ETV Bharat / bharat

ବ୍ରାଜିଲରେ ପ୍ରଧାନମନ୍ତ୍ରୀ, ଜି-20 ସମ୍ମିଳନୀରେ ହେବେ ସାମିଲ - BRAZIL G20 SUMMIT 2024

ଜି-20 ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ବାଇଡେନ ଓ ଜିନପିଙ୍ଗ ମଧ୍ୟ କରୁଛନ୍ତି ଅଂଶଗ୍ରହଣ ।

Etv Bharatନାଇଜେରିଆ ପରେ ବ୍ରାଜିଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଜି-20 ସମ୍ମିଳନୀରେ ହେବେ ସାମିଲ
Etv Bhନାଇଜେରିଆ ପରେ ବ୍ରାଜିଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଜି-20 ସମ୍ମିଳନୀରେ ହେବେ ସାମିଲarat (Etv Bharat)
author img

By ETV Bharat Odisha Team

Published : Nov 18, 2024, 3:25 PM IST

ହାଇଦ୍ରାବାଦ: ନାଇଜେରିଆ ଜି-20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ସୋମବାର) ବ୍ରାଜିଲରେ ପହଞ୍ଚିଛନ୍ତି । ରିଓ ଡି ଜେନେରିଓ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ପରେ ଆୟୋଜକ ବ୍ରାଜିଲ ସରକାରଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ମୋଦିଙ୍କ ଗସ୍ତ ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ ଟ୍ବିଟ୍‌ କରି ସୂଚନା ଦେଇଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜେ ଏ ସମ୍ପର୍କରେ ଟ୍ବିଟ କରିଛନ୍ତି । ସେ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ଏକ ଫଳପ୍ରଦ ଆଲୋଚନା ପାଇଁ ଉତ୍ସାହୀ ଥିବା ମୋଦି କହିଛନ୍ତି ।

  • 19ତମ ଜି-20 ସମ୍ମିଳନୀ

ବ୍ରାଜିଲରେ ଚଳିତଥର 19ତମ ଜି-20 ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଚୀନ୍ ରାଷ୍ଟ୍ରପତି ସି.ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ ମଧ୍ୟ ଯୋଗ ଦେଉଛନ୍ତି । ମୁଖ୍ୟ କାର୍ଯ୍ୟକ୍ରମ ବ୍ୟତୀତ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ପାର୍ଶ୍ବ କାର୍ଯ୍ୟକ୍ରମ ଭାବେ ସାକ୍ଷାତ ଓ ଆଲୋଚନା ମଧ୍ୟ କରିବେ । ଦୁଇ ଦେଶର ସାମୂହିକ ତଥା ମିଳିତ ପ୍ରସଙ୍ଗରେ ଆଲୋଚନା ହେବ । ପରେ ସେଠାରୁ ମୋଦି ଗୁଆନା ଅଭିମୁଖେ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ଚଳିତଥର 5 ଦିବିସୀୟ ଗସ୍ତରେ 3ଦେଶରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ । ସେ ଗତକାଲି (ରବିବାର) ନାଇଜେରିଆରେ ପହଞ୍ଚିଥିବା ବେଳେ ଆଜି ବ୍ରାଜିଲରେ ପହଞ୍ଚିଛନ୍ତି । ଗୁଆନା ଗସ୍ତ ସାରିବା ପରେ ସେ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।

  • ଗତ ଜି-20 ସମ୍ମିଳନୀର ଆୟୋଜକ ଥିଲା ଭାରତ

ଗତଥର ଜି-20 ସମ୍ମିଳନୀର ଆୟୋଜକ ଥିଲା ଭାରତ । ବର୍ଷବ୍ୟାପୀ ଦେଶର ବିଭିନ୍ନ ରାଜ୍ୟ ଓ ସହରରେ ବିଭିନ୍ନ କାର୍ଯ୍ୟଗୋଷ୍ଠୀ ଇଭେଣ୍ଟ ପରେ ନୂଆଦିଲ୍ଲୀରେ ଶିଖର ସମ୍ମିଳନୀର ମୁଖ୍ୟ ତଥା ଅନ୍ତିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜି-20 ସମ୍ମିଳନୀର ସମସ୍ତ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ । ‘ଭାରତ ମଣ୍ଡପମ’ରେ ଭାରତ ଅଧ୍ୟକ୍ଷତାରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ପକ୍ଷରୁ ଆଗତ କରାଯାଇଥିବା ସମାପନୀ ଘୋଷଣାନାମା ‘ଦିଲ୍ଲୀ-ଡିକ୍ଲାରେସନ’ରେ ସମସ୍ତ ରାଷ୍ଟ୍ର ସହମତ ହୋଇଥିଲେ ।

  • ଗତ ଜି-20ରେ ଭାରତର ସଫଳତା

ଏହାରି ମଧ୍ୟରେ ‘ଇଣ୍ଡିଆ-ମିଡିଲଇଷ୍ଟ ୟୁରୋପ ଇକୋନୋମିକ କରିଡର (IMEC) ପରି ବୈଶ୍ବିକ ପ୍ରକଳ୍ପକୁ ବହୁଦେଶୀୟ ଅନୁମୋଦନ ମିଳିବା ଏକ ବଡ ସଫଳତା ଥିଲା । ସେହିପରି ଜି-20ର ସ୍ଥାୟୀ ସଦସ୍ୟ ଭାବେ 55 ରାଷ୍ଟ୍ର ବିଶିଷ୍ଟ ‘ଆଫ୍ରିକୀୟ ୟୁନିଅନ’କୁ ସାମିଲ କରିବା ସମ୍ପର୍କରେ ମଧ୍ୟ ନୂଆଦିଲ୍ଲୀ ପ୍ରସ୍ତାବ ରଖିଥିଲା । ଏହାକୁ ମଧ୍ୟ ବେଶ ଭଲ ସମର୍ଥନ ମିଳିଥିଲା । ଏହି ବୈଶ୍ବିକ ସଂସ୍କାରଧର୍ମୀ ପ୍ରସ୍ତାବ ଭାରତର ବିଶ୍ବସ୍ତରରେ ବଢୁଥିବା ପ୍ରଭାବକୁ ଦର୍ଶାଇଥିଲା । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ଏବଂ ମାନବୀୟ ସହାୟତା ଯୋଗାଣକୁ ନିଶ୍ଚିତ କରିବା ପାଇଁ ମଧ୍ୟ ନୂଆଦିଲ୍ଲୀ ପ୍ରସ୍ତାବ ରଖିଥିଲା । ଉକ୍ତ କାର୍ଯ୍ୟକ୍ରମର ଅନ୍ତିମ କାର୍ଯ୍ୟଦିବସରେ ପରବର୍ତ୍ତୀ ତଥା ଚଳିତବର୍ଷ ଜି-20 ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ବ ବ୍ରାଜିଲ ଗ୍ରହଣ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.