ETV Bharat / bharat

ରାମୋଜୀ ରାଓଙ୍କ ଜନ୍ମ ବାର୍ଷିକୀରେ 3 ନୂଆ ଶାଖା ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡ - MARGADARSI CHIT FUND

118 ଶାଖାରେ ପହଞ୍ଚିଲା ମାର୍ଗଦର୍ଶୀ ଚିଟଫଣ୍ଡ । ଉଦଘାଟନୀ ସମ୍ବୋଧନରେ ଏମ.ଡି ଶୈଳଜା କିରଣ କହିଲେ,‘‘ଲୋକଙ୍କ ବିଶ୍ବାସ ଜିତିଛି ମାର୍ଗଦର୍ଶୀ, ଆମେ ମଧ୍ୟ ଉନ୍ନତ ସେବା ଯୋଗାଇବା ପାଇଁ ସଙ୍କଳ୍ପବଦ୍ଧ ।’’

ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡର 3 ନୂଆ ଶାଖା, ଏମଡି ଶୈଳଜା କିରଣ କଲେ ଶୁଭାରମ୍ଭ
ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡର 3 ନୂଆ ଶାଖା, ଏମଡି ଶୈଳଜା କିରଣ କଲେ ଶୁଭାରମ୍ଭ (ETV Bharat odisha)
author img

By ETV Bharat Odisha Team

Published : Nov 17, 2024, 12:30 PM IST

ହାଇଦ୍ରାବାଦ: ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓଙ୍କ 88ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ‘ମାର୍ଗଦର୍ଶୀ ଚିଟଫଣ୍ଡ’ ତେଲେଙ୍ଗାନାରେ ତିନୋଟି ନୂତନ ଶାଖା ଖୋଲିଛି । ଏହି ନୂତନ ଶାଖାଗୁଡ଼ିକ ବାନାପର୍ଥୀ, ଶମଶାବାଦ ଏବଂ ହାସ୍ତିନାପୁରମରେ ଶୁଭାରମ୍ଭ ହୋଇଛି । ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା (ଏମଡି) ଶୈଲଜା କିରଣ ଭର୍ଚ୍ଚୁଆଲି ଏହି ଶାଖାଗୁଡିକୁ ଶୁଭାରମ୍ଭ କରିଥିଲେ । ଗତ ଛ’ ଦଶନ୍ଧି ଧରି ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଏବଂ କର୍ଣ୍ଣାଟକରେ ଲକ୍ଷାଧିକ ଗ୍ରହକଙ୍କୁ ଆର୍ଥିକ ସେବା ପ୍ରଦାନ କରି ଆସୁଥିବା ‘ମାର୍ଗଦର୍ଶୀ ଚିଟଫଣ୍ଡ’ ନେଟୱାର୍କ ଏହି ତିନୋଟି ଶାଖାକୁ ମିଶାଇ ସମଗ୍ର ଦକ୍ଷିଣ ଭାରତରେ 118 ଶାଖାରେ ପହଞ୍ଚିଛି ।

  • ପରିଚାଳନା ନିର୍ଦ୍ଦେଶିକା ଶୌଳଜା କିରଣ କଲେ ଶୁଭାରମ୍ଭ:-

ଗତକାଲି (ଶନିବାର) ପୂର୍ବାହ୍ନରେ ତେଲେଙ୍ଗାନାର ବାନାପର୍ଥୀରେ ସଂସ୍ଥାର 116ତମ ଶାଖା ଉଦ୍ଘାଟିତ ହୋଇଥିଲା । ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିରୁ ଭର୍ଚୁଆଲ୍ ସମ୍ବୋଧନ ମାଧ୍ୟମରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଶୌଳଜା କିରଣ ଏହି ନୂତନ ଶାଖାର ଉଦଘାଟନ ସହ ସଂସ୍ଥାରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କୁ ଅଭିବାଦନ ଜଣାଇଥିଲେ । ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମଧୁସୂଦନ, ଉପସଭାପତି ବଳରାମ କୃଷ୍ଣ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନୀ ସମାରୋହର ଶୁଭାରମ୍ଭ କରିଥିଲେ ।

ରାମୋଜୀ ରାଓଙ୍କ ଜନ୍ମ ବାର୍ଷିକୀରେ 3 ନୂଆ ଶାଖା ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡ (ETV Bharat odisha)
  • ତେଲେଙ୍ଗାନାରେ ଖୋଲିଲା 3 ନୂଆ ଶାଖା;-

ପରେ ସଂଧ୍ୟାରେ ଏମ.ଡି ଶୈଳଜା କିରଣ ରଙ୍ଗାରେଡ୍ଡୀ ଜିଲ୍ଲାର ଶମଶାବାଦ ମଣ୍ଡଳର ରାଲାଗୁଡାରେ ସଂସ୍ଥାର 117ତମ ଶାଖା ଉଦ୍ଘାଟନ କରିଥିଲେ । ଉପ-ସଭାପତି ରାଜାଜୀଙ୍କ ସହ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସତ୍ୟ ନାରାୟଣ ଏବଂ ଶାଖା ପରିଚାଳକ ଅରୁଣ କୁମାର ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନୀ ସମାରୋହକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହାପରେ ଏମ.ଡି ଶୈଳଜା କିରଣଙ୍କ ଦ୍ବାରା ରଙ୍ଗାରଡ୍ଡୀ ଜିଲ୍ଲାର ହସ୍ତିନାପୁରମରେ ସଂସ୍ଥାର 118ତମ ଶାଖା ଉଦ୍ଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାର୍ଗଦର୍ଶୀ ଚିଟଫଣ୍ଡର ନିର୍ଦ୍ଦେଶକ ଭେଙ୍କଟାସ୍ୱାମୀ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ରାମୋଜୀ ରାଓ: ଭବିଷ୍ୟତକୁ ଆକାର ଦେଇଥିବା ସ୍ୱପ୍ନର ସୌଦାଗର

ଏହା ମଧ୍ୟ ପଢନ୍ତୁ:-କର୍ଣ୍ଣାଟକ ଚିକ୍କାବାଲାପୁରରେ ଖୋଲିଲା 'ମାର୍ଗଦର୍ଶୀ ଚିଟଫଣ୍ଡ'ର ୧୧୫ତମ ଶାଖା

  • ଲୋକେ ଆତ୍ମବିଶ୍ବାସରେ ନିଜ କଷ୍ଟ ଉପାର୍ଜିତ ଅର୍ଥର ସଞ୍ଚୟ ପାଇଁ ମାର୍ଗଦର୍ଶୀକୁ ବାଛୁଛନ୍ତି: ଶୈଳଜା

ଉଦଘାଟନୀ ସମାରୋହ ଅବସରରେ ଉଦବୋଧନ ଦେଇ ଏମ.ଡି ଶୈଳଜା କିରଣ କହିଛନ୍ତି,‘‘ଆଜି ରାମୋଜୀ ରାଓଙ୍କ ଜନ୍ମ ବାର୍ଷିକୀ ଅବସରରେ ଆମେ ବାନାପର୍ଥୀ, ଶମଶାବାଦ ଏବଂ ହସ୍ତିନାପୁରମରେ ନୂତନ ଶାଖା ଉନ୍ମୋଚନ କରିଛୁ । ତେଣୁ ଅଧିକରୁ ଅଧିକ ଲୋକଙ୍କୁ ଆର୍ଥିକ ସେବା ଯୋଗାଇବା ପାଇଁ ଆମର କର୍ମଚାରୀମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି । ମାର୍ଗାଦର୍ଶୀ ସର୍ବଦା ଆପଣଙ୍କ ସେବାରେ ଅଛି । ସଂସ୍ଥାର ସଦସ୍ୟମାନେ ସେମାନଙ୍କର କଷ୍ଟ ଉପାର୍ଜିତ ଟଙ୍କାକୁ ବିଶ୍ୱାସ ଏବଂ ଆତ୍ମବିଶ୍ୱାସରେ ମାର୍ଗଦର୍ଶୀ ମାଧ୍ୟମରେ ସଞ୍ଚୟ କରୁଛନ୍ତି । ଏହାକୁ ଗୁରୁତ୍ବ ଦେଇ ମାର୍ଗଦର୍ଶୀ ମଧ୍ୟ ଉନ୍ନତ ସେବା ଯୋଗାଇବା ପାଇଁ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରୁଛି । ସଂସ୍ଥାର ସମସ୍ତ ଶାଖାର ସଦସ୍ୟମାନଙ୍କୁ ଉନ୍ନତ ତାଲିମପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ସମାନ ପ୍ରକାରର ସେବା ଯୋଗାଇ ଦିଆଯାଉଛି ।’’

ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡର 3 ନୂଆ ଶାଖା, ଏମଡି ଶୈଳଜା କିରଣ କଲେ ଶୁଭାରମ୍ଭ
ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡର 3 ନୂଆ ଶାଖା, ଏମଡି ଶୈଳଜା କିରଣ କଲେ ଶୁଭାରମ୍ଭ (ETV Bharat odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.