ଓଡିଶା

odisha

ETV Bharat / bharat

ରାସ୍ତାରେ ଚାଲି ଚାଲି ଯାଉଥିଲେ, ପଛପଟୁ ମାଡ଼ିଗଲା କାର: 2 ମୃତ, ଜଣେ ଗୁରୁତର

Gorakhpur Hit and Run: ରାସ୍ତାରେ ଚାଲିଚାଲି ଯାଉଥିଲେ 3 ଜଣ, ପଛପଟୁ ଧକ୍କା ଦେଲା କାର୍ । 20ରୁ 30 ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା । ହିଟ୍ ଆଣ୍ଡ ରନ୍ ମାମଲାରେ 2 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

Gorakhpur Accident
Gorakhpur Accident

By ETV Bharat Odisha Team

Published : Mar 11, 2024, 12:00 PM IST

Updated : Mar 11, 2024, 12:35 PM IST

Gorakhpur Hit and Run

ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଲା ଛାତିଥରା ହିଟ୍ ଆଣ୍ଡ ରନ୍ ମାମଲା । ରାସ୍ତାରେ ଯାଉଥିବା 3ଜଣ ଯୁବକଙ୍କୁ ଘୋଷାଡ଼ି ନେଲା କାର୍ । ଏହି ଦୁର୍ଘଟଣାରେ 2ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ BRD ମେଡିକାଲରେ ଭର୍ତ୍ତି କରାଯାଇଛି । ଗୋରଖନାଥ ପୋଲିସ ଥାନା ଅଞ୍ଚଳରେ ଘଟିଛି ଏହି ହିଟ୍ ଆଣ୍ଡ ରନ୍ ମାମଲା । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣା ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫୁଟେଜକୁ ଆଧାର କରି ଗୋରଖନାଥ ପୋଲିସ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ କାର୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ସୂଚନା ଅନୁସାରେ, ଗୋରଖନାଥ ପୋଲିସ ଥାନା ଅଞ୍ଚଳର ଜାହିଦାବାଦ କୋଲନୀର ବାସିନ୍ଦା ମୋଇନ, ଅକିଲ ଅହମ୍ମଦ ଏବଂ ତାହିର ରବିବାର ରାତି ପ୍ରାୟ 10ଟା ସମୟରେ ରାତ୍ରୀ ଭୋଜନ ପରେ ରାସ୍ତାରେ ବୁଲୁଥିଲେ । ଏହି ସମୟରେ ଦ୍ରୁତଗାମୀ ଏକ କାର୍ ଆସି 3ଜଣଙ୍କୁ ଧକ୍କା ଦେଇଥିଲା । କାର୍‌ର ବେଗ ଅଧିକ ରହିଥିବା କାରଣରୁ ମୋଇନ ଏବଂ ଅକିଲ 20ରୁ 30 ଫୁଟ ଦୂରରେ ଯାଇ ପଡିଥିଲେ । ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ଏସପି କୃଷ୍ଣ କୁମାର ବିଷ୍ଣୋଇ କହିଛନ୍ତି, " ଦୁର୍ଘଟଣା ନେଇ ସ୍ଥାନୀୟ ଅଞ୍ଚଳରୁ ସିସିଟିଭି ଫୁଟେଜ ମିଳିଛି । କାର୍ ଡ୍ରାଇଭର ଦୁର୍ଘଟଣା ପରେ ଫେରାର ହୋଇଯାଇଛନ୍ତି । ତେବେ ଡ୍ରାଇଭରର ଫଟୋ ମଧ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ଏହାକୁ ଆଧାର କରି କାର୍ ଡ୍ରାଇଭର ନିକଟରେ ପହଞ୍ଚିବା ପାଇଁ ଚେଷ୍ଟା କରାଯାଉଛି । ଆହତଙ୍କୁ ଉଦ୍ଧାର କରି ବିଆରଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ମଧ୍ୟ ସଙ୍କଟାପର୍ଣ୍ଣ ରହିଛି । "

ଏହା ମଧ୍ୟ ପଢନ୍ତୁ:Kanjhawala Case: ଅଞ୍ଜଳୀକୁ ୧୨ କିଲୋମିଟର ଘୋଷାଡି ନେଇଥିବା କାର ମାଲିକ ଗିରଫ

ରାମଗଡ଼ ତାଲ ପୋଲିସ ଷ୍ଟେସନ ଅଞ୍ଚଳରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ନୌକାୟନ ଚମ୍ପା ଦେବୀ ପାର୍କ ନିକଟରେ ଏକ ସ୍କୁଟର ଏବଂ ବାଇକକୁ ଧକ୍କା ଦେଇଥିଲା କାର୍ । ତେବେ ଦୁର୍ଘଟଣାରେ ବାଇକ ଏବଂ କାର୍ ଆରୋହୀ ଦୁର୍ଘଟଣା ଗସ୍ତ ହୋଇଥିବା ବେଳେ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 11, 2024, 12:35 PM IST

ABOUT THE AUTHOR

...view details