ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗରେ ଏକ୍ସପ୍ରେସକୁ ପିଟିଲା ମାଲବାହୀ ଟ୍ରେନ: 16 ମୃତ, 60 ଆହତ ! ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ - Kanchenjunga Express accident - KANCHENJUNGA EXPRESS ACCIDENT

Kanchenjunga Express accident: ପଶ୍ଚିମବଙ୍ଗରେ ବଡଧରଣ ଟ୍ରେନ ଦୁର୍ଘଟଣା । ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ମାଲବାହୀ ଟ୍ରେନ । ଏକାଧିକ ମୃତାହତ । ଉଦ୍ଧାର ଅପରେସନ ଜାରି । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରେ ଏକ୍ସପ୍ରେସକୁ ପିଟିଲା ମାଲଗାଡି
ପଶ୍ଚିମବଙ୍ଗରେ ଏକ୍ସପ୍ରେସକୁ ପିଟିଲା ମାଲଗାଡି (ETV Bharat Odisha)

By ETV Bharat Odisha Team

Published : Jun 17, 2024, 10:51 AM IST

Updated : Jun 17, 2024, 3:43 PM IST

କୋଲକାତା:ପଶ୍ଚିମବଙ୍ଗର ଦାର୍ଜିଲିଂରେ ଏକ୍ସପ୍ରେସ ଟ୍ରେନକୁ ଧକ୍କା ଦେଲା ମାଲଗାଡି । ଆଜି ପୂର୍ବାହ୍ନ ପ୍ରାୟ 9ଟାରେ ନୂଆ-ଜଲପାଇଗୁଡି ଷ୍ଟେସନ ନିକଟରେ ଟ୍ରାକରେ ଛିଡା ହୋଇଥିବା ଗୌହାଟୀ- ସିଆଲଦା କାଞ୍ଜନଜଙ୍ଗା ଏକ୍ସପ୍ରେସ (ଗାଡିସଂଖ୍ୟା-13174)କୁ ପଛରୁ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଛି । ଏକ୍ସପ୍ରେସର ପଛ 2ଟି ବଗି ବ୍ୟାପକ ଭାବେ ଓ ଏକାଧିକ ବଗି ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏଥିରେ 16 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 60 ଜଣ ଆହତ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଜାରି ରହିଛି । ଉତ୍ତର-ସୀମାନ୍ତ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । 2ରୁ ଅଧିକ ବଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ସେଥିରେ ଅନେକ ଯାତ୍ରୀ ଫସି ରହିଥିବାର ସନ୍ଦେହ କରାଯାଉଛି । ଏପଟେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ପଶ୍ଚିମବଙ୍ଗରେ ଏକ୍ସପ୍ରେସକୁ ପିଟିଲା ମାଲବାହୀ ଟ୍ରେନ (ETV Bharat Odisha)

ଦୁର୍ଘଟଣା ପଛରେ ସିଗ୍ନାଲିଂ ତ୍ରୁଟି:-ସୂଚନା ଅନୁସାରେ, ଆସାମର ସିଲଚରରୁ ‘କାଞ୍ଚନଜଙ୍ଗା ଏକ୍ସପ୍ରେସ’ ପଶ୍ଚିମବଙ୍ଗର ସିଆଲଦା ଅଭିମୁଖେ ଆସୁଥିଲା । ଆଜି ପୂର୍ବାହ୍ନ ପ୍ରାୟ 9ଟା ସମୟରେ କୌଣସି କାରଣରୁ ଟ୍ରେନଟି ନୂଆ ଜଲପାଇଗୁଡି ଷ୍ଟେସନରୁ କିଛି କି.ମି ଦୂରରେ ଟ୍ରାକରେ ଅଟକି ରହିଥିଲା । ସମାନ ଟ୍ରାକରେ ଦ୍ରୁତଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ ଏକ୍ସପ୍ରେସ ଟ୍ରେନକୁ ପଛପଟୁ ଧକ୍କା ଦେଇଥିଲା । ଏହା ସିଗ୍ନାଲିଂ ସିଷ୍ଟମରେ ତ୍ରୁଟି କାରଣରୁ ହୋଇଥିବା ନେଇ ପ୍ରାଥମିକ ଭାବେ ଜଣାପଡୁଛି । ଗୋଟିଏ ଟ୍ରାକରେ ଟ୍ରେନ ଅଟକି ରହିଥିବା ବେଳେ ସେହି ଟ୍ରାକରେ ଏକ ମାଲଗାଡି କେମିତି ଆସିଲା, ତାହା ରେଳବାଇ ସିଗ୍ନାଲିଂ ତ୍ରୁଟି ନା ମାଲଗାଡି ଲୋକୋ-ପାଇଲଟଙ୍କ ଅସବଧାନତା, ତାହା ଏବେ ତଦନ୍ତ ପରିସରରେ ରହିଛି ।

ଏହା ମଧ୍ୟ ପଢନ୍ତୁ:- ଇତିହାସ ରଚିଲା ଭାରତୀୟ ରେଳ, ଲିମକା ବୁକ ଅଫ ରେକର୍ଡରେ ପାଇଲା ସ୍ଥାନ

ଦୁଃଖ ପ୍ରକାଶ କଲେ ମମତା-ଅଶ୍ବିନୀ:-ସେପଟେ ଏହି ଅଘଟଣରେ ଦୁଃଖ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆହତଙ୍କୁ ଉଦ୍ଧାର ସହ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ଲାଗି ଦୁର୍ଘଟଣାସ୍ଥଳ ଅଭିମୁଖେ ଡାକ୍ତର, ଉଦ୍ଧାରକାରୀ ଟିମ ପହଞ୍ଚିସାରିଥିବା ମମତା ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ମମତା କହିଛନ୍ତି, ସ୍ଥାନୀୟ ଜିଲ୍ଲାଧିକାରୀ, ଏସପି ଓ ଡାକ୍ତରୀ ଟିମ୍‌ ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀ ପ୍ରସ୍ତୁତି ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଟ୍ବିଟ୍‌ କରି ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଯୁଦ୍ଧକାଳୀନ ଭାବେ ଉଦ୍ଧାର ଅପରେସନ କରାଯାଉଥିବା କହିଛନ୍ତି । ଏସଡିଆରଏଫ ଓ ଏନଡିଆରଏଫ ମିଳିତ ଭାବେ ଅପରେସନରେ ନିୟୋଜିତ ହୋଇଛନ୍ତି । ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ଅଶ୍ବିନୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 17, 2024, 3:43 PM IST

ABOUT THE AUTHOR

...view details