ହାଇଦ୍ରାବାଦ: ଗତ ମାସରେ ବାନ୍ଦ୍ରାସ୍ଥିତ ବାସଭବନରେ ଛୁରାମାଡ଼ ଘଟଣା ପରେ ସୋମବାର ବଲିଉଡ ଅଭିନେତା ସୈଫ ଅଲି ଖାନ ପ୍ରଥମ ଥର ପାଇଁ ସର୍ବସାଧାରଣ ସମ୍ମୁଖକୁ ଆସିଛନ୍ତି । ୫୪ ବର୍ଷୀୟ ଷ୍ଟାର ନେଟଫ୍ଲିକ୍ସର ସ୍ଲେଟ୍ ଘୋଷଣା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁଠାରେ ସେ ତାଙ୍କର ଆଗାମୀ ଫିଲ୍ମ 'ଜ୍ୱେଲ ଥିଫ' ଘୋଷଣା କରିଛନ୍ତି । ଛୁରାମାଡ଼ ଘଟଣା ପରେ ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଘୋଷଣା । ଅସ୍ତ୍ରୋପଚାର ଏବଂ ସୁସ୍ଥତା ପରେ ତାଙ୍କର ଏହା ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ ।
ଫିଲ୍ମରେ ଚୋର ଅଟନ୍ତି ସୈଫ ଅଲି ଖାନ
'ଜ୍ୱେଲ ଥିଫ' ର ଟିଜର ନେଟଫ୍ଲିକ୍ସ ଇଭେଣ୍ଟ ସମୟରେ ଲଞ୍ଚ କରାଯାଇଥିଲା । ଟିଜରଟି ବହୁତ ଆଶାଜନକ । ଏଥିରେ ସୈଫ୍ ଜୟଦୀପ ଅହଲାୱତଙ୍କ ସହ ନଜର ଆସିବେ । ଟିଜରରେ ଜୟଦୀପଙ୍କୁ ଜଣେ ଶକ୍ତିଶାଳୀ ଅପରାଧୀ ଭାବରେ ପରିଚୟ ଦିଆଯାଇଛି ଯିଏ ବିଶ୍ୱର ସବୁଠାରୁ ଲୁଚି ରହିଥିବା ହୀରା ଆଫ୍ରିକୀୟ ରେଡ୍ ସନ୍ ଚୋରି କରିବା ପାଇଁ ଜଣେ ଚୋରକୁ ନିଯୁକ୍ତି ଦିଏ । ଏହି ଚୋର ଆଉ କେହି ନୁହେଁ ବରଂ ସୈଫ୍ ଅଲି । ସୈଫ୍ ଏହି ଫିଲ୍ମରେ ଜଣେ ଚୋର ଭୂମିକାରେ ଅଭିନୟ କରିଛନ୍ତି ଯିଏ ୫୦୦ କୋଟି ଟଙ୍କାର ଆଫ୍ରିକୀୟ ରେଡ୍ ସନ୍ ହୀରା ଚୋରି କରିବାକୁ ଚେଷ୍ଟା କରେ ।
ଏହା ମଧ୍ୟ ପଢନ୍ତୁ: ଛୁରାମାଡ଼ ମାମଲାରେ ସାମ୍ନାକୁ ଆସିଲା ସତ ! ସୈଫଙ୍କ ବୟାନ ରେକର୍ଡ କଲା ପୋଲିସ
ଆକ୍ରମଣ ପରେ ସୈଫ ପ୍ରଥମ ଥର ପାଇଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ
ଜାନୁଆରୀ ୧୬ ତାରିଖରେ, ଚୋରି କରିବା ଉଦ୍ୟମରେ ଘରେ ପଶି ଦୁବୃର୍ତ୍ତ ସୈଫଙ୍କୁ ଅନେକ ଥର ଛୁରାମାଡ଼ କରିଥିଲା । ଯାହା ପରେ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ବର୍ତ୍ତମାନ ଏହି କାର୍ଯ୍ୟକ୍ରମରେ ସୈଫ କହିଛନ୍ତି, 'ତୁମ ସାମ୍ନାରେ ଠିଆ ହୋଇ ବହୁତ ଭଲ ଲାଗୁଛି ଏବଂ ଏଠାରେ ଆସି ବହୁତ ଭଲ ଲାଗୁଛି । ମୁଁ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ।' କହିରଖୁଛୁ କି, ଏହି ଫିଲ୍ମଟି ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ଲେଖାଯାଇଛି, ଯିଏ ପଠାନ, ୱାର, ଫାଇଟର ଭଳି ଫିଲ୍ମ ତିଆରି କରିଛନ୍ତି । ଏଥିରେ ସୈଫ ଅଲି ଖାନ, ଜୟଦୀପ ଅହଲାୱତ ଏବଂ କୁନାଲ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଟିଜରରୁ ଅନୁମାନ କରାଯାଇପାରେ ଯେ ଏହି ଫିଲ୍ମଟି ରୋମାଞ୍ଚ ଏବଂ ଆକ୍ସନରେ ପରିପୂର୍ଣ୍ଣ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ