ଘରେ ପଡିଥିବା ତାଲା ଭଙ୍ଗା ଯାଇଥିବା ବେଳେ ଘର ମଧ୍ୟରେ ସମସ୍ତ ଜିନିଷ ପତ୍ର ଏଣେତେଣେ ପଡିଥିଲା । ଆଲମାରୀ ମଧ୍ୟ ଖୋଲା ପଡିଥିଲା । ଏନେଇ ଘରର ମାଲିକ ପୋଲିସକୁ ଖବର ଦେଇଥିଲେ । ତେବେ ଏହି ଚୋରି ଘଟଣାରେ ଅଜବ କଥା ଦେଖିବାକୁ ମିଳିଥିଲା । ଚୋରି କରିବା ପରେ ଆଲମାରୀ ଓ ଡ୍ରେସିଙ୍ଗ ଟେବୁଲରେ ସ୍କେଚ ପେନରେ ଚୋର ନିଜ ଅପରାଧକୁ ସ୍ୱୀକାର କରିଥିବା ନେଇ ଲେଖିଥିବା ଦେଖିବାକୁ ମିଳିଥିଲା । ଚୋରଟି ବିଭିନ୍ନ ସ୍ଥାନରେ 'ଚୋରି ତ କଲି ହେଲେ ସୁନା ମିଳିଲାନି, କ୍ଷମା କରିଦେବେ' ଲେଖିଥିବା ଦେଖିବାକୁ ମିଳିଛି ।
ଏହାମଧ୍ୟ ପଢନ୍ତୁ.. ଫିଲ୍ମ ଷ୍ଟାଇଲରେ ଆକ୍ରମଣ କରି ସୁନା ଗହଣା ଲୁଟିଲେ ଦୁବୃର୍ତ୍ତ - ROBBERY IN PIPILI