ଓଡିଶା

odisha

By ETV Bharat Odisha Team

Published : 5 hours ago

ETV Bharat / bharat

ଏହି ରାଶିଙ୍କ ଉପରେ ରହିବ ମା' ଲକ୍ଷ୍ମୀଙ୍କ କୃପା, ନବରାତ୍ରୀ ପ୍ରଥମ ଦିନ କେମିତି କଟିବ ଆପଣଙ୍କ ଦିନ - DAILY ODIA HOROSCOPE

Ajira Rasifala 3rd October: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ

Ajira Rashifal
Ajira Rashifal (ETV Bharat Odisha)

ମେଷ:ମାଆ ମହାଲକ୍ଷ୍ମୀଙ୍କ କରୁଣାରୁ ଆର୍ଥିକ ଅବସ୍ଥା ଏବଂ ସୌଭାଗ୍ୟପୂର୍ଣ୍ଣ ହେବେ । କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ । ବ୍ୟବସାୟିକ ପ୍ରଚାର ଓ ପ୍ରସାର ବୃଦ୍ଧି ହେବ । ସମସ୍ତ କାର୍ଯ୍ୟରେ ସୁଫଳ ପ୍ରାପ୍ତି ହେବ । କମ୍ପ୍ୟୁଟର ତଥା ନେଟ ଦ୍ୱାରା ବାର୍ତ୍ତା ବିନିମୟ ମଜାଦାର ହେବ । ଛୋଟିଆ ଯାତ୍ରା କରିପାରନ୍ତି । ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ ।

Ajira Rashifal (ARIES)

ବୃଷ: ନିଜର ଅକପଟ ଚରିତ୍ର ଏବଂ ମିଠା କଥାରେ ସମସ୍ତଙ୍କ ମନ ମୋହି ନେବେ । ଏହି ଗୁଣ ଯୋଗୁଁ ପାଖ ପଡୋଶୀ ତଥା ନିଜର ଲୋକଙ୍କ ସଙ୍ଗେ ମଧୁର ସମ୍ପର୍କ ସ୍ଥାପିତ ହେବ । ସମୁହ ଆଲୋଚନା ତଥା ସଭାସମିତିରେ ସମ୍ମାନ ମିଳିବ । ଆପଣ ନିଜ କର୍ମରେ ଆଶାତିତ ଭାବେ ସୁଫଳ ନ ପାଇଲେ ମଧ୍ୟ କାମ କିଛିବାଟ ଆଗେଇ ଯିବେ । ନିଜର ପେଟ ଯନ୍ତ୍ରଣା ଭୋଗ କରିପାରନ୍ତି । ଆପଣ ବାହାର ଖାଦ୍ୟ ନ ଖାଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କର କାର୍ଯ୍ୟକରିବାକୁ ସ୍ପୃହା ବଢିବ ଓ ଶରୀର ସୁସ୍ଥ ରହିବ ।

Ajira Rashifal (TAURUS)

ମିଥୁନ: ଦିନଟି ଅବ୍ୟବସ୍ଥା ଓ ଅନିଶ୍ଚିୟତା ଭିତରେ କଟିବ । ଆପଣଙ୍କର ମାନସିକ ଭାବପ୍ରବଣତାର ବେଗ ଏତେ ବୃଦ୍ଧି ପାଇବ ଯେ, ଆପଣଙ୍କ ମାନସିକ ଉତ୍ତେଜନା ପ୍ରକାଶ ପାଇପାରେ । ଆପଣ ନିଜର ମାଆଙ୍କ ପାଇଁ ଅଧିକ ଭାବପ୍ରବଣ ହୋଇପଡିବେ । କିଛି ଆଲୋଚନାରେ ଅଂଶ ଗ୍ରହଣ କରିବେ । ମାତ୍ର ମାନସିକ ଶାନ୍ତି ପାଇବାକୁ ହେଲେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ନିଜ ଘର କିମ୍ୱା ସ୍ଥାବର ସମ୍ପତ୍ତି ବିଷୟରେ କୌଣସି ଆଲୋଚନା ଆଜି କରନ୍ତୁ ନାହିଁ । ପ୍ରିୟଜନଙ୍କ ସହ ସାଧାରଣ ତର୍କବିତର୍କ ଲାଗିପାରେ । ଯାତ୍ରା ପାଇଁ ଶୁଭଦିନ ନୁହେଁ ।

Ajira Rashifal (GEMINI)

କର୍କଟ: ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁ ବାନ୍ଧବଙ୍କ ସହିତ ଆଲୋଚନା କରିବେ । ସୌନ୍ଦର୍ଯ୍ୟ ସ୍ଥଳକୁ ବୁଲି ଯିବେ । ଆର୍ଥିକ ଅବସ୍ଥା ସୁଧୁରିବ । ଶାରୀରିକ ସ୍ତରରେ ସୁସ୍ଥତା ରହିବେ । ପୂଜାପାଠରେ ମନ ଦେବେ । ଆଜି ଆକସ୍ମିକ ଧନଲାଭ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପାରିବାରିକ ବ୍ୟବସାୟକୁ ଆଗକୁ ନେବେ । ସମାଜସେବା ପ୍ରତି ଆଗ୍ରହ ବଢ଼ିବ । ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ ।

Ajira Rashifal (CANCER)

ସିଂହ: କାର୍ଯ୍ୟ ଅନୁପାତରେ ଫଳ ବିଳମ୍ୱରେ ପାଇବେ । ଏଥି ପାଇଁ ଭାଙ୍ଗି ନ ପଡ଼ି, କାର୍ଯ୍ୟ କରିଚାଲନ୍ତୁ । କିଛି ସମୟ ନିଜ ପରିବାର ବର୍ଗଙ୍କୁ ଦିଅନ୍ତୁ ଏବଂ ଖୁସି ରୁହନ୍ତୁ । ଦୂର ବନ୍ଧୁ ନିଜର ହେବେ ଓ ଏହାର ଉପକାର ମିଳିବ । ଅର୍ଥ ସଞ୍ଚୟ କରିପାରନ୍ତି । ବିବାହ ସମସ୍ୟା ସମାଧାନ ହେବ । ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଦେଖାଦେବ । ଛାତ୍ରଛାତ୍ରୀମାନେ ନୂଆ ବିଷୟ ପାଇଁ ଆଗ୍ରହ ପ୍ରକାଶ କରିବେ ।

Ajira Rashifal (LEO)

କନ୍ୟା: ଆଜି ଏକ ଭଲ ଦିନ ଅଟେ । ପରିବାର ସହ ସମୟ ଅତିବାହିତ କରନ୍ତୁ । ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ । ମାଆ ଲକ୍ଷ୍ମୀଙ୍କ କରୁଣାରୁ ଧନ ରତ୍ନ ଐଶୌର୍ଯ୍ୟ ପୂର୍ଣ୍ଣ ହେବ । ଦୂର ଯାତ୍ରା ମଙ୍ଗଳ ଦାୟକ ହେବ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଅଫିସ୍‌ରେ ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି । ଆର୍ଥିକ ମାମଲାରେ ପାଖ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ । ଦିନଟିକୁ ଉପଭୋଗ କରନ୍ତୁ ତଥା ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ ।

Ajira Rashifal (VIRGO)

ତୁଳା: କଚେରୀ କାମରେ ସାବଧାନତା ଅବଲମ୍ବନ କରନ୍ତୁ । ଅନ୍ୟକୁ ଆହତ କରି ଦୁଃଖ ପାଇବେ । ଗଣ୍ଡଗୋଳ ଉପୁଜି ପାରେ ଅଥବା ଏଥି ପାଇଁ ଧନ ମଧ୍ୟ ଦେବାକୁ ପଡିପାରେ । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । କାହାରିକୁ ମର୍ମାହତ କରନ୍ତୁ ନାହିଁ । ଆଖିରେ ପୀଡା ଅନୁଭବ କରିବେ । ଭଲ ସମୟ ପାଇଁ ପ୍ରାର୍ଥନା କରନ୍ତୁ । କଥା କହିବା ସମୟରେ ଭାବିଚିନ୍ତି କୁହନ୍ତୁ ।

Ajira Rashifal (LIBRA)

ବିଛା: ନୂତନ କାର୍ଯ୍ୟରେ ଲିପ୍ତ ରହିବେ । ଭଲ ସମୟ ଏବଂ ଭାଗ୍ୟକୁ ଉପଭୋଗ କରନ୍ତୁ । ମଧୁର କାମକୁ ଉପଭୋଗ କରନ୍ତୁ । ଅବିବାହିତମାନେ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ । ତାରକା ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ କରିବେ । କାର୍ଯ୍ୟ ଓ ବ୍ୟବସାୟ ପାଇଁ ସମୟ ବହୁତ ଭଲ ରହିବ । ମାଲିକ ମାନେ ସହାୟ ହେବେ । ସାଙ୍ଗଙ୍କ ସହ ପରିଦର୍ଶନ ସ୍ଥାଳକୁ ଯାତ୍ରା କରିବେ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଆପଣଙ୍କର ମନୋବଳ ଦୃଢ ହେବ ।

Ajira Rashifal (SCORPIO)

ଧନୁ: ଆଜି ଦିନଟି ମଉଜ ମଜଲିସରେ କାଟିପାରନ୍ତି । ପିତାଙ୍କ ପକ୍ଷରୁ ସହଯୋଗର ସୁଅ ଛୁଟିପାରେ । ନିଜ କାର୍ଯ୍ୟରେ ଉପରିସ୍ଥ ହାକିମ ଆପଣଙ୍କୁ ଭଲ ପାଇବେ । ବ୍ୟବସାୟ ସଂକ୍ରାନ୍ତୀୟ ସାକ୍ଷାତକାର ଜଣେ ସଫଳ ପ୍ରତିପତ୍ତିଶାଳୀ ଧନାଧ୍ୟ ବ୍ୟବସାୟୀଙ୍କ ସଙ୍ଗେ ହୋଇପାରେ ଏବଂ ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଜନା କରି ଅର୍ଥ ବିନିଯୋଗ କରିପାରନ୍ତି । ଅନ୍ୟମାନଙ୍କୁ ସାହାଯ୍ୟ କରି ଆପଣ ଅନ୍ୟମାନଙ୍କ ଦ୍ୱାରା ଆଦୃତ ହେବେ । ଆପଣ ନିଜର କାମକୁ ସଫଳତାର ସହ ସାରିବା ପରେ ଆମୋଦ ପ୍ରମୋଦରେ ସମୟ କାଟିବାକୁ ଯଥେଷ୍ଟ ସମୟ ପାଇବେ ।

Ajira Rashifal (SAGITTARIUS)

ମକର: ଗ୍ରହଙ୍କ ପ୍ରଭାବରୁ ଲେଖିକା, ସୃଜନକ୍ଷମ ଏବଂ ସାହିତ୍ୟ ଅନ୍ୱେଷଣ କରିବେ । ଆପଣ ଏପରି କାର୍ଯ୍ୟର ଆୟୋଜନ ଯଦି କରୁଥାନ୍ତି, ତେବେ ଗୋଟିଏ ସୃଜନକ୍ଷମ ଲେଖିକା କର୍ମଶାଳା କିମ୍ୱା ଗୋଷ୍ଠୀ ଉତ୍ସବର ଆୟୋଜନ କଲେ ବହୁ ସଫଳତା ମିଳିପାରେ । ମାନସିକ ଅଶାନ୍ତି ଭୋଗୁଥିଲେ ଆପଣ ନିଜେ କ୍ଳାନ୍ତ ଓ ଦୁର୍ବଳ ହୋଇପଡିବେ । ତେଣୁ ସଂପୂର୍ଣ୍ଣ ଭାବରେ କିଛି ସମୟ ପାଇଁ ବିଶ୍ରାମ ନିଅନ୍ତୁ । ଆଶ୍ୱସ୍ଥ ହେବେ । ଗୃହରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇପାରେ । ମାତ୍ର ଆପଣଙ୍କର ମନ ଭଲ ନ ଥିବାରୁ ମୌଜ କରିପାରିବେ ନାହିଁ ।

Ajira Rashifal (CAPRICORN)

କୁମ୍ଭ: ଆଜି ଆପଣ ଅତ୍ୟଧିକ ଚିନ୍ତା ମୁଣ୍ଡରେ ଭର୍ତ୍ତି କରିବାରୁ ନିଜକୁ ଦୁର୍ବଳ ଓ ଅସହାୟ ମନେକରିବେ । ତେଣୁ ମନକୁ ଶାନ୍ତ ରଖନ୍ତୁ, ଚିନ୍ତା ମୁକ୍ତ ରୁହନ୍ତୁ ନଚେତ୍‍ ଏହା ଆପଣଙ୍କୁ ଉତ୍ତେଜିତ କରିବ ଏବଂ ମନରେ ହତାଶ ଭାବ ସୃଷ୍ଟି କରିବ । ଏପରି ହେବ ଯେ ଆପଣ ଟିକିଏ ଟିକିଏ କଥାରେ ବା ତୃଟିରେ ରାଗିଯିବେ କିମ୍ୱା ଏପରି କିଛି କାର୍ଯ୍ୟ କରିବେ ଯାହା ପାଇଁ ଆପଣ ଅନୁସୋଚନା କରିବେ । ଅନୈତିକ ବିଦ୍ରୋହାତ୍ମକ କାର୍ଯ୍ୟକଳାପ କିମ୍ୱା ଚିନ୍ତା ଠାରୁ ଦୂରେଇ ରୁହନ୍ତୁ ।

Ajira Rashifal (AQUARIUS)

ମୀନ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ । କୌଣସି ସମ୍ମାନଜନକ ଲୋକଙ୍କ ସହିତ ମିଶିବାର ମଉକା ପାଇପାରନ୍ତି । ନୂଆ କାମ ଆରମ୍ଭ କରିବା ପାଇଁ ଧ୍ୟାନକେନ୍ଦ୍ରୀତ କରନ୍ତୁ । ସୁଯୋଗକୁ ହାତଛଡ଼ା କରନ୍ତୁନାହିଁ । ଜୀବନସାଥୀ ଆପଣଙ୍କୁ ମନ ପସନ୍ଦ ବ୍ୟଞ୍ଜନ ତିଆରି କରି ଖୁଆଇବେ । କାମକୁ ଭଲଭାବେ କରିବା ଲାଗି ଦିନଟି ଭଲ ।

Ajira Rashifal (PISCES)

ABOUT THE AUTHOR

...view details