ଓଡିଶା

odisha

ETV Bharat / bharat

କମ୍‌ ବଜେଟରେ ରୋମାଣ୍ଟିକ ଟ୍ରିପ, ଶସ୍ତାରେ ବୁଲି ଆସନ୍ତୁ ଏସବୁ ଜାଗା

ଜୀବନସାଥୀ ସହ ବାହାରେ ସମୟ ବିତାଇବାକୁ ଚାହୁଁଛନ୍ତି କି ? ଖୋଜୁଛନ୍ତି କି ବଜେଟ ଫ୍ରେଣ୍ଡଲି ଡେଷ୍ଟିନେସନ । ଜାଣନ୍ତୁ ଶସ୍ତାରେ କେଉଁ କେଉଁ ଜାଗା ବୁଲିବେ ଆଉ କେମିତି ?

By ETV Bharat Odisha Team

Published : Oct 15, 2024, 8:01 AM IST

TRAVEL TIPS
TRAVEL TIPS (ETV Bharat Odisha)

ହାଇଦ୍ରାବାଦ: ବୁଲିବାକୁ କାହାକୁ ବା ଭଲ ନଲାଗେ । ନୂଆ ନୂଆ ଜାଗା ଦେଖିବା ତା ବିଷୟରେ ଜାଣିବା ପାଇଁ ବହୁତ ଲୋକଙ୍କ ମନରେ ଉତ୍ସୁକତା ଥାଏ । ଭାରତରେ ପରମ୍ପରା ଭଳି ଯୋଡି ହୋଇଗଲାଣି ବିବାହ ପରେ ହନିମୁନରେ ଯିବା । ନିଜ ଜୀବନ ସାଥି ସହ ପ୍ରାକୃତିକ ପରିବେଶରେ ସମୟ କାଟିବାକୁ ସମସ୍ତେ ଅଳ୍ପ ବହୁତ ପ୍ଲାନ କରିଥାନ୍ତି । ବିଶେଷ କରି ଲଣ୍ଡନ, ଆମେରିକା, ବ୍ୟାଙ୍କଙ୍କ୍‌, ସିଡନୀ ଭଳି ଜାଗାକୁ ହନିମୁନରେ ଯିବା ଲୋକଙ୍କ ଭିତରେ କ୍ରେଜ ଥାଏ । କିନ୍ତୁ ମହଙ୍ଗା କାରଣରୁ ଅନେକ ଯିବାକୁ ଅନିଚ୍ଛା ପ୍ରକାଶ କରନ୍ତି । ଆପଣ ବି ଜୀବନ ସାଥୀ ସହ ବାହାରକୁ ଯିବାକୁ ପ୍ଲାନ କରୁଛନ୍ତି କି ? ଶସ୍ତାରେ ଭଲ ଜାଗା ବୁଲିବାକୁ ଚାହୁଁଛନ୍ତି କି ? ଏହି ଖବର ଆପଣଙ୍କ ପାଇଁ । ଆମେ କହିବୁ ଭାରତର ବଜେଟ ଫ୍ରେଣ୍ଡଲି ହନିମୁନ ଡେଷ୍ଟିନେସନ ବିଷୟରେ । ଶସ୍ତା ଆଉ ସୁଲଭରେ ନୂଆ ଜାଗାର ଦେବ ଅନୁଭୂତି ।

ମାଉଣ୍ଟ ଆବୁ:

ହିଲ ଷ୍ଟେସନରେ ନିଜକୁ ହଜାଇ ଦେବାକୁ ଚାହୁଁଛନ୍ତି କି । ସାଥି ସହିତ ସୁନ୍ଦର ସ୍ମୃତିକୁ ସାଉଁଟିବାକୁ ଯଦି ଚାହୁଛନ୍ତି । ଏହି ସ୍ଥାନଟି ଆପଣଙ୍କ ପାଇଁ । ରାଜସ୍ଥାନରେ ଥିବା ଏହି ଦର୍ଶନୀୟ ସ୍ଥାନଟି ଆପଣଙ୍କୁ ତା ସୌନ୍ଦର୍ଯ୍ୟରେ ବାନ୍ଧିଦେବ । ବର୍ଷା ଦିନରେ ମାଉଣ୍ଟ ଆବୁର ସୌନ୍ଦର୍ଯ୍ୟ ଦ୍ବିଗୁଣା ହୋଇଯାଏ । ଏଠି ଆପଣ ଝରଣା, ପାର୍କ, ପାହାଡ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିବା ସହ ଅନୁଭବ ବି କରିପାରିବେ । ଯଦି ହନିମୁନରେ ମାଉଣ୍ଟ ଆବୁ ଆସୁଛନ୍ତି ଜାଣି ରଖନ୍ତୁ କେଉଁଠି କେଉଁଠି ଆପଣ ବୁଲିପାରିବେ । ନିମ୍ନରେ ଦିଆଗଲା ତାଲିକା ।

ମାଉଣ୍ଟଆବୁ (Instagram)

ହନିମୁନ ପଏଣ୍ଟ:

ମାଉଣ୍ଟ ଆବୁ ଆସୁଥିଲେ ଜମାରୁ ବି ଏ ସ୍ଥାନ ବୁଲିବା ଭୁଲନ୍ତୁ ନାହିଁ । ନୂଆ ନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଥିବା କପଲଙ୍କ ଏ ହେଉଛି ଏକ ସୁନ୍ଦର ସ୍ଥାନ । ଏଠି ବୁଲିବା ପାଇଁ ଅନେକ ସ୍ଥାନ ରହିଛି । ଫଟୋ ସୁଟ ସହ ବୁଲିବାର ମଜା ନେଇପାରିବେ ।

ଅଚଲଗଢ କିଲ୍ଲା:

ଯଦି ଆପଣଙ୍କୁ ଐତିହାସିକ ସ୍ଥାନ ବା ଇତିହାସ ବିଷୟରେ ଜାଣିବା ପାଇଁ ରୁଚି ରଖୁଛନ୍ତି ତାହାଲେ ଏହି ସ୍ଥାନକୁ ଆସିବାକୁ ଜମାରୁ ଭୁଲନ୍ତୁ ନାହିଁ । ମାଉଣ୍ଟ ଆବୁରେ ଥିବା ସ୍ଥାନ ମଧ୍ୟରେ ଏ ହେଉଛି ଏକ ସୁନ୍ଦର ସ୍ଥାନ । ଯାହା ନବମ ଶତାବ୍ଦୀରେ ରାଜା ପରମାର ବଂଶ ନିର୍ମାଣ କରିଥିଲେ । ଏହି କିଲ୍ଲାଟି ବିଶାଳ ପ୍ରାଚୀର ଦ୍ବାରା ଆବଦ୍ଧ କରାଯାଇଛି । ବାସ୍ତୁକଳା ଏଠି ଦେଖିବାକୁ ପାଇବେ । ତାହା ସହ କିଲ୍ଲାର ଶୀର୍ଷର ହିଲ୍‌ ଷ୍ଟେସନ ମଧ୍ୟ ଦେଖିବାର ମଜା ନେଇପାରିବେ ।

ରାଜସ୍ଥାନ (Instagram)

ଦିଲୱାରା ଜୈନ ମନ୍ଦିର:

ରାଜସ୍ଥାନ ଯଦି ଆସିଛନ୍ତି ଏହି ଦିଲୱାରା ଜୈନ ମନ୍ଦିର ନିଶ୍ଚିତ ବୁଲିକି ଯାଆନ୍ତୁ । ମନ୍ଦିର ଦର୍ଶନ ସହ ସୁନ୍ଦର ସ୍ଥାନର ଅନୁଭୂତି ପାଇବେ । 11 ରୁ 13ଶହ ଶତାବ୍ଦୀରେ ନିର୍ମିତ ହୋଇଥିବା ଏହି ଜୈନ ମନ୍ଦିର ନିଜର ସୌନ୍ଦର୍ଯ୍ୟ ପାଇଁ ବେଶ ଜଣାଶୁଣା । ଧଳା ରଙ୍ଗରେ ନିର୍ମିତ ଏହି ମନ୍ଦିରରେ ଅନେକ କାରୁକାର୍ଯ୍ୟ ଦେଖିବାକୁ ପାଇବେ । ଏହାର ସୌନ୍ଦର୍ଯ୍ୟ ଆପଣଙ୍କୁ ନିଶ୍ଚିତ ଅଭିଭୂତ କରିବ । ସୁନ୍ଦର ସୁନ୍ଦର ଫଟୋ ମଧ୍ୟ ଉଠାଇ ପାରିବେ ।

ମାଉଣ୍ଟ ଆବୁ ବୁଲିବା ପାଇଁ କେତେ ବଜେଟ ଦରକାର:

ଆମେ ପ୍ରଥମରୁ ଆପଣଙ୍କୁ କହିଛୁ ବଜେଟ ଫ୍ରେଣ୍ଡଲି ଡେଷ୍ଟିନେସନ ବିଷୟରେ କହିବୁ । ଯଦି ମାଉଣ୍ଟ ଆବୁ ବୁଲିବା ଖର୍ଚ୍ଚ ଦେଖିବା 10 ହଜାର ମଧ୍ୟରେ ଆପଣ ଏହି ସ୍ଥାନ ବୁଲି ପାରିବେ । ଏଠି ବୁଲିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବନି । ଆଉ ରହିବା ପାଇଁ ହଜାରରୁ 15ଶହ ମଧ୍ୟରେ ହୋଟେଲ ରୁମ ମିଳିଯିବ । କେବଳ ସେତିକି ନୁହେଁ ବୁଲିବା ପାଇଁ ଗୋଟିଏ ଦିନ ପାଇଁ ମାତ୍ର 500 ଟଙ୍କା ଭଡାରେ ସ୍କୁଟି ମଧ୍ୟ ପାଇଯିବେ ।

ଗୋଆ (Incredible India)

ଟ୍ରେନ ଭଡା କେତେ:

ଆପଣ ଯଦି ଏହି ସ୍ଥାନକୁ ଆସିବାକୁ ଚାହୁଁଛନ୍ତି ଟ୍ରେନରେ ଆରାମରେ ଆସିପାରିବେ । ସ୍ଲିପର ଟ୍ରେନ ଟିକଟ ମାତ୍ର 500 ଟଙ୍କାରେ ପାଇଯିବେ । ଦୁଇ ଜଣଙ୍କ ଯିବା ଆସିବା ପାଇଁ 2000 ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଜୟପୁର:

ଯଦି 10 ହଜାର ଟଙ୍କା ମଧ୍ୟରେ ଟ୍ରିପ ପ୍ଲାନ କରୁଛନ୍ତି । ତାହାଲେ ଜୟପୁର ସହର ଆପଣଙ୍କୁ ସ୍ବାଗତ କରୁଛି । ପିଙ୍କ୍‌ ସିଟି ଭାବେ ପରିଚିତ ଜୟପୁରରେ କମ୍‌ ଖର୍ଚ୍ଚରେ ବୁଲି ପାରିବେ । ଜୟପୁରକୁ ଆସିବା ପାଇଁ ଅନେକ ଟ୍ରେନ ମିଳିଯିବ । ଟିକେଟ୍‌ର ମୂଲ୍ୟ 300 କିମ୍ବା 400 ଟଙ୍କା ରହିବ । 1000 ଟଙ୍କା ମଧ୍ୟରେ ହୋଟେଲ ରୁମ ମିଳିଯିବ । ସେହିପରି ବୁଲିବା ପାଇଁ ସ୍କୁଟି ମଧ୍ୟ ଭଡାରେ ମିଳିଯିବ ।

ଗୋଆ:

ଗୋଆ (Incredible India)

ଭାରତର ଏକ ଛୋଟ ରାଜ୍ୟ ଗୋଆ । ସମୁଦ୍ରର ସୌନ୍ଦର୍ଯ୍ୟରେ ଏହି ସ୍ଥାନଟି ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଏଠିକାର ବିଚ୍‌, ପ୍ରାକୃତିକ ପରିବେଶ, ନାଇଟ ପାର୍ଟି କପଲଙ୍କୁ ବହୁତ ପସନ୍ଦ ଆସିଥାଏ । ଏଠି ଆସିଲେ କଣ କଣ ଦେଖିବେ ଜାଣିନିଅନ୍ତୁ । ବୁଲିବାକୁ ଏଠାରେ ଅନେକ ଜାଗା ଅଛି ସେଥି ମଧ୍ୟରୁ, କେଲେଗୁଟ ବିଚ୍‌, ଅଞ୍ଜୁନା ବିଚ୍‌, ବାଗା ବିଚ୍‌, ବାଗାଟୋର ବିଚ୍‌, ସିଙ୍କେରିୟନ ବିଚ, ପାଲେଲେମ ବିଚ୍‌ ମୀରାମାର ବିଚ୍‌ ପ୍ରମୁଖ ରହିଛି । ତେବେ ଏଠି ବୁଲିବା ପାଇଁ 30ରୁ 40 ହଜାର ଖର୍ଚ୍ଚ କରିବାକୁ ପଡିବ । IRCTCର ମଧ୍ୟ ସ୍ବତନ୍ତ୍ର ପ୍ୟାକେଜ ଆସୁଛି ।

ଗୋଆ (Incredible India)

ଅଲେପ୍ପି:

କେରଳ ଭଗବାନଙ୍କ ନିଜ ଦେଶ ଭାବେ ଜଣାଶୁଣା । ଏଠିକାର ପ୍ରାକୃତିକ ପରିବେଶ ଆପଣଙ୍କୁ ନିଜ ଭିତରେ ସମାହିତ କରିଦେବ । ଯଦି ଆପଣ ନିଜ ପତ୍ନୀ ସହ ବୁଲିବାକୁ ଯିବାକୁ ପ୍ଲାନ କରୁଛନ୍ତି ଏହି ସ୍ଥାନଟି ଆପଣଙ୍କ ପାଇଁ । ଅଲେପ୍ପି ବୋଟ ରେସ ଅଟେ । ସମୁଦ୍ରର ମଧ୍ୟ ଏଠି ମଜା ନେଇପାରିବେ ।

କେଉଁ ସମୟରେ ଯିବେ:

ଅକ୍ଟୋବରରୁ ଫେବୃଆରୀ ମଧ୍ୟରେ ଏହି ସ୍ଥାନକୁ ଯିବାର ହେଉଛି ଉକୃଷ୍ଟ ସମୟ । ଏଠାକୁ ଆସିବା ପାଇଁ ଆପଣ କୋଚିକୁ ବିମାନ ଯୋଗେ ଆସିପାରିବେ । ନଚେତ ଟ୍ରେନର ମଧ୍ୟ ସୁବିଧା ରହିଛି ।

କେତେ ଦରକାର ବଜେଟ:

5ରୁ 6 ଦିନ ଏଠି ବିତାଇବା ପାଇଁ 10 ହଜାର ଖର୍ଚ୍ଚ କରିବାକୁ ପଡିବ । ଅର୍ଥାତ୍‌ 2 ଜଣ ଟ୍ରିପ 20 ହଜାର ଟଙ୍କାରେ ହୋଇଯିବ । ଯଦି ଏଠାରେ ଥିବା ବୋଟ ହାଉସରେ ଆପଣ ରହିବାକୁ ଇଚ୍ଛା କରୁଥାନ୍ତି ତାହାଲେ ଟିକେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଦାର୍ଜିଲିଂ:

ଦାର୍ଜିଲିଂ (X)

ପଶ୍ଚିମବଙ୍ଗରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଦାର୍ଜିଲିଂ । ଯଦି ଆପଣ ପ୍ରକୃତି ଲଭର୍‌ । ତାହାଲେ ଏହି ସ୍ଥାନଟି ଆପଣଙ୍କ ପାଇଁ । କପଲ୍‌ଙ୍କ ପାଇଁ ଏହା ସବୁଠୁ ବଢିଆ ସ୍ଥାନ । ଯେଉଁଠି ଆପଣ ଜୀବନସାଥି ସହ ସୁନ୍ଦର ସମୟ ଅତିବାହିତ କରିପାରିବେ । ଏଥିସହ ପରିବାର ସହ ଯଦି କୁଆଡେ ଯିବାକୁ ଯୋଜନା କରୁଛନ୍ତି । ଏହି ସ୍ଥାନଟି ପ୍ରକୃଷ୍ଠ ସ୍ଥାନ ।

ଦାର୍ଜିଲିଂ ପାଇଁ କେତେ ଦିନ ଆବଶ୍ୟକ:

ଦୁଇ ଦିନ ଗୋଟିଏ ରାତି ଯଥେଷ୍ଟ । ଆପଣ ଯଦି ଅଳ୍ପ ସମୟରେ ସୁନ୍ଦର ସ୍ଥାନକୁ ଉପଭୋଗ କରିବାକୁ ଚାହୁଁଛନ୍ତି । ତାହାଲେ ଏହି ସ୍ଥାନକୁ ବାଛି ପାରିବେ । ଯାହାର ଖର୍ଚ୍ଚ ବି ବଜେଟ ଫ୍ରେଣ୍ଡଲି ।

କେତେ ରଖିବେ ବଜେଟ:

ଜଣଙ୍କ ପିଛା ଆପଣଙ୍କୁ 9 ହଜାରରୁ 20 ହଜାର ଖର୍ଚ୍ଚ ହେବ ।

କଣ କରିବେ ସେଠି ?

ଚା’ ବଗିଚା, ଟଏ ଟ୍ରେନର ମଜା, କିଣାକିଣି

କେମିତି ଯିବେ ?

ବଡ଼ ବଡ଼ ସହର ଯେପରି, କୋଲକାତା, ଦିଲ୍ଲୀ, ଗୌହାଟୀ, ଭୁବନେଶ୍ବର, ଚେନ୍ନାଇ, ମୁମ୍ବାଇ, ବେଙ୍ଗାଲୁରୁ ଓ କୋଚିରୁ ଟ୍ରେନ ଯାତ୍ରା କରିପାରିବେ । ନ୍ୟୁ ଜଲପାଇଗୁଡି ସହ ଦାର୍ଜିଲିଂରୁ ଯାତ୍ରା ମାତ୍ର 62 କିଲୋମିଟର । ଏଥିସହ ଆପଣ କୋଲକାତାରୁ ମଧ୍ୟ ବିମାନ ଯୋଗେ ଯାଇପାରିବେ ।

କଣ ଦେଖିବେ ?

ପାହାଡ ଘେରା ଅଞ୍ଚଳଟି ବେଶ ମନୋରମ । ଏଠିକାର ଚା’ ବଗିଚା ଆପଣଙ୍କୁ ଏକ ନୂଆ ଅନୁଭୂତି ଦେବ । ହିଲ୍‌ ଟାଉନ ହୋଇଥିବାରୁ ତାପମାତ୍ରା ବି ଏଠାରେ କମ୍‌ ରୁହେ । ଏଠି ଆପଣ ଟଏ ଟ୍ରେନ, ଭ୍ୟାଲି, କେବଲ କାର, ଚା’ ବଗିଚାର ଆନନ୍ଦ ନେଇପାରିବେ ।

କାଶ୍ମୀର (X)

ଜମ୍ମୁ କାଶ୍ମୀର:

ଜମ୍ମୁ-କାଶ୍ମୀରରୁ ଭାରତର ଭୂସ୍ବର୍ଗ ବୋଲି କୁହାଯାଏ । ଖରା ଦିନ ହେଉ ବା ଶୀତ ଋତୁ । ଏଠି ପ୍ରକୃତି ନିଜକୁ ସର୍ବଦା ନୂଆବୋହୂ ପରି ସଜାଇ ରଖିଥାଏ । ହିଲ ଷ୍ଟେସନ ଯଦି ବୁଲିବାକୁ ଚାହୁଁଛନ୍ତି । ଏହା ହେଉଛି ସବୁଠୁ ବଢିଆ ସ୍ଥାନ । ଏଠାକୁ ଆସିଲେ ବରଫ ପାହାଡ, ଥଣ୍ଡା ପାଗ, ସୁନ୍ଦର ଝରଣା, ହାଉସ ବୋଟ ଓ ମାତା ବୈଷ୍ଣବ ଧାମ ଦେଖିବାର ସୁଯୋଗ ପାଇବେ । ହନିମୁନରେ ଯିବାକୁ ଚାହୁଁଛନ୍ତି ଯଦି ଆସନ୍ତୁ ତାହାଲେ ଭାରତର ଭୂସ୍ବର୍ଗ କାଶ୍ମୀରକୁ ।

କାଶ୍ମୀରରେ କଣ ଦେଖିବେ ?

ବୁଲିବା ପାଇଁ କାଶ୍ମୀରଠୁ ଭଲ ସ୍ଥାନ କେଉଁଠି ମିଳିବନି । ଶ୍ରୀନଗର ବ୍ୟତୀତ ବୈଷ୍ଣଦେବୀ ମନ୍ଦିର, ଗୁଲମର୍ଗ, ସୋନମାର୍ଗ ବୁଲି ପାରିବେ ।

କେଉଁଠୁ ଆରମ୍ଭ କରିବେ ଯାତ୍ରା ?

ବୁଲିବା ଯାତ୍ରାର ଆରମ୍ଭ ଶ୍ରୀନଗରରୁ କରିପାରିବେ । କାରଣ ଶ୍ରୀନଗରରୁ ରେଳ ଷ୍ଟେସନ ସହ ଏୟାରପୋର୍ଟ ମଧ୍ୟ ରହିଛି । ଯେଉଁଠି ଦିଲ୍ଲୀ ସହ ଭାରତର ପ୍ରମୁଖ ସହରକୁ କନେକ୍ଟ କରୁଛି । ଏଠି ପ୍ରସିଦ୍ଧ ଡାଲ ଲେକ, ଫ୍ଲୋଟିଙ୍ଗ ପରିବା ମାର୍କେଟ ଦେଖିବେ । କାଶ୍ମୀରଠୁ ପାଖରେ ଅଛି ଲେହ ଲଦାଖ ।

ବୁଲିବା ପାଇଁ କେତେ ଦିନ ଆବଶ୍ୟକ ?

ପର୍ଯ୍ୟଟନରେ ଭରପୂର କାଶ୍ମୀର । ଏଠି ବୁଲିବାକୁ ହେଲେ ଅତି କମରେ ୪ରୁ୫ ଦିନ ଆବଶ୍ୟକ । IRCTC ମଝିରେ ମଝିରେ ଟୁର ପ୍ୟାକେଜ ବ୍ୟବସ୍ଥା ମଧ୍ୟ ଆଣେ । ଯେଉଁଥିରେ ଆପଣ ୫ରୁ୭ ଦିନ ବୁଲି ପାରିବେ ।

କେତେ ବଜେଟ ଆବଶ୍ୟକ ?

IRCTCର କାଶ୍ମୀର ଏୟାର ଟୁର ପ୍ୟାକେଜ ଖର୍ଚ୍ଚ ପାଖାପାଖି ଜଣେ ବ୍ୟକ୍ତି ପିଛା ୪୦ ହଜାର ପଡିବ । ଦିଲ୍ଲୀରୁ କାଶ୍ମୀର ବିମାନ ଟିକେଟ ୧୩ ହଜାର ଟଙ୍କା ପଡିବ । ୩ ହଜାର ଭିତରେ ଟ୍ରେନ ଟିକେଟ ମିଳିଯିବ । ବୁଲା ବୁଲି ପାଇଁ ୩ରୁ୫ ହଜାର ଖର୍ଚ୍ଚ ହେବ । ହୋଟେଲରେ ରହିବା ପାଇଁ ଆପଣଙ୍କୁ ୩ରୁ ୫ ହଜାର ଭିତରେ ଆସିଯିବ ।

ଲେହ (X)

ଲେହ ଲଦାଖ:

ଯେଉଁମାନେ ଜୀବନରେ କିଛି ଆଡଭେଞ୍ଚର କରିବାକୁ ଚାହୁଁଛନ୍ତି ତାହାଲେ ଲେହ-ଲଦାଖ ସବୁଠୁ ବଢିଆ ସ୍ଥାନ । ଏହା ଜମ୍ମୁ କାଶ୍ମୀରର ଗୋଟିଏ ପାର୍ଶ୍ବ ଓ ହିମାଳୟର ପଶ୍ଚିମ ଭାଗରେ ଅବସ୍ଥିତ । ଲଦାଖ ପାହାଡିଆ ଅଞ୍ଚଳ ଭାବେ ପରିଚିତ । ଏଠାକାର ସଂସ୍କୃତି ଅନନ୍ୟ । ବରଫ ଆଚ୍ଛାଦିତ ପାହାଡ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ।

ଏଠି କଣ ଦେଖିବାକୁ ପାଇବେ ?

ହେମିସ, ପାଙ୍ଗଙ୍ଗ ହ୍ରଦ, ତ୍ରସୋ ମୋରିର ହ୍ରଦ, ଲେହ ସହର, ନୁବ୍ରା ଘାଟି, କାର୍ଗିଲ । ଏଠାରେ ପର୍ଯ୍ୟଟକ ଟ୍ରାକିଂଙ୍କ ଅନୁଭୂତି ମଧ୍ୟ ନେଇପାରିବେ ।

ବୁଲିବା ପାଇଁ କେତେ ଦିନ ସମୟ ଲାଗେ ?

ଏଠାକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ୫ରୁ ୭ ଦିନ ଆବଶ୍ୟକ । ଏତିକି ଦିନରେ ଆପଣ ପୂରା ଲେହ ଲଦାଖର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ।

କେମିତି ଯିବେ ?

ଦିଲ୍ଲୀରୁ ଆରାମରେ ଯାଇପାରିବେ । ରୋଡ ଟ୍ରିପ କରିପାରିବେ । ନୂଆଦିଲ୍ଲୀ ଠାରୁ ୧୨ ଘଣ୍ଟା ସମୟ ଲାଗିବ । ଦିଲ୍ଲୀ ଠାରୁ ଏହାର ଦୂରତା ୧୨୬୪ କିଲୋମିଟର । ଲେହ ଲଦାଖକୁ ପହଞ୍ଚିବା ପାଇଁ ନିକଟତମ ରେଳ ଷ୍ଟେସନ ହେଉଛି ଜମ୍ମୁର ତାଇ । ବିମାନ ବନ୍ଦର ହେଉଛିଲେହ ।

ଲଦାଖର ପାଣିପାଗ କେମିତି ?

ସାଧାରଣତଃ ଏଠାରେ ଥଣ୍ଡା ଅନୁଭୂତ ହୁଏ । ବର୍ଷା ହେବା ସହ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ମଧ୍ୟରେ ରୁହେ ।

ଉତ୍ତରାଖଣ୍ଡର ରାଣିକ୍ଷେତ:

ପାହାଡିଆ ଜାଗା ଆଉ ଥଣ୍ଡା ଥଣ୍ଡା ଅନୁଭୂତି । ପ୍ରକୃତି କୋଳରେ ହଜାଇ ଦେବାକୁ କପଲଙ୍କ ପାଇଁ ଏହା ଏକ ସୁନ୍ଦର ସ୍ଥାନ । ନେଚର ଲଭରଙ୍କ ପାଇଁ ଏହା ଏକ ପରେଫେକ୍ଟ ସ୍ଥାନ । ଆପଣ ଯଦି ଜୀବନ ସାଥୀ ସହ ପ୍ରାକୃତିକ ପରିବେଶରେ ସମୟ ବିତାଇବାକୁ ଚାହୁଁଛନ୍ତି ଥରେ ବୁଲି ଆସନ୍ତୁ ଉତ୍ତରଖଣ୍ଡର ଏହି ସ୍ଥାନକୁ ।

ରାଣିକ୍ଷେତ (ETV Bharat Odisha)

କଣ ଦେଖିବେ ?

ରାଣିକ୍ଷେତକୁ ଉତ୍ତରାଖଣ୍ଡ ରାଜ୍ୟର ଘର କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଶେଷ କରି ବର୍ଷା ଋତୁରେ ଏହାର ସୌଦର୍ଯ୍ୟ ଦ୍ବିଗୁଣା ହୋଇଯାଏ । ଏଠାରୁ ହିମାଳୟର ନୈସର୍ଗିକ ସୌନ୍ଦର୍ଯ୍ୟକୁ ଦେଖି ପାରିବେ । ପାହାଡିଆ ଅଞ୍ଚଳ, ତା ସାଙ୍ଗକୁ ସୁନ୍ଦର ଦୃଶ୍ୟ ଆପଣଙ୍କୁ ବାନ୍ଧି ରଖିବ । ପଶୁ ପକ୍ଷୀ ଦେଖି ପାରିବେ । ଟ୍ରେକିଂ କରିପାରିବେ ।

ରାଣିକ୍ଷେତ (ETV Bharat Odisha)

କେତେ ଦିନ ବୁଲିବେ ?

ଏଠିକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ୨ ଦିନ ଗୋଟିଏ ରାତି ପ୍ଲାନ କରନ୍ତୁ ।

କେତେ ବଜେଟ ଆବଶ୍ୟକ ?

ଜଣେ ବ୍ୟକ୍ତିଙ୍କ ପାଇଁ ୭୮୦୦ରୁ ୧୦ ହଜାର ଖର୍ଚ୍ଚ ହେବ ।

କେମିତି ପହଞ୍ଚିବେ ?

ଦିଲ୍ଲୀରୁ କୌଣସି ସିଧାସଳଖ ରେଳ ନାହିଁ । ଏଥିପାଇଁ ଆପଣଙ୍କୁ ନୂଆଦିଲ୍ଲୀରୁ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ କାଶୀପୁର ଆସିବେ । ସେଠାରୁ ଟାକ୍ସି ନେଇ ରାଣିକ୍ଷେତରେ ପହଞ୍ଚିବେ ।

ରାଣିକ୍ଷେତ (ETV Bharat Odisha)

କେରଳ ୱାୟନାଡ:

ଯଦି ହନିମୁନ କଥା ଉଠୁଛି କେରଳକୁ କେମିତି ଭୁଲିଯିବା । ଭଗବାନଙ୍କ ନିଜ ରାଜ୍ୟ ଭାବେ ଜଣାଶୁଣା କେରଳ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣଙ୍କୁ ଶାନ୍ତି ଦେବ । ବିଶେଷକରି ହନିମୁନ ହେଉ ବା ପରିବାର ସହ ଅବା ଆପଣ ଯଦି ନେଚର ଲଭର ଏହି ସ୍ଥାନ ଆପଣଙ୍କ ପାଇଁ ବେଷ୍ଟ ।

କଣ ଦେଖିବେ ?

ଦକ୍ଷିଣ ଭାରତର ସବୁଠୁ ସୁନ୍ଦର ହିଲ ଷ୍ଟେସନ କଥା ଯଦି ଆସେ କେରଳର ୱାୟନାଡ ନାଁ ଆଗରେ ଆସିବ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣଙ୍କୁ ବାନ୍ଧି ରଖିବ । ସବୁ ଋତୁ ଅପେକ୍ଷା ମୌସୁମୀ ବା ବର୍ଷା ଋତୁରେ ଏଠାକାର ପ୍ରାକୃତିକ ପରିବେଶର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଯାଏ । ସତେ ଯେମିତି ପ୍ରକୃତି ନୂଆବୋହୂ ଭଳି ସଜେଇ ହୋଇଥାଏ ।

କେତେ ଦିନ ବୁଲିବେ ?

୨ ଦିନ ୧ ରାତି । ବାସ ଏତିକି ଦିନରେ ୱାୟନାଡର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିପାରିବେ ।

ଏହି ଖବର ବି ପଢନ୍ତୁ:

ବିନା ଭିସାରେ ବୁଲନ୍ତୁ ବିଶ୍ବର ଏହି 7 ସୁନ୍ଦର ଦେଶ - Visa Free Countries For Indians

ବିନା ଭିସାରେ ବୁଲନ୍ତୁ ମାଲେସିଆ, ଭାରତୀୟଙ୍କ ପାଇଁ ରହିଛି ଅଫର୍‌

ଜୀବନସାଥି ସହ ରୋମାଣ୍ଟିକ ଟ୍ରିପ୍ ପ୍ଲାନ କରୁଛନ୍ତି ? କମ୍ ବଜେଟରେ ବୁଲନ୍ତୁ ଏସବୁ ଜାଗା - Romantic Destinations for Couples

ଟ୍ରେନରେ ରାଜପ୍ରସାଦ ଭ୍ରମ, ଦେଖିଲେ ଝଲସିଯିବ ଆଖି, ଏତିକି ଟିକେଟ ଦାମ୍ - Palace on Wheels

କେତେ ବଜେଟ ?

ଜଣଙ୍କ ପିଛା ୪ହଜାର ୫୦୦ରୁ ୧୨ ହଜାର ଟଙ୍କା ଖର୍ଚ୍ଚ ହେବ ।

କେମିତି ପହଞ୍ଚିବେ ?

ଏଠାକୁ ଟ୍ରେନ ଯୋଗେ ସିଧାସଳଖ ପହଞ୍ଚି ପାରିବେ ନାହିଁ । କାରଣ ୱାୟନାଡରେ କୌଣସି ରେଳଷ୍ଟସନ ନାହିଁ । ଏଥିପାଇଁ ଆପଣଙ୍କୁ ନିଲାମ୍ବୁର ରୋଡକୁ ଆସିବାକୁ ପଡିବ । ସେଠାରୁ ୱାୟନାଡ ମାତ୍ର ୫୧ କିଲୋମିଟର ।

ABOUT THE AUTHOR

...view details