ETV Bharat / bharat

ପୁଣି ଅଶାନ୍ତ ମଣିପୁର: 6 ଅପହୃତଙ୍କ ହତ୍ୟା ପରେ ତେଜିଲା ହିଂସା, ମନ୍ତ୍ରୀ-ବିଧାୟକଙ୍କ ବାସଭବନରେ ଆକ୍ରମଣ - MANIPUR VIOLENCE INCIDENT

ରିଲିଫ କ୍ୟାମ୍ପରୁ ଅପହରଣ କରି ଗୋଟିଏ ପରିବାରର 6 ମହିଳା ଓ ଶିଶୁଙ୍କୁ ହତ୍ୟା । ବିଭିନ୍ନ ସ୍ଥାନରେ ଜଳାପୋଡା ଓ ମନ୍ତ୍ରୀଙ୍କ ବାସଭବନରେ ଆକ୍ରମଣ । କର୍ଫ୍ୟୁ ସହ ଇଣ୍ଟରନେଟ ବନ୍ଦ ।

ପୁଣି ଅଶାନ୍ତ ମଣିପୁର: 6 ଅପହୃତଙ୍କ ହତ୍ୟା ପରେ ତେଜିଲା ହିଂସା, ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଥରମାଡ
ପୁଣି ଅଶାନ୍ତ ମଣିପୁର: 6 ଅପହୃତଙ୍କ ହତ୍ୟା ପରେ ତେଜିଲା ହିଂସା, ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଥରମାଡ (ETV Bharat odisha)
author img

By ETV Bharat Odisha Team

Published : Nov 17, 2024, 8:00 AM IST

ଇମ୍ଫାଲ/ଗୌହାଟୀ/କୋଲକାତା: ମଣିପୁରରେ ପୁଣିଥରେ ବ୍ୟାପକ ହିଂସା ଦେଖାଦେଇଛି । ନିଖୋଜ ଥିବା 6 ଅପହୃତଙ୍କ ମୃତଦେହ ସ୍ଥାନୀୟ ଏକ ନଦୀରୁ ମିଳିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । 3 ଜଣ ମନ୍ତ୍ରୀ ଓ ଏକାଧିକ ବିଧାୟକଙ୍କ ବାସଭବନରେ ଉତ୍ୟକ୍ତ ଲୋକେ ଆକ୍ରମଣ ଉଦ୍ୟମ କରିଛନ୍ତି । ଜଳପୋଡା ସହ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ବଳ ପ୍ରୟୋଗ କରି ସ୍ଥିତି ନିୟନ୍ତ୍ରଣ କରିଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ଫାଲ-ପୂର୍ବ ଓ ପଶ୍ଚିମ ସମେତ ସମେତ 3 ଜିଲ୍ଲାରେ କର୍ଫ୍ୟୁ ସହ 7 ଟି ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ବନ୍ଦ କରିବାକୁ ପଡିଛି ।

  • ଗୋଟିଏ ପରିବାରର 6 ଜଣଙ୍କୁ ହତ୍ୟା:-

ଏହି 6 ଜଣ ଅପୃହତ ଜିରିବାମ ଜିଲ୍ଲାର ଦଙ୍ଗା ପ୍ରଭାବିତ ଗୋଟିଏ ପରିବାରର ସଦସ୍ୟ । ସେମାନେ ଏକ ରିଲିଫ୍‌ କ୍ୟାମ୍ପରେ ଥଇଥାନ ହୋଇଥିଲେ । 11 ତାରିଖ (ସୋମବାର) ସୁରକ୍ଷା କର୍ମୀଙ୍କ ଗୁଳିରେ 10 କୁକି ଉଗ୍ରବାଦୀ ନିପାତ ହୋଇଥିଲେ । ଏହାର ପ୍ରତିବାଦରେ ଉଗ୍ରବାଦୀମାନେ ରିଲିଫ କ୍ୟାମ୍ପରେ ଆକ୍ରମଣ କରି 3 ଜଣଙ୍କୁ ଗୁଳି କରି ହତ୍ୟା କରିବା ସହ ଏହି 6 ଜଣଙ୍କୁ ଅପହରଣ କରିନେଇଥିଲେ । ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ସର୍ଚ୍ଚ ଅପରେସନ କରି ସୁଦ୍ଧା ଏମାନଙ୍କୁ ଉଦ୍ଧାର କରିପାରିନଥିଲେ ।

ପୁଣି ଅଶାନ୍ତ ମଣିପୁର: 6 ଅପହୃତଙ୍କ ହତ୍ୟା ପରେ ତେଜିଲା ହିଂସା, ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଥରମାଡ
ପୁଣି ଅଶାନ୍ତ ମଣିପୁର: 6 ଅପହୃତଙ୍କ ହତ୍ୟା ପରେ ତେଜିଲା ହିଂସା, ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଥରମାଡ (ETV Bharat odisha)
  • ନଦୀରୁ ମିଳିଲା ଅପହୃତଙ୍କ କ୍ଷତାକ୍ତ ମୃତଦେହ :-

ଶୁକ୍ରବାର ଓ ଶନିବାର ରାତିରେ ଏମାନଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ଏମାନଙ୍କ ମଧ୍ୟରୁ ଜଣେ 2 ମହିଳା ଓ ଜଣେ ଶିଶୁର ମୃତଦେହ ଶୁକ୍ରବାର ରାତିରେ ଉଦ୍ଧାର ହୋଇଥିଲା । ଅନ୍ୟ 2 ମହିଳା ଓ ଜଣେ ଶିଶୁର ମୃତଦେହ ଗତକାଲି (ଶନିବାର) ରାତିରେ ଜିରିବାମ ଜିଲ୍ଲାର ବାରାକ ନଦୀରୁ ଉଦ୍ଧାର ହୋଇଥିଲା । ହତ୍ୟାର ଶିକାର ହୋଇଥିବା 6 ଜଣଙ୍କ ମଧ୍ୟରେ 3 ମହିଳା ଓ 3 ଶିଶୁ ରହିଛନ୍ତି ଓ ସମସ୍ତେ ଗୋଟିଏ ପରିବାର ସଦସ୍ୟ । ସମସ୍ତ ମୃତଦେହ ଆସାମର ସିଲଚରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ପୁଣି ଅଶାନ୍ତ ମଣିପୁର, ଏନକାଉଣ୍ଟରେ ୧୦ ସନ୍ଦିଗ୍ଧ ଆତଙ୍କୀ ନିପାତ

ଏହା ବି ପଢନ୍ତୁ...ମଣିପୁର ଜାତିଗତ ହିଂସା; ରାଷ୍ଟ୍ର ଓ ସମାଜର ବିଫଳତା - Manipur Violence

  • ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିବା ପାଇଁ ଉଦ୍ୟମ:-

ଉତ୍ୟକ୍ତ ଲୋକେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ବାସଭବନ ଘେରିବା ସହ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ । ଅନ୍ୟ 3 ମନ୍ତ୍ରୀ ଓ 6 ବିଧାୟକଙ୍କ ବାସଭବନରେ ମଧ୍ୟ ଆକ୍ରମଣ ସହ ଜଳାପୋଡା ହୋଇଛି । ପୋଲିସ ବଳ ପ୍ରୟୋଗ କରି ସ୍ଥିତି ନିୟନ୍ତ୍ରଣ କରିଛି । ଇମ୍ଫାଲ-ପୂର୍ବ ଓ ଇମ୍ଫାଲ-ପଶ୍ଚିମ ସହ 3ଟି ଜିଲ୍ଲାରେ କର୍ଫ୍ୟୁ ଲଗାଯାଇଛି । ଏହା ସହିତ ଜିରିବାମ ଓ ବିଷ୍ଣୁପୁର ସମେତ 7 ଉଗ୍ରବାଦ ପ୍ରବଣ ଜିଲ୍ଲାରେ ଇଣ୍ଟରନେଟ୍‌ କଟକଣା ମଧ୍ୟ ଜାରି କରାଯାଇଛି । ବ୍ୟାପକ ସଂଖ୍ୟାରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । କୌଣସି ପ୍ରଦର୍ଶନ କିମ୍ବା ହିଂସାତ୍କମ କାଣ୍ଡ ଭିଆଇଲେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଫୋର୍ସକୁ ନିର୍ଦ୍ଦେଶ ମିଳିଛି ।

ଏହା ବି ପଢନ୍ତୁ...ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନିକଟରେ ଭୟାବହ ଅଗ୍ନିକାଣ୍ଡ - Fire Near Manipur CM Bungalow

ଏହା ବି ପଢନ୍ତୁ...ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରେ ଆତଙ୍କୀ ହମଲା, ଏକାଧିକ ଯବାନ ଆହତ - Manipur cm Security Team attacked by Insurgents

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.