ଓଡିଶା

odisha

ETV Bharat / bharat

ଷଷ୍ଠ ଶ୍ରେଣୀ ଛାତ୍ରକୁ ଅପହରଣ ପରେ ହତ୍ୟା, ୮ ଅପହରଣକାରୀଙ୍କୁ ଏନକାଉଣ୍ଟର କଲା ୟୁପି ପୋଲିସ - police encounter - POLICE ENCOUNTER

Encounter in UP: ଦିଲ୍ଲୀରୁ ମିଳିଲା ଉତ୍ତରପ୍ରଦେଶର ଅପହୃତ ଛାତ୍ରଙ୍କ ମୃତଦେହ । ଘଟଣାରେ ୮ ଜଣ ଅପହରଣକାରୀଙ୍କୁ ଏନକାଉଣ୍ଟର କଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Mar 27, 2024, 12:16 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଔରୈୟାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ହତ୍ୟା ମାମଲା ସାମ୍ନାକୁ ଆସିଛି । ଘର ବାହାରୁ ପିଲାଟିକୁ ଅପହରଣ କରାଯାଇଥିବା ବେଳେ ଦିଲ୍ଲୀରୁ ତା'ର ମୃତଦେହ ମିଳିଥିଲା । ଏହି ଘଟଣାରେ ପୋଲିସ ୮ ଜଣ ଅପହରଣକାରୀଙ୍କୁ ଏନକାଉଣ୍ଟର କରି ଗିରଫ କରିଛି । ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ଫାୟାରିଂ କରିଥିଲେ । ପୋଲିସର ପାଲଟା ଗୁଳିମାଡରେ ୮ ଜଣ ଯାକ ଆହତ ହୋଇଥିଲେ । ସମସ୍ତଙ୍କର ଗୋଡରେ ଗୁଳି ବାଜିଛି ।

ଗତ ଶନିବାର ଦିନ ଛାତ୍ରଙ୍କୁ ଅପହରଣ କରାଯାଇଥିଲା । ଔରୈୟା ଜିଲ୍ଲା ଏରୱା କତ୍ରା ଅଞ୍ଚଳର ସୁନା ବ୍ୟବସାୟୀ ମହମ୍ମଦ ଶକିଲଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ୧୨ ବର୍ଷୀୟ ପୁଅ ଶୁଭନ କ୍ରିକେଟ ଖେଳିବାକୁ ଯାଇ ଆଉ ଘରୁ ଫେରିନଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଅର କିଛି ଖୋଜଖବର ନମିଳିବାରୁ ପରିବାର ଲୋକେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ପୋଲିସ ଘଟଣାକୁ ଗୁରୁତ୍ବର ସହ ନେଇ ସଙ୍ଗେ ସଙ୍ଗେ ପିଲାଟିକୁ ଖୋଜିବାକୁ ଛାନଭିନ୍ ଆରମ୍ଭ କରିଦେଇଥିଲା । ପୋଲିସର ୮ଟି ଟିମ୍ ବିଭିନ୍ନ ସ୍ଥାନକୁ ଯାଇ ତନାଘନା କରିଥିଲେ ।

ଏହାରି ମଧ୍ୟରେ ଗୋଟିଏ ଟିମ୍ ଦିଲ୍ଲୀର ପଶ୍ଚିମ ବିହାର ସ୍ଥିତ ସାଇ ମନ୍ଦିର ପାଖରେ ଏକ କାରର ତଲାସି ନେଇଥିଲା । ଯାଞ୍ଚ ବେଳେ ଗାଡି ଭିତରେ ଏକ ସୁଟକେଶର ନାବାଳକର ମୃତଦେହ ପଶିଥିବା ଦେଖିବାକୁ ମିଳିଥିଲା । ଔରେୟା ପୋଲିସ ଦିଲ୍ଲୀ ପୋଲିସର ସହାୟତାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତଦନ୍ତ ପରେ ଏହି ଅପହରଣ ଓ ହତ୍ୟା ପଛରେ ମୃତ ନାବାଳକର ପଡୋଶୀ ରିୟାଜ ସିଦ୍ଦିକର ହାତ ଥିବା ଜଣାପଡିଥିଲା । ସେ ସ୍ଥାନୀୟ ଏକ ଜଙ୍ଗଲରେ ଲୁଚିଥିବା ବେଳେ ଖବର ପାଇ ପୋଲିସ ତାକୁ ଧରିବାକୁ ପହଞ୍ଚିଥିଲା । ହେଲେ ସେଠାରେ ମୁଖ୍ୟ ଅଭିଯୁକ୍ତ ସହ ଲୁଚି ରହିଥିବା ଅନ୍ୟ ଅଭିଯୁକ୍ତମାନେ ପୋଲିସ ଦେଖି ଗୁଳି ଚଳାଇଥିଲେ । ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିମାଡ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଖର୍ଚ୍ଚ ପାଇଁ ଟଙ୍କା ନଦେବାରୁ ସୁପାରି ଦେଇ ବାପାକୁ ହତ୍ୟା କଲା ପୁଅ - Teen Killed Father

ଏହି ଗୁଳି ବିନିମୟରେ ୮ ଜଣ ଅଭିଯୁକ୍ତଙ୍କ ଗୋଡରେ ଗୁଳି ବାଜିଥିଲା । ସମସ୍ତଙ୍କୁ ଆହତ ଅବସ୍ଥାରେ ପୋଲିସ ଗିରଫ କରିବା ସହ ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ସମସ୍ତଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ପଚରାଉଚରା ବେଳେ ସେମାନେ ନିଜର ଅପରାଧ ସ୍ବୀକାର କରିଛନ୍ତି । ଟଙ୍କା ଲୋଭରେ ଅଭିଯୁକ୍ତମାନେ ଶୁଭନଙ୍କୁ ଅପହରଣ କରିଥିଲେ । ପିଲାଟିକୁ ଗୋଟିଏ ଟ୍ରଲି ବ୍ୟାଗରେ ପୁରାଇ ଥିବାବେଳେ ଶ୍ବାସରୁଦ୍ଧ ହୋଇ ତା'ର ମୃତ୍ୟୁ ହୋଇଥିଲା । ଏନେଇ ଔରୈୟା ସର୍କଲ ଅଫିସର ଅଶୋକ ସିଂହ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details