ETV Bharat / lifestyle

ଫିସ୍ ସ୍ପା କରୁଛନ୍ତି କି ? ଏହି ଗମ୍ଭୀର ରୋଗ ନେଇ ଚେତାଇଲେ ଡାକ୍ତର - FISH PEDICURE

ପାଦକୁ ସୁନ୍ଦର ଓ ନରମ ରଖିବା ପାଇଁ ଫିସ୍ ସ୍ପା କରୁଛନ୍ତି କି ? ଏହି ସ୍ପା ହୋଇପାରେ ବିଭିନ୍ନ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର କାରଣ । ଚେତାଇଲେ ଚର୍ମରୋଗ ବିଶେଷଜ୍ଞ ।

ଫିସ୍ ସ୍ପା କରୁଛନ୍ତି କି ? ଏହି ଗମ୍ଭୀର ରୋଗ ନେଇ ଚେତାଇଲେ ଡାକ୍ତର
ଫିସ୍ ସ୍ପା କରୁଛନ୍ତି କି ? ଏହି ଗମ୍ଭୀର ରୋଗ ନେଇ ଚେତାଇଲେ ଡାକ୍ତର (ETV Bharat)
author img

By ETV Bharat Health Team

Published : Nov 20, 2024, 7:44 AM IST

Updated : Nov 20, 2024, 8:18 AM IST

ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ଖାସ୍ କରି ମହିଳାମାନେ ଚେହେରାଠୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ଶରୀରର ସବୁ ଅଙ୍ଗକୁ ଆକର୍ଷଣୀୟ କରିବାକୁ ନାନା ବ୍ୟୁଟି ପ୍ରଡକ୍ଟ ବ୍ୟବହାର ସହ ବିଭିନ୍ନ ପ୍ରକାର ଟ୍ରିଟମେଣ୍ଟ କରୁଛନ୍ତି । ଯାହା ମଧ୍ୟରେ ଆଜିକାଲି ବେଶ୍ ଟ୍ରେଣ୍ଡରେ ରହିଛି ଫିସ୍ ସ୍ପା ବା ପେଡିକିୟୋର । ପାଦକୁ ସୁନ୍ଦର ଓ ନରମ ରଖିବା ପାଇଁ ଅନେକ ଲୋକ ନିୟମିତ ଭାବେ ଫିସ୍ ସ୍ପା କରିଥାନ୍ତି । ଏହି ସ୍ପା ଏବେ ମଲ୍ ଠାରୁ ସ୍ପା ସେଣ୍ଟର ପର୍ଯ୍ୟନ୍ତ ସବୁଠାରେ ଉପଲବ୍ଧ ହେଲାଣି । ହେଲେ ଜାଣିଛନ୍ତି କି, ଫିସ୍ ସ୍ପା କରିବା ଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ?

ଫିସ୍ ସ୍ପା ଟ୍ରିଟମେଣ୍ଟକୁ 'ଇଚିଥିୟୋଥେରାପି' ମଧ୍ୟ କୁହାଯାଏ । ଏହି ପ୍ରକ୍ରିୟାରେ ଏକ ପାଣି ଭର୍ତ୍ତି ବେସିନ କିମ୍ବା ଟ୍ୟାଙ୍କରେ ପାଦ ରଖିବାକୁ ହୁଏ । ସେଥିରେ ଛୋଟ ଛୋଟ ମାଛଗୁଡିକୁ ଛଡାଯାଏ । ଏହି ମାଛମାନେ ପାଦର ଚର୍ମରୁ ମୃତ କୋଶିକା (ଡେଡ୍ ସ୍କିନ) ଓ ଅଳିଆ ଖାଇଥାନ୍ତି । ଏହାଦ୍ବାରା ପାଦ ସଫା ହେବା ସହ ସୁନ୍ଦର ଓ ମୁଲାୟମ ଦେଖାଯାଏ । କିନ୍ତୁ ବିଶେଷଜ୍ଞଙ୍କ କହିବା କଥା, ଫିସ୍ ସ୍ପା ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ । ଏହା ବେଳେବେଳେ ଚର୍ମ ସଂକ୍ରମଣ ଆଦି ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ ।

କାହିଁକି ସୁରକ୍ଷିତ ନୁହେଁ ଫିସ୍ ସ୍ପା ?

ଦିଲ୍ଲୀର ଚର୍ମରୋଗ ବିଶେଷଜ୍ଞ ଡଃ ସୁରଜ ଭାରତୀ କହିଛନ୍ତି, ଫିସ୍ ସ୍ପାରେ ମାଛଗୁଡିକ ପାଦର ମୃତ କୋଶିକାଗୁଡିକୁ ଖାଇଥାନ୍ତି । ହେଲେ ଯଦି ଏହି ପ୍ରକ୍ରିୟା ସଠିକ୍ ଭାବେ ନ ହୁଏ ତେବେ କେତେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଉଦାହରଣସୂରୁପ, ଫିସ୍ ସ୍ପା ସମୟରେ ମୃତ ତ୍ବଚାକୁ ଖାଉଥିବା ମାଛମାନେ ଯଦି ବ୍ୟାକ୍ଟେରିଆ କିମ୍ବା ଭାଇରସ୍ ପ୍ରଭାବିତ ଥାଆନ୍ତି ତା'ହେଲେ ସ୍ପା କରାଉଥିବା ବ୍ୟକ୍ତିଙ୍କୁ ସଂକ୍ରମଣ ହେବାର ଆଶଙ୍କା ଥାଏ । ଅର୍ଥାତ୍ ଏହି ମାଛ ମାଧ୍ୟମରେ ଗୋଟିଏ ବ୍ୟକ୍ତିଙ୍କଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମଣ ବ୍ୟାପିବାର ବିପଦ ରହିଥାଏ ।

ଯଦି ସ୍ପାରେ ବ୍ୟବହୃତ ମାଛମାନେ ସୁସ୍ଥ ନଥାନ୍ତି, ବେସିନ ଭଲ ଭାବେ ସଫାସୁତୁରା ନଥାଏ କିମ୍ବା ଏଥିରେ ବ୍ୟବହାର ହେଉଥିବା ପାଣି ପରିଷ୍କାର ନଥାଏ ତାହେଲେ ସ୍ପା କରୁଥିବା ବ୍ୟକ୍ତିଙ୍କ ଚର୍ମ କୁଣ୍ଡେଇ ହେବା, ପୋଡାଜଳା କରିବା ଭଳି ସମସ୍ୟା ସହ ଗମ୍ଭୀର ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ଏହାବ୍ୟତୀତ ଫିସ୍ ସ୍ପା ସମୟରେ ମାଛଗୁଡିକ ପାଦକୁ କାମୁଡିବା ଯୋଗୁଁ ରକ୍ତସ୍ରାବ ହେବା ଘଟଣା ମଧ୍ୟ ଦେଖିବାକୁ ମିଳେ ।

ଡାକ୍ତର ଆହୁରି କହିଛନ୍ତି ଯେ, ପାଦର ଯତ୍ନ ପାଇଁ ଫିସ୍ ସ୍ପା ଏକ ଭଲ ଉପାୟ ନୁହେଁ । ଏହି କାରଣରୁ ଅନେକ ଦେଶରେ ଫିସ୍ ସ୍ପା ଉପରେ କଟକଣା ଲଗାଯାଇଛି । କିନ୍ତୁ ଭାରତରେ କୌଣସି ପ୍ରକାର ପ୍ରତିବନ୍ଧକ ନଥିବାବେଳେ ଦିନକୁ ଦିନ ଏହି ସ୍ପା ଚାହିଦା ବଢିଚାଲିଛି । ସହରଗୁଡିକରେ ମାଳ ମାଳ ସ୍ପା ସେଣ୍ଟର ଗଢି ଉଠୁଛି । ତେଣୁ କରି ଯେଉଁ ଲୋକମାନେ ଫିସ୍ ସ୍ପା କରିବାକୁ ଚାହୁଁଛନ୍ତି, ଏହାକୁ କରିବା ପୂର୍ବରୁ ସୁରକ୍ଷା ଓ ସାବଧାନତା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଖାସ୍ କରି ଯାହାର ପାଦରେ ଘା, କ୍ଷତ କିମ୍ବା କୌଣସି ପ୍ରକାର ଚର୍ମ ସମସ୍ୟା ରହିଛି ସେମାନେ ଆଦୌ ଫିସ୍ ସ୍ପା କରିବା ଅନୁଚିତ୍ ।

ସାବଧାନତା:

ଫିସ୍ ସ୍ପା ଅନୁଭୂତି ନେବାକୁ ଚାହୁଁଥିବା ଲୋକମାନେ ସବୁବେଳେ ଲାଇସେନ୍ସପ୍ରାପ୍ତ ସ୍ପା ସ୍ପେଣ୍ଟର ଯାଆନ୍ତୁ । ଏଥିସହ ସ୍ପା କରିବା ପୂର୍ବରୁ କିଛି ସାବଧାନତା ପାଳନ କରିବା ଉଚିତ୍ । ଯେମିତିକି-

  • ସର୍ବଦା ଏମିତି ସ୍ଥାନ ବାଛନ୍ତୁ ଯେଉଁଠାରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବ ।
  • ଫିସ୍ ସ୍ପା କରିବା ପୂର୍ବରୁ ବେସିନରେ ଥିବା ପାଣି ସତେଜ ଓ ସମ୍ପୂର୍ଣ୍ଣ ପରିଷ୍କାର ଅଛି କି ନାହିଁ ଯାଞ୍ଚ କରନ୍ତୁ ।
  • ସ୍ପାରେ ବ୍ୟବହାର ହେଉଥିବା ମାଛଗୁଡିକ ସୁସ୍ଥ ରହିଥିବା ଆବଶ୍ୟକ । ନଚେତ୍ ଚର୍ମ ସଂକ୍ରମଣର ବିପଦ ଥାଏ ।

ଏହା ମଧ୍ୟ ପଢନ୍ତୁ: ଆପଣଙ୍କ ଓଠ ଫାଟୁଛି କି ? ଏମିତି ନିଅନ୍ତୁ ଯତ୍ନ, ରହିବନି ଟେନସନ

ଏହା ମଧ୍ୟ ପଢନ୍ତୁ: ନିଦ ଭାଙ୍ଗିଲା ପରେ ଏମିତି ଅନୁଭବ କରୁଛନ୍ତି କି ? ହୋଇପାରେ ସ୍ଲିପ୍ ପାରାଲିସିସ୍

Last Updated : Nov 20, 2024, 8:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.