ନୂଆଦିଲ୍ଲୀ: ହରିୟାଣା ଓ ଜମ୍ମୁ-କାଶ୍ମୀର ଜନାଦେଶ ପରେ ଏବେ ଦୁଇ ରାଜ୍ୟରେ ଚାଲିଛି ଜୋରଦାର ସେଲିବ୍ରେଶନ । ସବୁ ଏକଜିଟ ପୋଲ ଆକଳନକୁ ଭୁଲ ପ୍ରମାଣିତ କରି ହରିୟାଣାରେ ବାଜି ପଲଟାଇ ଦେଇଛି ବିଜେପି । ଦୁଇ ରାଜ୍ୟର ଫଳାଫଳ ଆସିବା ପରେ ଆଜି(ମଙ୍ଗଳବାର) ସନ୍ଧ୍ୟାରେ ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ନେତା କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି କହିଛନ୍ତି, ହରିୟାଣାରେ ବିଜେପି ମିଳିଲା ବିଜୟ । ଗୀତାର ଭୂମିରେ ସତ୍ୟ ଓ ବିକାଶର ବିଜୟ ହୋଇଛି ।
ହରିୟାଣାରେ ଫୁଟିଲା ପଦ୍ମ:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରି କହିଛନ୍ତି, ଆଜି ମା’ କାତ୍ୟାୟନୀଙ୍କ ଆରାଧନାର ଦିନ । ମା’ ହାତରେ କମଳ(ପଦ୍ମ)ଫୁଲ ଧାରଣ କରିଛନ୍ତି । ଆଜି ଭଳି ଦିନରେ ହରିୟାଣାରେ ପଦ୍ମ ଫୁଟିଛି । ଗୀତାର ଧରତ୍ରୀରେ ସତ୍ୟ, ବିକାଶ ଓ ସୁଶାସନର ବିଜୟ ହୋଇଛି । ମୋଦି ଆହୁରି କହିଛନ୍ତି, ଜମ୍ମୁ-କାଶ୍ମୀରରେ ୧୦ ବର୍ଷର ଅପେକ୍ଷା ପରେ ଶାନ୍ତିପୂର୍ବକ ନିର୍ବାଚନ ହୋଇଛି । ଫଳାଫଳ ଆସିଛି । ସେଠାରେ କଂଗ୍ରେସ ଓ ଏନସିକୁ ବହୁମତ ମିଳିଛି । ସେମାନଙ୍କୁ ବିଜୟର ଶୁଭକାମନା ଜଣାଉଛି ।
ବିଜେପି ବଡ ଦଳ ଭାବେ ଉଭା ହୋଇଛି:
ମୋଦି କହିଛନ୍ତି, ଜମ୍ମୁ-କାଶ୍ମୀରରେ ହୁଏତ ଜନତା କଂଗ୍ରେସ-ଏନସିକୁ ବହୁମତ ଦେଇଛନ୍ତି । କିନ୍ତୁ ଭୋଟ ସେୟାରିଂ ହିସାବରେ ବିଜେପି ସେଠାରେ ସବୁଠୁ ବଡ ଦଳ ଭାବେ ଉଭା ହୋଇଛି । ଜନତା ବିଜେପିକୁ ଏକ ନମ୍ବର ପାର୍ଟି କରିଛନ୍ତି । ଏଥିପାଇଁ ହରିୟାଣା ଓ ଜମ୍ମୁ-କାଶ୍ମୀର ଜନତାଙ୍କୁ ଅନେକ ଅନେକ ଧନ୍ୟବାଦ ।
କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ମୋଦି: