ETV Bharat / state

ଜିରୋ ନାଇଟରେ ଝୁମିବ କଟକ, ବଲିଉଡ କଣ୍ଠଶିଳ୍ପୀଙ୍କ ଗୀତରେ ମତୁଆଲା ହେବେ ଦର୍ଶକ - ZERO NIGHT CELEBRATION

ଜିରୋ ନାଇଟରେ ଝୁମିବ ସିଲଭର ସିଟି । ରାତି ୧୨ ଟା ସେଲିବ୍ରେସନ ଅନୁମତି । ସୁରକ୍ଷା ପାଇଁ ପୋଲିସର ବ୍ୟାପକ ବନ୍ଦୋବସ୍ତ ।

Zero Night Celebration
Zero Night Celebration (ETV Bharat Odisha)
author img

By ETV Bharat Odisha Team

Published : Dec 30, 2024, 7:50 AM IST

କଟକ: ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପାଳନ ହେବ ଜିରୋ ନାଇଟ । ଝୁମିବ ସିଲଭରସିଟି । ଆଉ ଏହି ସେଲିବ୍ରେସନ ପାଇଁ ଚାରିଆଡେ ଜୋରଦାର ପ୍ରସ୍ତୁତି। ହୋଟେଲ , ରେଷ୍ଟୁରାଣ୍ଟ ଠାରୁ ଆରମ୍ଭ କରି କ୍ଲବ ପର୍ଯ୍ୟନ୍ତ ସେଲିବ୍ରେସନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସହରର ସର୍ବପୁରାତନ କ୍ଲବ କଟକ କ୍ଲବରେ ଚଳିତବର୍ଷ ମୁମ୍ବାଇ, କୋଲକାତାର ଡ୍ୟାନ୍ସଗ୍ରୁପ, ଏରିୟଲ ଡ୍ୟାନ୍ସ ସମସ୍ତଙ୍କ ଆକର୍ଷଣ ସାଜିବ। ମୁମ୍ବାଇର ଗାୟିକା ସୁସ୍ୱତି ମଲ୍ଲିକ ମଧ୍ୟ ସଂଗୀତ ପରିବେଷଣ କରିବେ।

Zero Night Celebration (ETV Bharat Odisha)

ଜିରୋ ନାଇଟ ସେଲିବ୍ରେସନ ପ୍ରସ୍ତୁତି:

କ୍ଳବ ସଭାପତି ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, "କଟକ କ୍ଳବରେ ଜିରୋ ନାଇଟ ସେଲିବ୍ରେସନ ବେଶ ଧୁମଧାମରେ କରାଯିବ । ଲୋକ ଯେପରି ସଂଗୀତ ଓ ନୃତ୍ୟରେ ଝୁମିବେ ସେନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବଲିଉଡର କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରିବେ, ଋଷିଆନ ବେଲି ଡ୍ୟାନ୍ସ ଗ୍ରୁପ ନୃତ୍ୟ ପରିବେଷଣ କରିବେ, ଏହାସହ କଲିକତାର କଳାକାରମାନଙ୍କ ଦ୍ୱାରା ଏରିଏଲ ଆକ୍ଟ କରାଯିବ, ମୁମ୍ବାଇର ମିସ ଟିନ ୟୁନିଭର୍ସର କଳାକାରମାନେ ନୃତ୍ୟ ପରିବେଷଣ କରିବେ, ବଲିଉଡ ଡ୍ୟାନ୍ସ ଗ୍ରୁପ ନୃତ୍ୟ ପରିବେଷଣ କରିବେ।" ୩୧ ତାରିଖ ସନ୍ଧ୍ୟାରୁ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବ । କ୍ଲବର ସଦସ୍ୟଙ୍କ ପାଇଁ ପ୍ରବେଶ ନିଃଶୁଳ୍କ ଥିବାବେଳେ ଅନ୍ୟମାନଙ୍କ ପାଇଁ ପ୍ରବେଶ ଦେୟ ବାଧ୍ୟତାମୂଳକ ରହିଛି। ସେହିପରି ୟୁନିୟନ କ୍ଲବରେ ଇଣ୍ଡିଆନ ଆଇଡଲର ମନୀଷା କରମାକର, ଅବୀର ରୟ, କୋଲକାତା ଡ୍ୟାନ୍ସ ଗ୍ରୁପ, ମୁମ୍ବାଇର ଡ୍ୟାନ୍ସଗ୍ରୁପ ପ୍ରମୁଖ କାର୍ଯ୍ୟକ୍ରମ ପରିବେଷଣ କରିବେ। ସେହିପରି ଓସିଏ କ୍ଲବରେ ଚଳିତବର୍ଷ ଜିରୋ ନାଇଟ ସେଲିବ୍ରେସନ ବାତିଲ କରାଯାଇଛି ।

ଏହା ବି ପଢନ୍ତୁ...ଭୁବନେଶ୍ବରରେ ଜିରୋ ନାଇଟ ସେଲିବ୍ରେସନ କଟକଣା, ଏସବୁ କଲେ କଡ଼ା କାର୍ଯ୍ୟନୁଷ୍ଠାନ

ଏହା ବି ପଢନ୍ତୁ...ନୂଆବର୍ଷ ତୋରଣ ନିର୍ମାଣକୁ ନେଇ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ, ଧାରା- ୧୬୩ ଜାରି

କମିଶନରେଟ ପୋଲିସର ପ୍ରସ୍ତୁତି:

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁଁ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ଜଣାପଡିଛି। ସେପଟେ ଜିରୋ ନାଇଟ୍ସରେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । "ସହରରେ ୮ ପ୍ଲାଟୁନ ପୋଲିସ ଫୋର୍ସ ସହ ନାଇଟ ବ୍ଲକିଂ ଓ ଚେକିଂ ହେବ । ମଦ୍ୟପଙ୍କୁ ଧରପକଡ କରାଯିବ । ଯିଏ ବି ଆଇନ ଉଲଂଘନ କଲେ ହେବ କାର୍ଯ୍ୟନୁଷ୍ଠାନ। ଏହାସହ ଜିରୋ ନାଇଟ ସେଲିବ୍ରେସନ ରାତି ୧୨ ଟା ପର୍ଯ୍ୟନ୍ତ ଅନୁମତି ଦିଆଯିବ । ଏହାପରେ ଯଦି କେହି ସେଲିବ୍ରେସନ କରିବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ" ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି।
ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.